Author: madhulekha

ଆସନ୍ତାକାଲିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି । ୭୮ ତମ ଧନୁଯାତ୍ରା ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେର ନିଜର ଉଚ୍ଚକୋଟୀର ସଂଳାପ ସହ ସଂପୂର୍ଣ୍ଣ ପ୍ରସ୍ତୁତ । ସେହିପରି ଗୋପପୁରର ମୁଖ୍ୟ ଆକର୍ଷଣ ସାଜିଥିବା କୃଷ୍ଣ ବଳରାମ ଓ ରାଧା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଚଳିତ ଧନୁଯାତ୍ରାରେ ୨୨ ରୁ ଅଧିକ ମଞ୍ଚରେ ୨୦୦ରୁ ଅଧିକ କଳାକାର ନିଜର କଳା ପ୍ରଦର୍ଶନ କରିବେ । ଆସନ୍ତାକାଲି ଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲା ପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଭିନ୍ନ ଭିନ୍ନ ଝୁଲା ସହିତ ମୀନାବଜାର ଓ ବ୍ୟବସାୟୀ ମାନେ ଆସର ପକାଇଲେଣି । ଏଥର ୧୫ ଲକ୍ଷରୁ ଅଧିକ…

Read More

ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର। ଜାନୁଆରୀ ୩ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି।ଉପସ୍ଥିତ ରହିବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଓଏମସି ଲିମିଟେଡ୍ ଏମଡି, ଖଣି ନିର୍ଦ୍ଦେଶକ, ଜିଏସଟି ଅଧିକାରୀ ଉପସ୍ଥିତ ରହିବେ । ମୟୂରଭଞ୍ଜ ଓ କେନ୍ଦୁଝରର ସୁନା ଖଣି ନିଲାମ ପାଇଁ ହୋଇପାରେ ନିଷ୍ପତ୍ତି । ଚୂଡାନ୍ତ ହେବ ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର । ପ୍ରସ୍ତାବିତ ଖଣି ବ୍ଲକମାନଙ୍କର ଉପଯୁକ୍ତତା, ଅନୁସନ୍ଧାନ ସ୍ଥିତି, ନିଲାମ ପ୍ରସ୍ତୁତି ଯାଞ୍ଚ ହେବ । ତେବେ କେନ୍ଦୁଝରରେ ୧୬ଟି, ସୁନ୍ଦରଗଡ଼ରେ ୧୨ଟି ଏବଂ ରାୟଗଡ଼ାରେ ୫ ଟି, କଳାହାଣ୍ଡି ୪ ଟି, ମୟୂରଭଞ୍ଜ ୫ ଟି, ବଲାଙ୍ଗୀର ୩ ଟି, ନୟାଗଡ଼ ଗୋଟିଏ, ମାଲକାନଗିରିରେ ଗୋଟିଏ, ସମ୍ବଲପୁର ଗୋଟିଏ…

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ASI) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସତ୍ୟପାଠ ଦାଖଲ କରାଯାଇଛି।ମରାମତି ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତିତ ହେଉଛି, ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଏନେଇ କୋର୍ଟକୁ ଅବଗତ କଲେ ଆଡ୍‌ଭୋକେଟ୍ ଜେନେରାଲ । ସରକାର ଏବଂ ASIର ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟ ସ୍ୱଚ୍ଛତା ସହ ସମ୍ପାଦିତ ହେଉଛି। ରାଜ୍ୟର ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମସ୍ତ ବିଷୟ ଏବଂ ଅଗ୍ରଗତି ସମ୍ପର୍କରେ ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଗଣତି ମଣତି ନେଇ ନିଷ୍ପତ୍ତି ହୋଇଥିଲା ।ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର…

Read More

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ ରହିବେ। ଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ। ନିର୍ଦ୍ଦିଷ୍ଟ ସମୟ ଭିତରେ ଜିରୋ ନାଇଟ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ସବ ସମୟରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହାଇ ଏଫିସିଏନ୍ସି ରେସପନ୍ସ (HER) ଟିମ୍ ମୁତୟନ ରହିବେ। ସାଧା ପୋଷାକରେ ପୋଲିସ ସମସ୍ତଙ୍କ ଉପରେ ନଜର ରଖିବେ ।

Read More

ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୬ ମସିହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ତେଣୁ ଏହି ତିନି ଦିନ ପାଇଁ ପର୍ଯ୍ୟଟକମାନଙ୍କ ନିମନ୍ତେ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକାର ସୂଚନା ଦେଇଛନ୍ତି ।ଭିତରକନିକା ଅଂଚଳର ନଦୀ ଓ ନାଳରେ ୧୯୭୬ ମସିହାରୁ କୁମ୍ଭୀର ଗଣନା ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଇଥାଏ। କୁମ୍ଭୀର ଗଣନା ପାଇଁ ୧୦ ଦିନ ଭିତରକନିକା ବନ୍ଦ ରହିଥାଏ । ମାତ୍ର ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ୩ ଦିନରେ କୁମ୍ଭୀର ଗଣନା କରାଯିବାକୁ ନିଷ୍ପତି ନିଆଯାଇଛି। ତେବେ ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ି ନଥାଏ । ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା…

