Author: madhulekha

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ ପ୍ରକାଶ କରିଛନ୍ତି। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । କେଉଁ ପରିସ୍ଥିତିରେ ଏହି ପ୍ରାଣୀ ଗୁଡିକ ବାଲେଶ୍ୱର ଜିଲ୍ଲାକୁ ଆସିଲେ ଏବଂ ଏହା ପଛରେ କ’ଣ ପୃଷ୍ଠଭୂମି ରହିଛି, ତାକୁ ସ୍ପଷ୍ଟ କରିବା ପାଇଁ, ସେ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ, ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଏହି ମାମଲାର ତଦନ୍ତ କରିବାକୁ…

Read More

ଆସନ୍ତା ୨୦୩୫ ମସିହା ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ହେବ । ଭାରତୀୟ ବୈଜ୍ଞାନିକମାନେ ସେଠାରେ ରହି ବିଭିନ୍ନ ମହାକାଶର ବିଭିନ୍ନ ରହସ୍ୟକୁ ନେଇ ଗବେଷଣା କରିବେ । ଏହାସହିତ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟମାନେ ପହଞ୍ଚିବେ । ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଭାରତର ମହାକାଶ ଯାତ୍ରା ବିଷୟରେ ଏହି ସମସ୍ତ ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ୟାରିସରେ ଚାଲିଥିବା ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରିଥିଲେ । ତାଙ୍କ ଅଭିଭାଷଣ ଆରମ୍ଭ କରି ମୋଦି ସମ୍ମିଳନୀରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Read More

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି । ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ସର୍ଭେ । ନଭେମ୍ବର ୭ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୩ ତାରିଖରେ ଆୟୋଜନ କରାଯିବ। ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ।ସ୍ଥାନୀୟ ସ୍ୱାୟତ୍ତ ଶାସନ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହି କ୍ରମରେ ସାରା ରାଜ୍ୟରେ ଭୋଟର ତାଲିକା ସଂଶୋଧନ ଏବଂ ଯାଞ୍ଚ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ନୂଆ କରି ୧୮ ବର୍ଷ ବୟସ ଅତିକ୍ରମ କରିଥିବା ଯୋଗ୍ୟ ଯୁବ ଭୋଟରମାନଙ୍କ ନାମ ତାଲିକାରେ ସାମିଲ…

Read More

ରିଲ୍ସ କଲେ ଜେଲ ଗଲେ । ୫ ଯୁବକ ଓ ୪ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି । ୫ ଯୁବକଙ୍କ ସହ ୩ଜଣ ନାବାଳକ ହାତରେ ଛୁରା ଧରି ଝାରସୁଗୁଡାରେ ଖାଲି ଏମିତି ଚାଲେ କହି ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏକ ରିଲ କରି ସୋସିଆଲ ମିଡିଆରେ ଛାଡିଥିଲେ।ସୂଚନାଥାଉକି,ବଞ୍ଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଝାରସୁଗୁଡ଼ା SP ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଯଦି କେହି ଏଭଳି ସାଧାରଣ ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରିବେ ତାହେଲେ ପୋଲିସ ହାତବାନ୍ଧି ବସିବ ନାହିଁ ।

Read More

ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ଏହି ଗଣନା ଜାତୀୟ ଉଦ୍ୟାନ ମଧ୍ୟସ୍ଥ କନିକା ରେଞ୍ଜର ମଠଆଡିଆ, ଲଷ୍ମୀ ପ୍ରସାଦ ଡିଆ, ଦୁର୍ଗା ପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ କରାଯାଇଥିଲା । ସେପ୍ଟେମ୍ବର 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଚାଲିଥିବା ପକ୍ଷୀ ଗଣନାର ରିପୋର୍ଟ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ଭିତରକନିକାରେ ଅଛନ୍ତି ୧୦ ପ୍ରଜାତିର ୧ ଲକ୍ଷ ୩୨ ହଜାର ୨୭୯ ଟି ପକ୍ଷୀ । ଚଳିତବର୍ଷ ୧୪୧୯ ଟି ଗଛରେ ୨୮୬୪ଟି ବସା ବାନ୍ଧି ୧ ଲକ୍ଷ ୩୨ ହଜାର ୨୭୯ଟି ପକ୍ଷୀ ଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଉଛି । ଗେଣ୍ଡାଳିଆ, ବଗ, ଦା ବେଣ୍ଟିଆ, କାପରଖାଇ, ଅଞ୍ଜନା ପ୍ରଭୃତି ଦେଶୀୟ ପକ୍ଷୀ…

