ଯାତ୍ରା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଥିବାବେଳେ ଆଜି କଳିଙ୍ଗ ଗଣନାଟ୍ୟର ଜଣେ ହାସ୍ୟାଭିନେତାଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ଦେବେନ୍ଦ୍ର ଦାଶ ଓରଫ୍ ବୁଧିଆନା କଳିଙ୍ଗ ଗଣନାଟ୍ୟର ଥିଲେ। ଦୀର୍ଘ ୫୦ ବର୍ଷର ଯାତ୍ରା କ୍ୟାରିୟରରେ ହସର ଫୁଆରା ଫୁଟେଇଥିବା ବୁଧିଆଙ୍କ ମୃତ୍ୟୁ ବେଳକୁ ୬୩ ବର୍ଷ ହୋଇଥିଲା |ମିଳିଥିବା ସୂଚନା ମୁତାବକ ଆଜ୍ମା ବା ଶ୍ୱାସରେ ପୀଡିତ ଥିବା ବୁଧିଆ ନନାଙ୍କର ଗତକାଲି ମୃତ୍ୟୁ ହୋଇଯାଇଛି | ଅସତ୍ୟ ସହର, ବଦନାମ ଗଳିର ଝିଅ ଭଳି ସୁପରହିଟ ଯାତ୍ରାରେ ଅଭିନୟ କରିଥିଲେ | ରଙ୍ଗମହଲ, ବିଶ୍ୱ ଦରବାର, କଳିଙ୍ଗ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ ଭଳି ନାମିଦାମୀ ପାର୍ଟିରେ ଅଭିନୟ କରିଥିଲେ | ବୁଧିଆ ନନାଙ୍କ ଘର ଜଗତସିଂହପୁରର ଗୋପାଳପୁର ହୋଇଥିବାବେଳେ ତାଙ୍କ ମୃତ୍ୟୁକୁ ନେଇ ଯାତ୍ରା ଦୁନିଆ ସହ ପ୍ରଶଂସକଙ୍କ ମହଲରେ ଦୁଃଖର…
Author: madhulekha
ବିଦାୟ ଦେବ ୨୦୨୫, ଆଉ ଆସିବ ଫର୍ଦ୍ଧ ୨୦୨୬। ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସବୁ ହୋଟେଲ, ରେଷ୍ଟୁରାଣ୍ଟ , ମଲ୍ ଏବଂ ପବ୍ ଗୁଡିକରେ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଗୁରୁତ୍ଵ ଦିଆଯାଉଛି। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିରୋ ନାଇଟ୍ ଦିନ ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନିଜେ ଉପସ୍ଥିତ ରହି ନଜର ରଖିବାକୁ କୁହାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି ।ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ମଦ୍ୟପ…
ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତାହାତୀ ବୁଲିବା ଘଟଣା । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିବ ଶିଖରଚଣ୍ଡୀ ପୀଠ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ ।ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଯାଇଛି। ବନ ବିଭାଗ ପାହାଡ଼ ସିଲ୍ କରିବା ସହ ପର୍ଯ୍ୟଟକଙ୍କୁ ମନା କରୁଛି। ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି । ଅନ୍ୟପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି ।
ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ଆଜି ୬୦ ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି । ଜନ୍ମଦିନ ପାର୍ଟିରେ ବହୁ କଳାକାର, ସିଙ୍ଗର ଯୋଗ ଦେଇଛନ୍ତି । ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ନଜର ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଭାଇଜାନ୍ଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପାର୍ଟିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ…
କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ ନିଜ ପରିବାର ସହ ଦାଦନ ଖଟିବାକୁ ଯୁବତୀ ଜଣକ ତେଲେଙ୍ଗାନା ଯାଇଥିଲେ। ହେଲେ ତେଲେଙ୍ଗାନାର ଖମନ ପ୍ରକାଶ ନଗର , ନଦୀବ୍ରିଜ ତଳୁ ଶୁକ୍ରବାର ସକାଳରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ପୋଲତଳେ ପକାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ସାମୁଦ୍ରିକ ବ୍ୟବସାୟ ବିବାଦକୁ ନେଇ ରୁଜୁ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି । ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ…
ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ଜାନୁୟାରୀ ୧୦ରୁ ୱେବସାଇଟ(bseodisha.ac.in)ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିହେବ।
ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଏବେ ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କ ପୁଣି ଥରେ ନଜରକୁ ଆସିଛି। ଏକ ସାକ୍ଷାତକାରରେ, ସୁନୀତା ା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ସେ ଗୋବିନ୍ଦାଙ୍କ ସମ୍ପର୍କର ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି।ସାକ୍ଷାତକାରରେ ସୁନୀତା କହିଛନ୍ତି, ମୁଁ ୨୦୨୫କୁ ମୋ ପାଇଁ ବହୁତ ଖରାପ ବର୍ଷ ବୋଲି ବିବେଚନା କରେ। କାରଣ ମୁଁ ଶୁଣୁଛି ଯେ ଗୋବିନ୍ଦାଙ୍କ ଏକ ଝିଅ ସହିତ ସମ୍ପର୍କ ଅଛି। କିନ୍ତୁ ମୁଁ ଜାଣେ ଯେ ସେହି ଝିଅ ଜଣେ ଅଭିନେତ୍ରୀ ନୁହେଁ, କାରଣ ଅଭିନେତ୍ରୀମାନେ ଏପରି ଖରାପ କାମ କରନ୍ତି ନାହିଁ। ସେ ତାଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ଟଙ୍କା ପାଇଁ ଗୋବିନ୍ଦାଙ୍କ ସହିତ ଅଛନ୍ତି। ସେ କେବଳ ଟଙ୍କା ଚାହାଁନ୍ତି।ମୁଁ ୨୦୨୬ରେ ମୋ ଜୀବନକୁ ବଦଳାଇବାକୁ ଚାହୁଁଛି। ମୁଁ…
ରବାଜ ଖାନଙ୍କ ଗୋଟିଏ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ତାଙ୍କୁ ‘ ଏକ୍ ଦୋ ତିନ୍’ଠାରୁ ଆରମ୍ଭ କରି ‘ଚୁମ୍ମା ଚୁମ୍ମା ଦେ ଦେ’ ଏବଂ ‘ ଓଲେ ଓଲେ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସ୍ତ୍ରୀ ଶୁରା ଖାନ୍ ତାଙ୍କ ବିବାହ ବାର୍ଷିକୀ ଅବସରରେ କରିଥିଲେ ।ଭିଡିଓ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ‘‘ଗୋଟିଏ ବର୍ଷ ହେବ କେତେବେଳେ ବି ବୋରିଂ ମୁହୂର୍ତ୍ତ ନଥାଏ, ଏହା ମୁଁ ବଢେଇ ଚଢେଇ କି କହୁନାହିଁ ।’’ ସେ ଏହା ମଧ୍ୟ କହିଛନ୍ତି ଯେ, ଅରବାଜ ତାଙ୍କ ପାଇଁ ଜଣେ ଏଣ୍ଟରଟେନର ଏବଂ ରବାଜଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି ।
ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର। ଗୃହ ଋଣ ସୁଧ ହାରରେ ବଡ଼ ହ୍ରାସ କଲା ଏଲଆଇସି ହାଉସିଂ ଫାଇନାନ୍ସ (LIC HFL)।ନୂଆ ଗୃହ ଋଣ ପାଇଁ ପ୍ରାରମ୍ଭିକ ସୁଧ ହାରକୁ ୭.୧୫%କୁ ହ୍ରାସ କରିଛି କମ୍ପାନୀ। ଏହି ନୂଆ ସୁଧ ହାର ଭଲ କ୍ରେଡିଟ୍ ପ୍ରୋଫାଇଲ୍ (CIBIL ସ୍କୋର) ଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ। CIBILସ୍କୋର ୮୨୫ କିମ୍ବା ତା’ଠାରୁ ଅଧିକ ଥିବା ଗ୍ରାହକମାନେ ସର୍ବନିମ୍ନ ୭.୧୫%ସୁଧ ହାରରେ ଋଣ ପାଇବା ପାଇଁ ଯୋଗ୍ୟ ହେବେ। ଏହି ହାରରେ₹୫ କୋଟି ପର୍ଯ୍ୟନ୍ତ ଗୃହ ଋଣ ପାଇପାରିବେ।ତେବେ ଯେଉଁମାନେ ନୂଆ ଋଣ ନେବେ ସେମାନଙ୍କ ପାଇଁ ଏହି ସୁବିଧା ଲାଗୁ ହେବ। ଏଲଆଇସି ହାଉସିଂ ଫାଇନାନ୍ସ କହିଛି ଯେ ଯେଉଁ ଗ୍ରାହକମାନେ ଅନ୍ୟ ବ୍ୟାଙ୍କ କିମ୍ବା ହାଉସିଂ କମ୍ପାନୀରୁ ସେମାନଙ୍କର ଋଣ ଏଲଆଇସିକୁ ସ୍ଥାନାନ୍ତର କରିବାକୁ ଚାହାଁନ୍ତି (ବାଲାନ୍ସ ଟ୍ରାନ୍ସଫର) ସେମାନେ ମଧ୍ୟ ଏହି ନୂଆ ହାରର…