Read More

ଟ୍ରେନରେ ଲାର୍ଟିନ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସତ୍ୟାସତ୍ୟ ଉପରେ ସରକାର ଅନୁଧ୍ୟାନ କରିବେ । ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ ରାଜ୍ୟ କୁସ୍ତି ଖେଳାଳିଙ୍କୁ ଅଣଦେଖାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଟ୍ରେନ୍‌ ବଗି ପାଇଖାନା ପାଖରେ ବସି ଶୀତରେ ଥରି ଥରି ୟୁପିରୁ ଆସୁଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରୀୟ ସ୍କୁଲ୍‌ କୁସ୍ତିରେ ଭାଗ ନେବାକୁ କର୍ତ୍ତୃପକ୍ଷ ଏପରି କରିଛନ୍ତି। ମାସକ ପୂର୍ବରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ମାତ୍ର ଟ୍ରେନ୍ ଟିକଟ୍ ହୋଇନଥିଲା। ଶିକ୍ଷକ ଭାନୁ ରଣାଙ୍କ ନାଁ ନେଇ ଅନ୍ୟ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ କିପରି ଏହା ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

Read More

ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।କଟକ ADCP ଅମରେନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା। ଏତଲାକୁ ଭିତ୍ତି କରି ତଦନ୍ତ ହେବ,ବିଭିନ୍ନ ଦଫାରେ ମାମଲା ରୁଜ କରାଯାଇଛି।ସେ କହିଛନ୍ତି, ଏହି ମାମଲାରେ ସମସ୍ତ ଆଇନଗତ ପ୍ରକ୍ରିୟା ଗ୍ରହଣ କରାଯିବ । ବିଳମ୍ବରେ ଏତଲା ହୋଇ ଥିଲେ ମଧ୍ୟ ତଦନ୍ତରେ କୌଣସି ସମସ୍ୟା ହେଵ ନାହିଁ ବୋଲି ସେ କହିଛନ୍ତି ।ତଦନ୍ତରେ ପ୍ରମୁଖ ତଥ୍ୟ ପ୍ରମାଣ କୁହାଯାଉଥିବା ସିସିଟିଭି ଫୁଟେଜ୍, ବ୍ୟାଙ୍କ୍‌ର ଅର୍ଥ ଦେଣନେଣ ତଥ୍ୟ ଓ ମୋବାଇଲ୍ ଫୋନ୍ କଲ୍ ରେକର୍ଡ (ସିଡିଆର୍) ଆଣିବା ପାଇଁ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Read More

ଏନଏସି ଓ ମୁନିସିପାଲିଟି ଘୋଷଣା ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ କିଛି ଘୋଷଣା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି ଘୋଷଣା ହେବ । ତେବେ ୨୮ଟି ଏନଏସି ଘୋଷଣା କରାଯିବ । ବର୍ତ୍ତମାନ ୪ଟି ମ୍ୟୁନିସିପାଲଟି ଘୋଷଣା ହୋଇଛି । ରାଜ୍ୟପାଳଙ୍କ ସ୍ୱୀକୃତି ଅନୁଯାୟୀ ଘୋଷଣା କରାଯାଇଛି । ସୁଚନା ମୁତାବକ ଗତକାଲି ୫ଟି ମୁନିସିପାଲିଟି ଓ ୨୪ ଏନଏସି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବୌଦ୍ଧ ଜିଲ୍ଲାରେ ବୌଦ୍ଧଗଡ଼କୁ ମୁନିସିପାଲିଟି ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆକୁ ମୁନିସିପାଲିଟି ଘୋଷଣା କରାଯାଇଛି। ସେହିପରି ୧୪ ଜିଲ୍ଲାରେ୨୪ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟ ଘୋଷଣା କରାଯାଇଛି।ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୫ଟି ନୂଆ ଏନଏସି ଘୋଷଣା ହୋଇଥିବା ବେଳେ କଟକରେ ୩ଟି ଏନଏସି ଘୋଷଣା ହୋଇଛି। ଅନୁଗୁଳ…

Read More

ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ରାଜ୍ୟରେ ଗଡିବ ୪୨୮ଟି ୧୦୮ ନୂଆ ଆମ୍ବୁଲାନ୍ସ । ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ନିୟୋଜିତ ହେବ । ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ବୁୁଲାନ୍ସ ଗଡ଼ିବାର ଯୋଜନା ଅଛି। ଅଚଳ ଆମ୍ବୁଲାନ୍ସ ସ୍ଥାନରେ ନୂଆ ଆମ୍ବୁଲାନ୍ସ ଗଡିବ ।

Read More

ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ । ତାଙ୍କର ସମଗ୍ର ରାଜନୈତିକ ଜୀବନ କୃଷକ, କୃଷି ଶ୍ରମିକ ଏବଂ ଗ୍ରାମୀଣ ଅର୍ଥନୀତିର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ସେହିପରି ଭାରତୀୟ କୃଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା…

Read More