Read More

ଓଡ଼ିଶାରେ ୫ ଓରାଙ୍ଗଉଟାନ ଠାବ ଘଟଣାକୁ ନେଇ ବିଶ୍ଵବ୍ୟାପୀ ଚର୍ଚ୍ଚା ଲାଗି ରହିଛି। ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ କେଉଁମାନେ ଆଣିଥିଲେ ତାକୁ ନେଇ ରହସ୍ୟ ଲାଗି ରହିଛି। ଆଜି (ଶୁକ୍ରବାର) ପୋଲିସ ଡିଜି ବିନୟତୋଷ ମିଶ୍ର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧିବଦ୍ଧ ମାମଲା ରୁଜୁ କରି ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରିବାକୁ ଡିଜିପି କହିଛନ୍ତି।ତେବେ ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF । ଏହି ଘଟଣାରେ ହୋଟେଲ ମାଲିକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ତେବେ ୩ ଜଣଙ୍କୁ ଉଠାଇ ନେଇ ଅଧିକ ପଚାର ଉଚରା କରୁଛି ଏସ ଟି ଏଫ ଟିମ୍ ।ସିସିଟିଭି ଫୁଟେଜରେ ଦେଖାଯାଉଥିବା ଉକ୍ତ କଳାରଙ୍ଗର ଥର୍ ଗାଡ଼ି ହୋଟେଲ୍‌ ମାଲିକଙ୍କ ବୋଲି STF ଜାଣିବାକୁ ପାଇଛି। ଗତକାଲି ଓରାଙ୍ଗଉଟାନ୍ ଉଦ୍ଧାର ହୋଇଥିବା ସ୍ଥାନରୁ ମାସ୍କ…

Read More

ଭାରତରେ ମଧ୍ୟରାତ୍ରିରେ ହଠାତ୍ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ସହିତ ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଏକାସାଙ୍ଗରେ ଭୂକମ୍ପ ମାପ କରାଯାଇଛି । ଆଜି ସକାଳେ ତିଦ୍ଦତରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ଥିବା ଜଣାପଡିଛି । ଶୁକ୍ରବାର ତିବ୍ଦତରେ ହୋଇଥିବା ଭୂମିକମ୍ପ ବିଷୟରେ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ସୂଚନା ଜାରି କରିଛି । ସଂସ୍ଥା ଅନୁଯାୟୀ, ଶୁକ୍ରବାର ଭୋର ୪ଟା ୨ ମିନିଟ୍ ସମୟରେ ତିବ୍ଦତରେ ୩.୭ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ଲଗାତାର ବିଭିନ୍ନ ସ୍ଥାନରେ ଭୂକମ୍ପ ହେବା କାରଣରୁ ସାଧାରଣରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଶ୍ୱସ୍ତିର କଥା ଏ ଯେ, ଏପର୍ଯ୍ୟନ୍ତ ଏହି ସମସ୍ତ ଭୂକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇଥିବା ନେଇ…

