Author: madhulekha

ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା ନେଇ ଜଣାପଡ଼ିଛି।ଡିସେମ୍ବର ୧୫ ତାରିଖ ସକାଳେ ପଟରାଉଆ ରୋଡ୍ ସ୍ଥିତ ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ମାମଲାଟି ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ସିଓ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ବ୍ୟକ୍ତି ଜଣକ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ…

Read More

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଅଳ୍ପ ଦିନ ମଧ୍ୟରେ ଯେଉଁମାନଙ୍କର ପ୍ରଦୂଷଣ ଜୋରିମାନା ଆସିଥିବ ତାକୁ ଅଣଦେଖା କରାଯିବ ବୋଲି ପରିବହନ ଆୟୁକ୍ତ ସ୍ପଷ୍ଟ କରିଛନ୍ତି। ସୂଚନାମୁତାବକ ସୋମବାର ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଆରଟିଓ-୧ ପରିସରରେ ତୈଳ ବିତରକ କମ୍ପାନୀ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା। ଏହା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ।…

Read More

ରାଜ୍ୟରେ ଶୀତ ଲହରୀ ଜାରି । ଗତ କିଛି ଦିନ ହେଲା କ୍ରମାଗତ ଭାବେ ଶୀତ ଲହରୀ ଜାରି ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ ୫ ଜିଲ୍ଳାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର ଓ ସୋନପୁରରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ । ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେଉ ନାହିଁ । ସର୍ବନିମ୍ନ ତାପମାତ୍ରା ୪-୫ ଡିଗ୍ରୀରେ ରହୁଛି । ଗତ ୨୪ ଘଣ୍ଟାରେ କୋରାପୁଟରେ ୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।

Read More

ପାଣ୍ଡିଆନ ଆମ ନେତା ନୁହଁନ୍ତି ଏଭଳି କହି ସମ୍ବିତ ରାଉତରାୟଙ୍କୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କହିଲେ ସମ୍ବିତ ଯାହା କହିଛନ୍ତି ଠିକ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହଁନ୍ତି, ଆମର ଜଣେ ନେତା ନବୀନ ପଟ୍ଟନାୟକ । ଦଳରେ ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଠିକ ସଂଗଠିତ ଅଛନ୍ତି । ଭୋଜିଭାତକୁ ନେଇ ଗୋଷ୍ଠୀକନ୍ଦଳ କହିବା ଠିକ ନୁହେଁ । ଅନ୍ୟପଟେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଇଛନ୍ତି, ସାଂସଦ ଦେବାଶିଷ ସାମନ୍ତରାୟ ।ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡିଶାରୁ କେହି ହୋଇ ପାରିବେ । ଓଡିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ, ସିଏ ନେତା ହେବେ । ନବୀନ ବାବୁ ନେତା ହେବେ ବୋଲି କଣ ବିଜୁ ବାବୁ କହିଥିଲେ କି, ନବୀନ ବାବୁ ଏବେ ବି ନେତା ଅଛନ୍ତି, ପରାଜୟ ପରେ ଲୋକେ ଝୁରୁଛନ୍ତି ।…

Read More

ପୁଣିଥରେ ଶ୍ରୀମନ୍ଦିର ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ଫଟୋ ପୋଷ୍ଟ କରିଛି।ଫେସ୍‌ବୁକରେ ଅପଲୋଡ୍‌ ହୋଇଥିବା ଏହି ଫଟୋକୁ ଅନେକ ଲୋକ ସେୟାର ଏବଂ ରିପୋଷ୍ଟ ମଧ୍ୟ କରିଛନ୍ତି। ଶ୍ରୀମନ୍ଦିର ଉପରୁ ଡ୍ରୋନ୍‌ ମାଧ୍ୟମରେ ଏହି ଫଟୋ କିଭଳି ନିଆଗଲା, ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଭାଇରାଲ୍‌ ହୋଇଥିବା ଫଟୋରେ ଶ୍ରୀମନ୍ଦିର କୁରମ ବେଢ଼ା ଭିତରେ ଥିବା ବଡ଼ଦେଉଳ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ଦେଖାଯାଉଛି।ମେଘନାଦ ପାଚେରି ଭିତରେ ଥିବା ଅନେକ ଐତିହ୍ୟ ଓ ମନ୍ଦିର ମଧ୍ୟ ଫଟୋରେ ଦେଖାଯାଉଛି। ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯାଇଥିବା ବେଳେ ଡ୍ରୋନ୍‌ ମାଧ୍ୟମରେ ଶ୍ରୀମନ୍ଦିର ଉପରୁ ଫଟୋ ଓ ଭିଡିଓ କିଭଳି ଉତ୍ତୋଳନ କରାଗଲା ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Read More

ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ଟ୍ରେନ୍‌ରେ ଶୋଚନୀୟ ଭାବେ ଯାତ୍ରା କରି ଫେରିଥିବା ଏହି ପିଲାମାନେ ଆମେ ରାଜ୍ୟର ଜଣେ ଜଣେ ଜାତୀୟ ସ୍ତରୀୟ ଖେଳାଳି । ହେଲେ ଏମାନଙ୍କ ଅବସ୍ଥା ଏମିତି ଯେ , ସେମାନେ ଅସହାୟ… ଅପରିଚିତ ଓ ଅଣଦେଖା ଭାବେ ଦୟନୀୟ ସ୍ଥିତିରେ ଟ୍ରେନ୍ ଭିତରେ ତଳେ ବସି ଘର ବାହୁଡ଼ା ହେଉଛନ୍ତି । ଆଉ ଏହି ୧୯ ସେକେଣ୍ଡର ଭିଡିଓ ଖେଳାଳିଙ୍କ ପ୍ରତି ରାଜ୍ୟ କ୍ରୀଡ଼ା ବିଭାଗର ଯତ୍ନଶୀଳତା ଉପରେ ଅଙ୍ଗୁଳି ଉଠାଇଛି ।ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ପଠାଯାଇଥିଲା। ତେବେ ଦଶ ଜଣ ପୁଅ ଏବଂ ଆଠ ଜଣ ଝିଅଙ୍କୁ ନେଇ ତିଆରି ଏହି ଟିମର…

Read More

ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଜମିଲାଣି ଗୁଡ଼ି ଏବଂ ସୂତାର ପସରା । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଯାହା ଏବେବି ସହରରେ ସମସ୍ତେ ଗୁଡି ଉଡାଉଛନ୍ତି । ସାଧାରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ମାଞ୍ଜା ସୂତା ଚୋରାରେ ବିକ୍ରି ମଧ୍ୟ ଆରମ୍ଭ ହୋଇଥାଏ । ଯାହାକୁ ନେଇ ବଢ଼ିଛି ଚିନ୍ତା ।ବିଶେଷକରି ଗାଡ଼ିରେ ଯାଉଥିବା ଲୋକଙ୍କ ପାଇଁ ଏହି ମାଞ୍ଜା ସୂତା କାଳ ସାଜିଛି । ପ୍ରତିବର୍ଷ ମାଞ୍ଜାସୂତା ଜନିତ ଅଘଟଣ ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ପୌରପାଳିକା ପରାମର୍ଶ ଦେଇଛି । ମାଞ୍ଜା ଓ ପ୍ଲାଷ୍ଟିକ ସୂତା ଉପରେ କଟକଣା ଥିବାରୁ କୌଣସି ଦୋକାନୀ ଏହା ବିକ୍ରି ବା ରଖିଥିବାର ପ୍ରଶାସନ ନଜରକୁ ଆସେ ତାହେଲେ ପ୍ରଶାସନ ତରଫରୁ ଏହାକୁ ଜବତ…

Read More

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ବଦଳିଲେ ମାମଲାର ତଦନ୍ତକାରୀ ଅଧିକାରୀ । ଆଇୟୁସିଏଡବ୍ଲୁ ତଦନ୍ତ କରିବ, ତଦାରଖ କରୁଛି ସିଏଡବ୍ସୁ । କିନ୍ତୁ ଧଉଳି ଥାନା ପୋଲିସ ତଦନ୍ତରେ ସଦଯୋଗ କରିବ । ଧଉଳି ଥାନାରୁ ଦାୟିତ୍ୱ ହସ୍ତାନ୍ତର କଲେ ତଦନ୍ତକାରୀ ଅଧିକାରୀ । ପୂର୍ବରୁ ଧଉଳି ଥାନାଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଏହି ଦାୟିତ୍ବ ଡିସିପି ହେଡକ୍ବାଟରର ଏଡିସିପି ଆରତୀ ଗିରିଙ୍କୁ ଦିଆଯାଇଛି । ଡିସେମ୍ବର ୧୦ ତାରିଖ ସଂଧ୍ୟାରେ ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ହୋଇଥିଲା। ଧଉଳି ଶାନ୍ତି ସ୍ତୁପ ଦର୍ଶନ କରି ଫେରିବା ବେଳେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୧ ତାରିଖରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୧୬ ରେ ଏହାକୁ ରେଡ୍ ଫ୍ଲାଗ ମାମଲା ଘୋଷଣା କରିଥିଲା କମିଶନରେଟ ପୋଲିସ। କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର ହୋଇଥିଲା। ଶୀଘ୍ର ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ…

Read More

୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଛି ତାଲିକା। ସେହିପରି ୩ଟି ଜିଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ ହେଉଛି ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲି ଏବଂ ବୀରମହାରାଜପୁର। ସେହିପରି ନୂଆ ପୌର ପରିଷଦଗୁଡ଼ିକ ହେଉଛି ବୌଦ୍ଧ ଜିଲାର ବୌଦ୍ଧଗଡ଼ ଓ ଭଞ୍ଜନଗର, ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଓ ପୋଲସରା ଏବଂ ମୟୂରଭଞ୍ଜ ଜିଲାର କରଞ୍ଜିଆ।

Read More

ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। ସୂଚନା ଦେଇ ସେ କହିଛନ୍ତି ଯେ ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍‌ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍‌ଲେଟ୍‌ରେ ଲେଖିବେ। ସୂଚନାଥାଉକି, ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଏଥିପାଇଁ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ, ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ସେମାନଙ୍କୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି…

Read More