ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର। ଗୃହ ଋଣ ସୁଧ ହାରରେ ବଡ଼ ହ୍ରାସ କଲା ଏଲଆଇସି ହାଉସିଂ ଫାଇନାନ୍ସ (LIC HFL)।ନୂଆ ଗୃହ ଋଣ ପାଇଁ ପ୍ରାରମ୍ଭିକ ସୁଧ ହାରକୁ ୭.୧୫%କୁ ହ୍ରାସ କରିଛି କମ୍ପାନୀ। ଏହି ନୂଆ ସୁଧ ହାର ଭଲ କ୍ରେଡିଟ୍ ପ୍ରୋଫାଇଲ୍ (CIBIL ସ୍କୋର) ଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ।
CIBILସ୍କୋର ୮୨୫ କିମ୍ବା ତା’ଠାରୁ ଅଧିକ ଥିବା ଗ୍ରାହକମାନେ ସର୍ବନିମ୍ନ ୭.୧୫%ସୁଧ ହାରରେ ଋଣ ପାଇବା ପାଇଁ ଯୋଗ୍ୟ ହେବେ। ଏହି ହାରରେ₹୫ କୋଟି ପର୍ଯ୍ୟନ୍ତ ଗୃହ ଋଣ ପାଇପାରିବେ।ତେବେ ଯେଉଁମାନେ ନୂଆ ଋଣ ନେବେ ସେମାନଙ୍କ ପାଇଁ ଏହି ସୁବିଧା ଲାଗୁ ହେବ। ଏଲଆଇସି ହାଉସିଂ ଫାଇନାନ୍ସ କହିଛି ଯେ ଯେଉଁ ଗ୍ରାହକମାନେ ଅନ୍ୟ ବ୍ୟାଙ୍କ କିମ୍ବା ହାଉସିଂ କମ୍ପାନୀରୁ ସେମାନଙ୍କର ଋଣ ଏଲଆଇସିକୁ ସ୍ଥାନାନ୍ତର କରିବାକୁ ଚାହାଁନ୍ତି (ବାଲାନ୍ସ ଟ୍ରାନ୍ସଫର) ସେମାନେ ମଧ୍ୟ ଏହି ନୂଆ ହାରର ଲାଭ ଉଠାଇପାରିବେ। ଏହା ପୂର୍ବରୁ ଥିବା ଗ୍ରାହକମାନଙ୍କୁ ସେମାନଙ୍କର ଇଏମଆଇ ହ୍ରାସ କରିବାର ସୁଯୋଗ ମଧ୍ୟ ଦେବ।
