ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି ।ଚାଉମିନ୍, ମ୍ୟାଗି, ପିଜା ଏବଂ ବର୍ଗର ଭଳି ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ଏକାଦଶ ଶ୍ରେଣୀର ଛାତ୍ରୀ ଅହାନାଙ୍କର ଅନ୍ତନଳୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଦୀର୍ଘ ଦିନର ଚିକିତ୍ସା ପରେ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନାମୁତାବକ ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନ ଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିଲେ…
Author: madhulekha
ନୂଆବର୍ଷ ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ପାଇଁ ଲାଗିଲା ଅସ୍ଥାୟୀ ବ୍ୟାରିକେଡ୍ । ଆସନ୍ତାକାଲି ବଡ଼ ଦିନ । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ଲଗାଯାଇଛି । ପର୍ଯ୍ୟଟନ ଋତୁକୁ ନେଇ ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଦେଶ ଓ ବିଦେଶ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼କୁ ନେଇ ବିଗତ ବର୍ଷ ମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବ୍ୟାରିକେଟ ମଧ୍ୟ ଦେଇ ପର୍ଯ୍ୟଟକ ମାନେ ଧାଡିରେ ଶୃଙ୍ଖଳିତ ଭାବେ ପ୍ରବେଶ କରି ସୂର୍ଯ୍ୟମନ୍ଦିର ବୁଲି ଦେଖିପାରିବେ । ଭିଆପି ଓ ଭିନକ୍ଷମଙ୍କ ପାଇଁ ସୂର୍ଯ୍ୟମନ୍ଦିର ପ୍ରବେଶ କରି ପରିଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏଏସ୍ଆଇର ସ୍ଥାନୀୟ ଅଧିକାରୀ ତ୍ରଇଲୋକ ନାଥ ବେହେରା ପ୍ରକାଶ କରିଛନ୍ତି । ଅନଲାଇନ ଓ ଅଫଲାଇନ ଟିକେଟ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯାଉଛି । ଆଉ…
ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଜାନୁଆରି ପହିଲାରୁ କେବଳ ନୂଆ ବର୍ଷ ବଦଳିବ ନାହିଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିବ । ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି । ରାଶନ କାର୍ଡ ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଆରମ୍ଭ କରାଯାଇଛି, ଯାହା ଚାଷୀ ଏବଂ ଗ୍ରାମବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ବ୍ୟାଙ୍କିଂ ନିୟମ ୨୦୨୬ ଏବଂ ଟିକସ ନିୟମ ୨୦୨୬ ଆଇଟିଆର୍ ଫର୍ମ ପରିବର୍ତ୍ତନ କରୁଛି। ଜାନୁଆରୀ ୨୦୨୬ରୁ ଆୟକର ରିଟର୍ନ ଫର୍ମରେ ପରିବର୍ତ୍ତନ ସମ୍ଭବ। ଅଧିକ ତଥ୍ୟ-ଆଧାରିତ ରିପୋର୍ଟିଂ। କ୍ରେଡିଟ ସ୍କୋର ଅପଡେଟ ନିୟମ: ଏପ୍ରିଲ ୨୦୨୬ରୁ, କ୍ରେଡିଟ ସ୍କୋର ୭ ଦିନ ମଧ୍ୟରେ ଅପଡେଟ ହେବ। ପୂର୍ବରୁ, ଏଥିରେ ୧୫ ଦିନ ଲାଗୁଥିଲା। SBI ଭଳି ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର…
