ଆସନ୍ତା ୨୦୨୬ ଫେବୃଆରୀ ୧୮ ତାରିଖରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନପତ୍ରର ସୁରକ୍ଷା ଲାଗି ମୋଟ୍ ୨୧୦ଟି ହବ୍ କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଚଳିତବର୍ଷ ରାଜ୍ୟରେ ୧୫୦ଟି କଲେଜ ବୃଦ୍ଧି ହୋଇଥିବାରୁ ହବ୍ ସଂଖ୍ୟା ମଧ୍ୟ ବଢ଼ିବାର ସମ୍ଭାବନା ରହିଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଇଛନ୍ତି। ତେବେ ଚଳିତବର୍ଷ ରାଜ୍ୟରେ ମୋଟ୍ ୧୩୫୮ଟି ସେଣ୍ଟର ସମେତ ୭ଟି ସବ୍ ସେଣ୍ଟରରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୪ ଲକ୍ଷ ହଜାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବ୍କାଷ୍ଟ ବ୍ୟବସ୍ଥା ହେବ। ସେହିପରି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରେ ଶେଷ ହେବ। ସେହିପରି ୬୦୦ଟି ପରୀକ୍ଷାକେନ୍ଦ୍ରର ମଧ୍ୟ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା…
Author: madhulekha
ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଚାନ୍ଦା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ…
ରାଜ୍ୟରେ ଜାରି ରହିବ ଶୀତ। ରାତି ତାପମାତ୍ରା ସାମାନ୍ୟ ପ୍ରାୟ ୧ ଡିଗ୍ରୀ ଯାଏ ବଢ଼ିପାରେ ।। ୩୦ ତାରିଖ ବେଳକୁ କିଛି ସ୍ଥାନରେ ଅଧିକ ଶୀତ ହେବନି ଓ ପାଗ ଆରାମଦାୟକ ରହିବ ବୋଲି ପୂର୍ବାନୁମାନ କରଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆସନ୍ତା ୭ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ଓ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ହେବ । ଏଠାରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି ।
ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ । ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ । ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା । ଏନେଇ ଥାନାରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଏହି ଯେଉଁ ମହିଳାଙ୍କୁ ଦେଖୁଛନ୍ତି ତାଙ୍କୁ ପୋଲିସ୍ ଗିରଫ କରିଛି। ଆଉ ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ତାଙ୍କ ସାଙ୍ଗରେ ଜେଲର ଅନ୍ଧାର କୋଠରୀକୁ ବି ଯାଇଛି ତାଙ୍କ ସାତ ମାସର ଶିଶୁ କନ୍ୟା। ନିଜ ସ୍ବାମୀଙ୍କୁ ଗାମୁଛାରେ ଚିପି ହତ୍ୟା କରିବା ପରେ ତାଙ୍କୁ ତ ପୋଲିସ ଗିରଫ କରିଛି କିନ୍ତୁ ତାଙ୍କ ନିଷ୍ପାପ ଶିଶୁଟିକୁ ବି ମା ସହ ଜେଲ୍ ଯିବାକୁ ପଡ଼ିଛି। କାରଣ ମା କ୍ଷୀର ହିଁ ତାର ଖାଦ୍ୟ… ! ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୁର୍ଲା MCL ଅଞ୍ଚଳରେ। ଝାରସୁଗୁଡ଼ା ଲଖନପୁରର ଆକାଶ ମୁଣ୍ଡା (୨୫) ବୁର୍ଲା MCLରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ଦିନବେଳେ ଏକ ଫୁଟବଲ୍ ମ୍ୟାଚ୍ ରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ମ୍ୟାଚ୍ ସରିବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ଏହାପରେ କୌଣସି କଥାକୁ ନେଇ ପତ୍ନୀ ସରସ୍ଵତୀ ମୁଣ୍ଡା…
