ବିଦାୟ ଦେବ ୨୦୨୫, ଆଉ ଆସିବ ଫର୍ଦ୍ଧ ୨୦୨୬। ଜିରୋ ନାଇଟ୍ ସେଲିବ୍ରେସନ୍ ଲାଗି ସବୁ ହୋଟେଲ, ରେଷ୍ଟୁରାଣ୍ଟ , ମଲ୍ ଏବଂ ପବ୍ ଗୁଡିକରେ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ଗୁରୁତ୍ଵ ଦିଆଯାଉଛି। ନୂଆବର୍ଷ ପାଇଁ ରାଜଧାନୀକୁ ଜଗିବେ ୧୫ପ୍ଲାଟୁନ ପୋଲିସ ଫୋର୍ସ ।ଟ୍ରାଫିକ, ସିକ୍ୟୁରିଟି ,ଷ୍ଟାଣ୍ଡ ବାୟ ଟିମ୍ ବ୍ୟବସ୍ଥା ହୋଇଛି । ସବୁ ଥାନା ମାନଙ୍କୁ ସେମାନଙ୍କ ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିରୋ ନାଇଟ୍ ଦିନ ରେଷ୍ଟୁରାଣ୍ଟ ମାଲିକ ମାନଙ୍କୁ ନିଜେ ଉପସ୍ଥିତ ରହି ନଜର ରଖିବାକୁ କୁହାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ ଚାଲିବ । ବାର୍ ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ନିୟମ ପାଳନ କରିବାକୁ କୁହାଯାଇଛି ।ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେସନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯିବ।ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସ।
ବିଦାୟ ନେବ ୨୦୨୫। ଜିରୋ ନାଇଟ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
By madhulekha1 Min Read
