ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ଜମିଲାଣି ଗୁଡ଼ି ଏବଂ ସୂତାର ପସରା । ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପରମ୍ପରା ରହିଛି । ଯାହା ଏବେବି ସହରରେ ସମସ୍ତେ ଗୁଡି ଉଡାଉଛନ୍ତି । ସାଧାରଣତଃ ଗୁଡ଼ି ଉଡାଇବା ପାଇଁ ମାଞ୍ଜା ସୂତା ବ୍ୟବହାର କରିଥାନ୍ତି ଲୋକେ । ମକର ସଂକ୍ରାନ୍ତି ପୂର୍ବରୁ ବଜାରରେ ମାଞ୍ଜା ସୂତା ଚୋରାରେ ବିକ୍ରି ମଧ୍ୟ ଆରମ୍ଭ ହୋଇଥାଏ । ଯାହାକୁ ନେଇ ବଢ଼ିଛି ଚିନ୍ତା ।ବିଶେଷକରି ଗାଡ଼ିରେ ଯାଉଥିବା ଲୋକଙ୍କ ପାଇଁ ଏହି ମାଞ୍ଜା ସୂତା କାଳ ସାଜିଛି । ପ୍ରତିବର୍ଷ ମାଞ୍ଜାସୂତା ଜନିତ ଅଘଟଣ ଘଟୁଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ପୌରପାଳିକା ପରାମର୍ଶ ଦେଇଛି । ମାଞ୍ଜା ଓ ପ୍ଲାଷ୍ଟିକ ସୂତା ଉପରେ କଟକଣା ଥିବାରୁ କୌଣସି ଦୋକାନୀ ଏହା ବିକ୍ରି ବା ରଖିଥିବାର ପ୍ରଶାସନ ନଜରକୁ ଆସେ ତାହେଲେ ପ୍ରଶାସନ ତରଫରୁ ଏହାକୁ ଜବତ କରାଯିବ । ଏଥିସହ ଜରିମାନା ଆଦାୟ ସହ ଆବଶ୍ୟକ ସ୍ଥଳେ ଦୋକାନକୁ ମଧ୍ୟ ସିଲ୍ କରାଯାଇପାରେ ।
ମାଞ୍ଜା ସୂତା କିମ୍ବା ପ୍ଲାଷ୍ଟିକ ସୂତା ବିକ୍ରୟ ହେଲେ ଦୋକାନୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ
By madhulekha1 Min Read
