ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତାହାତୀ ବୁଲିବା ଘଟଣା । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିବ ଶିଖରଚଣ୍ଡୀ ପୀଠ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ ।ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଯାଇଛି। ବନ ବିଭାଗ ପାହାଡ଼ ସିଲ୍ କରିବା ସହ ପର୍ଯ୍ୟଟକଙ୍କୁ ମନା କରୁଛି। ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି । ଅନ୍ୟପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି ।
ଶିଖରଚଣ୍ଡୀ ପାହାଡ଼କୁ ପର୍ଯ୍ୟଟକ ମନା । ଅଙ୍କୁଶ ଲଗାଇଲା ବନ ବିଭାଗ
By madhulekha1 Min Read