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଜାରି ରଖିଛି। ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୂଚନାମୁତାବକ ମଙ୍ଗଳବାର ସକାଳ ୧୦ଟାରେ କୁନି ଝିଅ ସ୍କୁଲ୍ ଯାଇଥିଲା । କିନ୍ତୁ ସେ ସ୍କୁଲକୁ ନଯାଇ ଝିଅ କୁଆଡ଼େ ନିଖୋଜ୍ ହୋଇଯାଇଥିବା ଜଣାପଡିଥିଲା । ଏହା ପରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ବହୁ ଖୋଜାଖୋଜି ପରେ ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟ ଜଙ୍ଗଲରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ଶ୍ରୀହରିକୋଟାରୁ ଐତିହାସିକ ଉତ୍କ୍ଷେପଶ, ଲଞ୍ଚ ହେଲା କମ୍ୟୁନିକେସନ ସାଟେଲାଇଟ୍ । ସବୁଠାରୁ ଓଜନିଆ ଉପଗ୍ରହ ଲଞ୍ଚ କଲା ଇସ୍ରୋ । ସିଧାସଳଖ ମହାକାଶରୁ ମୋବାଇଲ ଇଣ୍ଟରନେଟ୍ ସେବା ପାଇଁ ଫିଟିବ ବାଟ । ଯୋଗାଯୋଗ କ୍ଷେତ୍ରରେ ହେବ ବୈପ୍ଳବିକ ପରିବର୍ତ୍ତନ । ଏଥର ଆମେରିକାର ଉଦ୍ଭାବକ ଏଏସ୍ଟି ସ୍ପେସ୍ମୋବାଇଲ୍ର ଆଗାମି ପିଢ଼ି କମ୍ୟୁନିକେସନ୍ ସାଟେଲାଇଟ୍‘ବ୍ଲୁବାର୍ଡ-୬ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନରୁ ମହାକାଶକୁ ପଠାଯାଇଛି । ଏହାର ଲକ୍ଷ୍ୟ- ସିଧାସଳଖ ମହାକାଶରୁ ସାଧାରଣ ସ୍ମାର୍ଟଫୋନ୍କୁ ବ୍ରଡ୍ବ୍ୟାଣ୍ଡ ପହଞ୍ଚାଇବା । ମିଶନ ସଫଳ ହେଲେ ଆଉ ମୋବାଇଲ ନେଟୱାର୍କ ପାଇଁ ଟାୱାରର ଆବଶ୍ୟକତା ପଡ଼ିବ ନାହିଁ । ଟାୱାର ଯୁଗ ସରିଯିବ । ବ୍ଲୁବାର୍ଡ ବ୍ଲକ-୨ ସାଟେଲାଇଟ୍ ପୃଥକ ହୋଇ ସଫଳତାର ସହ କକ୍ଷପଥରେ ସ୍ଥାପିତ ହୋଇଛି । ଏହା ସହିତ, ମିଶନ୍ ସଫଳତାର ସହ ସମାପ୍ତ ହୋଇଛି ।
ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ଵ ସହାୟକ। ବରିଷ୍ଠ ରାଜସ୍ଵ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ଚଢଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ଜାରି ରହିଛି। ବରଗଡ଼ ଓ ସମ୍ବଲପୁରର ୪ଟି ସ୍ଥାନରେ ଚାଲିଛି ରେଡ୍ । ବରଗଡ଼ରେ ଦୁଇ ମହଲା ଘର, ସମ୍ବଲପୁର ଚାରଭାଟିରେ ଥିବା ଘରେ ଯାଞ୍ଚ କରୁଛି ଟିମ୍ । ସେହିପରି ବରଗଡ଼ର ପୈତୃକ ଘର ଓ ସମ୍ବଲପୁର କାର୍ଯାଳୟରେ ରେଡ୍ ହେଉଛି । ଚଢ଼ାଉରେ ୨ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।ଦୁଇ ଡିଏସ୍ପି ଓ ୮ ଇନ୍ସପେକ୍ଟର ଚଢଉରେ ସାମିଲ ଅଛନ୍ତି।
ବାବା ବୈଦ୍ୟନାଥଙ୍କ ଶରଣରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ।କଙ୍ଗନା ରଣାୱତ ଭଗବାନ ଶିବଙ୍କ ପୂଜା କରିବା ସମୟରେ ସମସ୍ତ ଆବଶ୍ୟକ ପରମ୍ପରା ପାଳନ କରିଛନ୍ତି । କଙ୍ଗନା ବାବା ବୈଦ୍ୟନାଥ ଧାମରେ ଶିବ ମନ୍ତ୍ର ଜପ, ଭଜନ ଗାଇବା ଏବଂ ରୁଦ୍ରାଭିଷେକ କରିଥିଲେ । ନିଜ ଇନଷ୍ଟାଗ୍ରାମରେ କଙ୍ଗନା ଫଟୋ ସେୟାର କରି ଲେଖିଛନ୍ତି, ଆଜି ବୈଦ୍ୟନାଥ ଏବଂ ବାସୁକୀ ଧାମର ଦର୍ଶନ କରିଛି । ଏହା ମୋର ୯ମ ଜ୍ୟୋର୍ତିଲିଙ୍ଗ ଦର୍ଶନ ଏବଂ ଅନ୍ୟ ୩ଟି ବାକି ରହିଛି । ଡିସେମ୍ବର ସରିବା ପୂର୍ବରୁ ସମସ୍ତ ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଛି ।