ଇତିହାସ ପାଲଟିଲା ମନରେଗା । VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G । ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ ।ସରକାର ଆସନ୍ତା ବର୍ଷ ୧ ଏପ୍ରିଲ (୨୦୨୬) ଠାରୁ ଏହି ବିଲ୍ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡିଛି ।ଆଇନର ବ୍ୟବସ୍ଥା ଅନୁଯାୟୀ, ଇଚ୍ଛୁକ ଗ୍ରାମୀଣ ପରିବାରଗୁଡ଼ିକୁ ସର୍ବନିମ୍ନ ୧୨୫ ଦିନର ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାର ସାମ୍ବିଧାନିକ ଭାବରେ ଦାୟୀ ରହିବେ। ମଜୁରୀ ପ୍ରଦାନ ସପ୍ତାହିକ କିମ୍ବା ସର୍ବାଧିକ ୧୫ ଦିନ ମଧ୍ୟରେ ବାଧ୍ୟତାମୂଳକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେୟ ପ୍ରଦାନ ନ ହେଲେ ମଜୁରୀ ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ ପ୍ରଦାନ…
ବଲିଉଡ୍ ଜଗତରୁ ଏକ ଖବର ସାମ୍ନାକୁ ଆସିଛି । ଗତକାଲି ମୁମ୍ବାଇରେ ଅଭିନେତ୍ରୀ ନୋରା ଫତେହି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ଅଭିନେତ୍ରୀ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଏଥିସହ ସେଠାରେ ତାଙ୍କର ସିଟି ସ୍କାନ୍ ମଧ୍ୟ ହୋଇଥିଲା ।ଘଟଣା ପରେ ମଦ୍ୟପ ଡ୍ରାଇଭର ଗିରଫ ହୋଇଛି । ନୋରା ସୁରକ୍ଷିତ ଥିବା ସୂଚନା ରହିଛି । ନୋରା ଡେଭିଡ୍ ଗୁଏଟାଙ୍କ କନସର୍ଟରେ ଯୋଗଦେବା ପାଇଁ ସନବର୍ଣ୍ଣ ଫେଷ୍ଟିଭାଲକୁ ଯାଉଥିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦର ସାହିଲ ଖାଁ ।ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପାର୍କ ବୁଲିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ, ଯାହା ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ତିନି ଜଣରୁ ଅଧିକ ପୁରୁଷ ମହିଳାଙ୍କୁ ଟଣାଓଟରା କରି ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି। ଏଫଆଇଆର ଅନୁଯାୟୀ, ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଏତଲା । କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି ନେଇ ଏତଲା ଦେଇଛନ୍ତି ସେଫାଳି ସୁନା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ସେ ଉଲ୍ଲେଖ କରିଛନ୍ତି । ଏତେଲା କରି ଅବହେଳା, ଦୁର୍ବବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମାଆ । ଷଡଯନ୍ତ୍ର, ଆର୍ଥିକ ହେରାଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରିଛନ୍ତି । ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ଏତେଲା ଉଲ୍ଲେଖ କରାଯାଇଛି । ଏଥିସହ ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛିି । ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଉଲ୍ଲେଖ କରାଯାଇଛିି ।…
ଶନି ଦେବଙ୍କୁ କର୍ମଫଳର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ ବୋଲି ଆମେ ଜାଣନ୍ତି । ସେ ଲୋକମାନଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ, ନଅଟି ଗ୍ରହ ମଧ୍ୟରୁ ଶନି ଦେବଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ।ଶନିଦେବ ଯାହାଙ୍କୁ ପ୍ରସନ୍ନ ହୁଅନ୍ତି ସେମାନଙ୍କ ଜୀବନରେ ସ୍ଥିରତା, ଶାନ୍ତି ଏବଂ ଆର୍ଥିକ ସମୃଦ୍ଧି ଆସିଥାଏ । କିନ୍ତୁ ଶନି ଦେବଙ୍କୁ ନିଷ୍ଠୁର ବୋଲି ବିବେଚନା କରାଯାଏ । ତାଙ୍କର ନିଷ୍ଠୁର ଦୃଷ୍ଟିକୁ ଅଶୁଭ ବୋଲି ବିବେଚନା କରାଯାଏ ।ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଦିଅନ୍ତି, ଗରିବଙ୍କୁ ହଇରାଣ କରନ୍ତି ଏବଂ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହନ୍ତି, ସେମାନେ ଶନିଙ୍କ କ୍ରୋଧର ସମ୍ମୁଖୀନ ହୁଅନ୍ତି । ଯେଉଁମାନେ ନିଜ ଗୁରୁଜନ ଲୋକଙ୍କୁ ଅପମାନ କରନ୍ତି, ସେମାନେ ମଧ୍ୟ ଶନିଙ୍କ କ୍ରୋଧର ସମ୍ମୁଖୀନ ହୁଅନ୍ତି । ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି ନାହିଁ ଏବଂ…