Author: madhulekha

ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଗାନ୍‌ଭି ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ । ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉଷୁକାଇବା ମାମଲା ମଧ୍ୟ ରୁଜୁ କରାଇଥିଲେ । ଶୁକ୍ରବାର ସୂରଜ ଓ ତାଙ୍କ ମା’ ଜୟନ୍ତୀ ନାଗପୁର ପଳାଇଥିଲେ। ସେଠାରେ ଏକ ହୋଟେଲରେ ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂରଜଙ୍କ ମୃତ୍ୟୁ ଘଟିଥିବାବେଳେ ଜୟନ୍ତୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Read More

ଶୀତରୁ ନାହିଁ ନିସ୍ତାର । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତାଘାଟ । ନୂଆବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୫ ଦିନ ଏଭଳି କୁହୁଡ଼ି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ଟି ଜିଲ୍ଲାକୁ କୁହୁଡ଼ି ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୯ ଜିଲ୍ଲା ହେଉଛି, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କଳାହାଣ୍ଡି । ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପାରେ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।ମଙ୍ଗଳବାର ଭଦ୍ରକ, ବାଲେଶ୍ଵର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ରେରେ ଘନ କୁହୁଡ଼ି…

Read More

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି । ୪୦ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ୮୦ ବର୍ଷରୁ ଊର୍ଦ୍ଧ୍ବ କଳାକାରଙ୍କ ଭତ୍ତା ମାସକୁ ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । କେନ୍ଦୁଝରରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ପ୍ରାୟ ୪୭ ହଜାର ୭ ଶହ ୪ କଳାକାର ଯୋଜନା ଦ୍ୱାରା ଉପକୃତ ହେବେ ।

Read More

ଦକ୍ଷିଣ ଫିଲ୍ମ ସୁପରଷ୍ଟାର ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଅଭିନେତାଙ୍କ ଶେଷ ଫିଲ୍ମ “ଜନ ନାୟଗନ” ଆସନ୍ତା ବର୍ଷ ଜାନୁଆରୀରେ ବଡ଼ ପରଦାରେ ଆସିବ। ବିଜୟ ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ। ଅଭିନେତା ଆଗାମୀ ତାମିଲନାଡୁ ରାଜ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ପିଙ୍କଭିଲା ଅନୁଯାୟୀ, ଥାଲାପତି ବିଜୟ ତାଙ୍କର ଶେଷ ଚଳଚ୍ଚିତ୍ର “ଜନ ନାୟଗନ” ବିଷୟରେ କହିଛନ୍ତି, ‘ମୁଁ ଜାଣିନାହିଁ ଏହା କହିବା ଉଚିତ କି ନାହିଁ, କିନ୍ତୁ ମୋର ଶେଷ ଚଳଚ୍ଚିତ୍ର ଟିକେ ଯନ୍ତ୍ରଣା ଦାୟକ ଥିଲା ।’ବିଜୟଙ୍କ ଶେଷ ଫିଲ୍ମ ୯ ଜାନୁଆରୀ, ୨୦୨୬ ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏଚ୍. ବିନୋଦ। ଏହି ଫିଲ୍ମରେ ବବି ଦେଓଲ, ପୂଜା ହେଗଡେ, ମମିତା ବୈଜୁ, ଗୌତମ…

