ଆପ୍ ଛାଡିଲେ ରାଘବ ଚଢା । କେବଳ ରାଘବ ଚଢା ନୁହେଁ ସାଂସଦ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ୩ ଜଣ ରାଜ୍ୟସଭାରେ ସାଂସଦ ଥିଲେ । ଏବେ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି ।ଆଗକୁ ଆଉ ୪ଜଣ ଇସ୍ତଫା ଦେବେ ସୂଚନା। ଶ୍ରୀ ଚଢା କହିଛନ୍ତି ଯେଉଁ ଆପ ଦଳ ପାଇଁ ରକ୍ତ ଓ ଝାଳ ବୁହାଇ ଯୌବନର ୧୫ବର୍ଷ ତ୍ୟାଗ କରିଛି ସେହି ଦଳ ତାର ନୀତି, ମୂଲ୍ୟବୋଧ ଏବଂ ମୂଳ ନୈତିକତାରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନ ଏହି ଦଳ ରାଷ୍ଟ୍ର ସ୍ୱାର୍ଥରେ କାମ ନକରି ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ଗତ କିଛି ବର୍ଷ ଧରି, ମୁଁ ଅନୁଭବ କରୁଛି ଯେ ମୁଁ ଭୁଲ ଦଳରେ ଠିକ୍ ବ୍ୟକ୍ତି। ତେଣୁ ଆଜି ଆମେ ଦଳ ଛାଡୁଥିବା ନେଇ ଘୋଷଣା କରୁଛୁ। ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ମାମଲାରେ କୋର୍ଟରୁ ଆଶ୍ୱସ୍ତି ପାଇବା ପରେ ମଧ୍ୟ ରାଘବ କୌଣସି ଉତ୍ସବରେ ସାମିଲ ହୋଇନାହାନ୍ତି କିମ୍ବା ସୋସିଆଲ ମିଡିଆରେ କୌଣସି ଶୁଭେଚ୍ଛା ଜଣାଇ ନଥିଲେ ।ସେପଟେ ସନ୍ଦୀପ ପାଠକ କହିଛନ୍ତି, “ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ ଜଣ ସାଂସଦ ଅଛନ୍ତି, ଯାହାଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଆମ ସହିତ ଅଛନ୍ତି । ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟରେ ସେମାନଙ୍କର ଦସ୍ତଖତ ଦାଖଲ କରିଛୁ । ମୁଁ କେବେ କଳ୍ପନା କରି ନଥିଲି ଯେ ମୋ ଜୀବନରେ ଏହି ପରିସ୍ଥିତି ସୃଷ୍ଟି ହେବ। ମୁଁ ୧୦ ବର୍ଷ ଧରି ଏହି ଦଳ ସହିତ ଜଡିତ । ଆଜି, ମୁଁ ଆମ ଆଦମୀ ପାର୍ଟିରୁ ଅଲଗା ହେଉଛି।” ତେବେ ୭ ଜଣ ସାଂସଦ ରାଘବଙ୍କ ସହ ରହିଥିବା କୁହାଯାଉଛି |
ଆପ୍ ଛାଡ଼ି ବିଜେପିରେ ସାମିଲ ହେଲେ ରାଘବ ଚଢ଼ା
By madhulekha1 Min Read