ହାଇକୋର୍ଟରେ ବିଧାୟକଙ୍କ ଦରମା ବୃ୍ଦ୍ଧି ମାମଲା ଗ୍ରହଣ ହେଲାନି । ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲା ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇ ନଥିବା ଦର୍ଶାଇ ମାମଲା ଗ୍ରହଣୀୟ ହେବନି କହିଲେ । ବିଧିବଦ୍ଧ ବିଜ୍ଞପ୍ତି ପରେ ମାମଲା କରିପାରିବେ ବୋଲି ଆବେଦନକାରୀଙ୍କୁ ଅନୁମତି ଦିଆଯାଇଛି । ସୂଚନାଥାଉକି, କିଛିଦିନ ତଳେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତା ବୃଦ୍ଧି ପ୍ରସଙ୍ଗରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି ବୋଲି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ । ବିଧାନସଭାରେ ଶୀତକାଳୀନ ଅଧିବେଶନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଏହି ପ୍ରସ୍ତାବ ଉପସ୍ଥାପନ…
ଓଡ଼ିଶାର କିଛି ଗ୍ରାମୀଣ ଅଞ୍ଚଳରେ ଆଜି ମଧ୍ୟ ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅନ୍ଧାର ମଧ୍ୟରେ ‘ଡାହାଣୀ ସନ୍ଦେହ’ ନାମରେ ନିର୍ଦ୍ଦୋଷ ଜୀବନ ଯାଉଛି । ତେବେ ଗାଁ ଗାଁ, ଘରେ ଘରେ ପହଞ୍ଚି ଅଧିକାରୀମାନେ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ମାନବିକ ଦୃଷ୍ଟିରେ କାର୍ଯ୍ୟ କରିବା ଦ୍ୱାରା ଏହି କୁସଂସ୍କାରକୁ ଦୂର କରାଯାଇ ପାରିବ, ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମତି ପରିଡା ଆହୁରି କହିଛନ୍ତି ଯେ, “ସେ ଡାହାଣୀ ସମ୍ପର୍କୀୟ ହିଂସା, ହତ୍ୟା ଓ ବାଲ୍ୟ ବିବାହ ଘଟଣା ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ରିପୋର୍ଟ ମିଳିଲା ପରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି । ଏପରି ଅପରାଧ ରୋକିବାକୁ ସରକାର ପ୍ରତିବଦ୍ଧ ଥିଲେ ମଧ୍ୟ, ଏହି ସାମାଜିକ କୁପ୍ରଥାକୁ ପ୍ରଭାବଶାଳୀ ଭାବେ ଦମନ କରିବା ପାଇଁ ସମାଜର ସହଯୋଗ…
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ବୈଠକରେ କଟକ ଏସ୍.ସି.ବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବୈଠକରୁ ଜଣାଯାଇଛି ଯେ, ଏସସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (G+16) ବିଶିଷ୍ଟ ଏକ ମଲ୍ଟି ଲେଭଲ୍ ପାର୍କିଂ ସୁବିଧା ବିକଶିତ କରାଯିବ। ପାର୍କିଂ ସୁବିଧା ଉଭୟ ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ। ଏହି ବିଲ୍ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଟ ମହଲାଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି. ଫାର୍ମା ଏବଂ ଡି. ଫାର୍ମା କଲେଜ୍ ଇତ୍ୟାଦି କାର୍ଯ୍ୟକ୍ଷମ ହେବ।ସେହିପରି ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ…