ଜାନୁଆରୀ ୧ ତାରିଖରୁ ହେବ ଜୋରଦାର ଗାଡ଼ି ଚେକିଂ। ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। ସୂଚନା ଦେଇ ସେ କହିଛନ୍ତି ଯେ ଏମଭିଆଇ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣା ହେବନି। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହ ଆଲୋଚନା କରିଛୁ। ପିୟୁସି ସାର୍ଟିଫିକେଟ ବାବଦରେ ଆଉଟଲେଟ୍ରେ ଲେଖିବାକୁ କହିଛୁ। ପିୟୁସି କରାଇବାକୁ ସେମାନେ ଆଉଟ୍ଲେଟ୍ରେ ଲେଖିବେ। ସୂଚନାଥାଉକି, ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର । ଏଥିପାଇଁ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ, ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଇଛି। ଯେଉଁ ମୋଟର ଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ସେମାନଙ୍କୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଏବେ ପଲୁସନ୍ ସାର୍ଟିଫିକେଟ ପାଇଁ ସଚେତନ କରାଯିବ,ଜାନୁଆରୀ ୧ରୁ କଡ଼ାକଡ଼ି ଗାଡ଼ି ଚେକିଂ
By madhulekha1 Min Read
