ନଭି ମୁମ୍ବାଇର କଲାମ୍ବୋଲିର ଗୁରୁସଙ୍କଳ୍ପ ସୋସାଇଟିରେ ଜଣେ ଆଇଟି ଇଞ୍ଜିନିୟର, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ୬ ବର୍ଷର ଝିଅ ରହୁଥିଲେ। ପିଲାଦିନରୁ ଝିଅଟି କହିବାରେ କିଛି ଅସୁବିଧା ହେଉଥିଲା, ପ୍ରାୟତଃ ମରାଠୀ ବଦଳରେ ହିନ୍ଦୀ କହୁଥିଲା। ତାଙ୍କ ଝିଅ ମରାଠୀ କହିପାରୁ ନଥିବାରୁ ମହିଳା ଜଣକ ପ୍ରାୟତଃ ବିରକ୍ତ ହେଉଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହିଥିଲେ ଯେ ସେ ଏପରି ଝିଅ ଚାହାଁନ୍ତି ନାହିଁ ଯିଏ ସ୍ପଷ୍ଟ ଭାବରେ କହିପାରୁ ନାହିଁ। ସ୍ୱାମୀ ତାଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବୁଝିପାରି ନଥିଲେ। ଡିସେମ୍ବର ୨୩ ରାତିରେ, ଅଭିଯୁକ୍ତ ମହିଳା ଝିଅଟିକୁ ହତ୍ୟା କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ସୂଚନା ଅନୁସାରେ ଡିସେମ୍ବର ୨୩ ତାରିଖରେ ଝିଅଟିର ଜେଜେମା ତାକୁ ଦେଖା କରିବାକୁ ଆସିଥିଲେ, କିନ୍ତୁ ସେ ନିଖୋଜ ଥିଲେ। କିଛି ସମୟ ପରେ, ଯେତେବେଳେ ଝିଅଟିର ବାପା ଘରକୁ ଫେରିଲେ, ସେ…
Author: madhulekha
ନିଜ ସଂପତ୍ତି ତାଲିକା ଦେବେ ଆଇଏଏସ ଅଧିକାରୀ । ୨୦୨୫ ବର୍ଷ ପାଇଁ ସଂପତ୍ତି ତାଲିକା ପ୍ରଦାନ କରିବାକୁ ସମସ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଚିଠି ଲେଖିଛି । ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ ସଂପତ୍ତିର ବିବରଣୀ । ସମୟରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପଦୋନ୍ନତି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।। ଏପରିକି ପଦୋନ୍ନତି ବନ୍ଦ କରି ଦିଆଯିବ । ସମୟରେ ସମ୍ପତ୍ତି ତାଲିକା ଦେଉନଥିବା ବାବୁଙ୍କ ଦରମା ମଧ୍ୟ ବୃଦ୍ଧି ହେବ ନାହିଁ । ସୂଚନାମୁତାବକ ୨୦୨୫ରେ ଓଡ଼ିଶାର ୧୬୫ ଜଣ ଆଇଏଏସ ଅଧିକାରୀ ସେମାନଙ୍କ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି । ୨୦୨୪ ବର୍ଷ ପାଇଁ ସଂପତ୍ତି ତାଲିକା ପ୍ରଦାନ କରାଯାଇଛି। ଉନ୍ନୟନ କମିସନର…
ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯଉଛି । ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି, ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ । ୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।
ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ କମିଟିର ସଦସ୍ୟ-convener ଭାବେ କାର୍ଯ୍ୟ କରିବେ।ଏହି କମିଟି OMSA ର ବିଭିନ୍ନ ଦାବି ଉପରେ ଆଲୋଚନା କରି, ସେଗୁଡ଼ିକର ବିଭିନ୍ନ ଦିଗ ଗୁଡିକ ବିଚାର କରି…
ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ୍ ଦାଖଲ। ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ। ଚାର୍ଜସିଟ୍ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ଅଛି। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜଶିଟ୍ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି। ଏଥିସହିତ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଛି। ସନ୍ଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।ତାଙ୍କ ବ୍ୟକ୍ତିଗତ କର୍ମଚାରୀ, ସୁରକ୍ଷା ଦଳ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ଅଭିଯୁକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୫ ତାରିଖରେ ପୁଷ୍ପା ୨ ରିଲିଜ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କ ଭିତରୁ ଜଣେ ୩୫…
ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା ଅଞ୍ଚଳରେ। ଏତଲା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଗିରଫ ହୋଇଛନ୍ତି। ପୀଡ଼ିତା ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବା ବେଳେ ସ୍ଥାନୀୟ ଶିକ୍ଷକ ଜଣକ ମିଠେଇ ଖାଇବାକୁ ଦେଇ ଛାତିରେ ହାତ ମାରିବା ସହିତ ଦୁଷ୍କର୍ମ ଉଦ୍ୟମ କରିବା ନେଇ ପୀଡ଼ିତାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।ଛାତ୍ରୀ ଜଣକ ପଞ୍ଚମ ଶ୍ରେଣୀର ହୋଇଥିବାବେଳେ ନିଜ ଗାଁରେ ଶିକ୍ଷକ ତାଙ୍କୁ ଏପରି ଅସଦାଚରଣ କରିଥିବା ଏତଲାରେ ଦର୍ଶାଯାଇଛି।
ଏଣିକି ଅନଲାଇନ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନଗଦ ଅର୍ଥ ଗ୍ରହଣ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ୱ । ମୋବାଇଲ ନଂ ଅପଡେଟ ନଥିବାରୁ ଓଟିପି ପାଉ ନଥିବା ବ୍ୟକ୍ତିଙ୍କୁ ହେବ ସହାୟକ । ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କୁ ମଧ୍ୟ ଏହା ସହାୟକ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।ଅନଲାଇନରେ ପୂର୍ବଭଳି https://echallan.parivahan.gov.in/ ରେ ଇ-ଚାଲାଣ ପୈଠ କରିହେବ ।
ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡିରେ ଲାଗିବ ଗ୍ରୀନ୍ ଷ୍ଟିକର । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀନ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ । ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ । ସଡକ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି । ୨୦୧୯ ରେ ଯେଉଁ ଫାଇନ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ ବୋଲି କହିଛନ୍ତି। ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି। ସମୟ ସୀମା ୧ ମାସ ବୃଦ୍ଧି କରାଯାଇଛି। ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ (PUC) ପ୍ରମାଣପତ୍ର ଏବଂ ବୀମାକୁ ବିନା ଜରିମାନାରେ ଅପଡେଟ୍ କରି ପାରିବେ। ମାସକ ମଧ୍ୟରେ ଗାଡିର ସବୁ ସାର୍ଟିଫିକେଟ କରିବା ନେଇ…
ଭାରତରେ କୋଭିଡ୍-୧୯ ମହାମାରୀ ବୃହତ୍ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଏକ ବଡ଼ ସଙ୍କଟ ଧୀରେ ଧୀରେ ବିକଟାଳ ରୂପ ନେଉଛି। ଯାହାକୁ ଏପର୍ଯ୍ୟନ୍ତ ନା ବ୍ୟାପକ ଭାବରେ ଚିହ୍ନଟ କରାଯାଇଛି, ନା କି ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ଯାଉଛି। ବ୍ରିଟେନରେ କାର୍ଯ୍ୟରତ ଅନେକ ବରିଷ୍ଠ ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ଶ୍ୱାସକ୍ରିୟା ଜନିତ ରୋଗର ଏହି ଲୁକାୟିତ ସଙ୍କଟ ଧୀରେ ଧୀରେ ଗମ୍ଭୀର ରୂପ ନେଉଛି ଏବଂ ଆଗାମୀ ଲହର ଭାରତର ଜନସାଧାରଣ ଏବଂ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର…
ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼ ୨୦୨୬ ନୂତନ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ କଠୋର ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ , ବ୍ୟାରିକେଡ୍ ଏବଂ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା କରିଛି । ଅସାମାଜିକ ଆଚରଣ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ ହେଉଛି । ଶାନ୍ତି ବଜାୟ ରଖି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ବୁଲିବାକୁ ନିବେଦନ କରାଯାଇଛି ।ନବବର୍ଷ ପୂର୍ବ ଦିନର ଭିଡ଼କୁ ଦୃଷ୍ଟିରେ ରଖି, ଶ୍ରୀମନ୍ଦିର ପରିସରରୁ ବେଳାଭୂମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରମୁଖ ସ୍ଥାନରେ ଅନେକ ପ୍ଲାଟୁନ ପୋଲିସ ଏବଂ ବରିଷ୍ଠ ଅଧିକାରୀଙ୍କୁ…