Read More

ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ବ୍ୟାଙ୍କ ଗ୍ରାହକଙ୍କୁ ସେବା ପାଇବାରେ ଅସୁବିଧା ହେବା ଆଶଙ୍କା ରହିଛି । ସପ୍ତାହରେ ମାତ୍ର ୫ ଦିନ ବ୍ୟାଙ୍କ କାର୍ଯ୍ୟ ଦିବସ, PLI,ଅନ୍ୟାନ୍ୟ ଦାବି ନେଇ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ଏହାଦ୍ଵାରା ବ୍ୟାଙ୍କ ଶାଖା କାର୍ଯ୍ୟ, ଶାଖାରେ କ୍ୟାସ ଜମା, ଟଙ୍କା ଉଠାଣ ଏବଂ ଚେକ୍ କ୍ଲିୟରାନ୍ସ ଆଦି କାମ ପ୍ରଭାବିତ ହୋଇଛି ।ଆଜି ଶୁକ୍ରବାର ଧର୍ମଘଟ, ମାସର ଦ୍ଵିତୀୟ ଶନିବାର, ରବିବାର, ଗଣେଶ ପୂଜା ପାଇଁ ସୋମ‌ବାର ଓ ନୂଆଁଖାଇ ପାଇଁ ମଙ୍ଗଳବାର ବ୍ୟାଙ୍କ ଛୁଟି ରହିବ । ଏହି ଦିନଗୁଡ଼ିକରେ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ପ୍ରଭାବିତ ହେବ । ଓଡ଼ିଶାରୁ ଏହି ଧର୍ମଘଟରେ ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ…

Read More

ଶନିବାରଠାରୁ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଗଦର୍ଶନ ଦେବା ପାଇଁ ଆୟୋଜିତ ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ୍‌, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍‌ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଭଳି ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଏକାଠି ହେଉଛନ୍ତି। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ର ଏଥିରେ ସାମିଲ ହେବେ। । ଏହା ସହିତ ରାଜଧାନୀ ଦିଲ୍ଲୀ ଏବେ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସମ୍ମିଳନୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରାଯାଇଛି । ଲୁଟିୟନ୍ସ ଦିଲ୍ଲୀ ଏବଂ VVIP ଅଞ୍ଚଳଗୁଡ଼ିକୁ ଏକାଧିକ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିମାନବନ୍ଦରଠାରୁ ଭାରତ ମଣ୍ଡପମ ଏବଂ ବିଦେଶୀ ଅତିଥିମାନେ ରହିବାକୁ ଥିବା ହୋଟେଲ…

Read More

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନସ୍ଥିତ ପେଣ୍ଟାଗନ୍ ଉପରେ ଆକ୍ରମଣ କରିଥିଲେ। ଏହି ଭୟାନକ ସିରିଜ୍ ଆକ୍ରମଣରେ ମୋଟ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ତେବେ ନ୍ୟୁୟର୍କ ଆକାଶରେ ଏକ ଭାବବିହ୍ୱଳ କରିଦେବା ଦୃଶ୍ୟ ଥିଲା । ୯/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ୨,୯୭୭ଟି ଡ୍ରୋନ୍ ର ଆଲୋକରେ ଟ୍ୱିନ୍ ଟାୱାରର ପ୍ରତିକୃତି ତିଆରି କରାଯାଇଛି । ନ୍ୟୁୟର୍କ ହାର୍ବର ଉପରେ ଆକାଶରେ ଡ୍ରୋନ୍ ଗୁଡ଼ିକୁ ସଜାଇ ପୂର୍ଣ୍ଣ ଆକାରର ଟ୍ୱିନ୍ ଟାୱାର ଭଳି ଦୃଶ୍ୟ ସୃଷ୍ଟି କରାଯାଇଥିଲା ।ଏହି ପ୍ରଦର୍ଶନର ସବୁଠାରୁ ଭାବପ୍ରବଣ ଦିଗ ଥିଲା ଡ୍ରୋନ୍ ସଂଖ୍ୟା । ୨,୯୭୭ଟି ଆଲୋକ ମଧ୍ୟରୁ ପ୍ରତ୍ୟେକ…

Read More