୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଛି ତାଲିକା। ସେହିପରି ୩ଟି ଜିଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ ହେଉଛି ପାଲଲହଡ଼ା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡ଼ମ୍ବା, ନରସିଂହପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଖୋର୍ଦ୍ଧାର ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲି ଏବଂ ବୀରମହାରାଜପୁର। ସେହିପରି ନୂଆ ପୌର ପରିଷଦଗୁଡ଼ିକ ହେଉଛି ବୌଦ୍ଧ ଜିଲାର ବୌଦ୍ଧଗଡ଼ ଓ ଭଞ୍ଜନଗର, ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଓ ପୋଲସରା ଏବଂ ମୟୂରଭଞ୍ଜ ଜିଲାର କରଞ୍ଜିଆ।
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି
By madhulekha1 Min Read