Read More

ମା’ ହେଲା ବାଘୁଣୀ ଜୟଶ୍ରୀ, ମାତ୍ର 3 ବର୍ଷରେ ସର୍ବକନିଷ୍ଠ ମା’ ହୋଇଛି ଏହି ବାଘୁଣୀ । 3 ଶାବକଙ୍କ ମଧ୍ୟରୁ 2 ମୃତ, ଛୁଆର ଲାଳନପାଳନ ଜାଣିନଥୁବାରୁ ବିପଦରେ ଗୋଟିଏ ମାତ୍ର ଶାବକ, ଯାହାକୁ ଗ୍ରହଣ କରୁନି ଜୟଶ୍ରୀ ।ତେବେ ଏତେ ଜଲଦି ମା’ ହେବାରୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି। ବାଘୁଣୀ ଜୟଶ୍ରୀ 101 ଦିନର ଗର୍ଭଧାରଣ ପରେ ଶନିବାର ପ୍ରଥମ ପ୍ରସବ କରିଛି । ସେ ଏକା ସାଙ୍କରେ ତିନୋଟି ଛୁଆ ଜନ୍ମ ଦେଇଥିଲା। ସେପ୍ଟେମ୍ବର 15 ତାରିଖରୁ 17 ମଧ୍ୟରେ ସେ ସାଧାରଣ ରଙ୍ଗର ବାଘ ଅମିତ ସହିତ ମିଳନ ହୋଇ ରେକର୍ଡ କରାଯାଇଛି ।ପ୍ରଥମ ଶାବକଟି ଦିନ 11ଟା 55 ରେ ପ୍ରସବ ହୋଇଥିଲା । ବାଘୁଣୀ ଶାବକ ପ୍ରତି ଧ୍ୟାନ ଦେଇ ନଥିବାରୁ, ଏହାକୁ ତୁରନ୍ତ ନବଜାତ ଯତ୍ନ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଚିଡ଼ିଆଖାନାର ପଶୁଚିକିତ୍ସା ଡାକ୍ତରଙ୍କ ଦ୍ୱାରା କଡ଼ା…

Read More

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହାକୁ ବର୍ତ୍ତମାନ ବିରୋଧ କରାଯାଉଥିବା ଦେଖାଯାଇଛି । ବିରୋଧ କରି ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ । ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ । ଘଟଣା ସଂପର୍କରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯାହା ଆବଶ୍ୟକତା ରହିଛି ତାହା କରାଯାଉଛି | ଏ ନେଇ ବହୁତ ତର୍ଜମା କରାଯାଇଛି ଏବଂ ମୁକ୍ତି ମଣ୍ଡପଠୁ ଆରମ୍ଭ କରି ସମସ୍ତଙ୍କ ସହିତ ଆଲୋଚନା ମଧ୍ୟ କରାଯିବ।

Read More

ମହିଳା ଅସଦାଚରଣ, ମହିଳାଙ୍କ ବିରୁଦ୍ଧରେ ଅପରାଧରେ ଓଡ଼ିଶା ଦେଶରେ ପ୍ରଥମ ଓ ମହାରାଷ୍ଟ୍ର ଦ୍ଵିତୀୟ ସ୍ଥାନରେ ରହିଛି । ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା । ବିଧାନସଭାରେ ଯାହା ସରକାର ବିବୃତି ଦେଇଛନ୍ତି, ତାହା ଅନୁଯାୟୀ ୧୮ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାର ୯୪୭ ଘଟଣା ରୁଜୁ ହୋଇଛି ବୋଲି ତଥ୍ୟ ରଖିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା।ସେ କହିଛନ୍ତି, ‘ଗତ ୧୮ ମାସ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ୩,୨୦୫ ମାମଲା, ଦୁଷ୍କର୍ମ ଉଦ୍ୟମ ୨୦୨ ମାମଲା, ବିବାହର ମିଥ୍ୟା ପ୍ରଲୋଭନ ୪୪୦ ମାମଲା, ଶୋଷଣ ୯,୮୫୧ ମାମଲା, ଯୌନ ନିର୍ଯାତନା ୧,୪୭୬ ମାମଲା, ସାର୍ବଜନୀନ ସ୍ଥାନରେ ଅସଦାଚରଣ ୨,୩୧୦ ମାମଲା, ଅପହରଣ ୮,୮୬୩ ମାମଲା, ଯୌତୁକ ନିର୍ଯାତନା ୫,୮୬୧ ମାମଲା, ଶୋଷଣ ଏବଂ ନିର୍ଯାତନା ୬,୭୭୩ ମାମଲା ଏବଂ ଯୌତୁକଜନିତ ମୃତ୍ୟୁ କ୍ଷେତ୍ରରେ ୪୯ଟି ମାମଲା ରୁଜୁ ହୋଇଛି ।’ଗତ ୧୫ ଦିନ ମଧ୍ୟରେ…

Read More

ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ଶନିବାର ଏନେଇ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଜଣେ ସାଙ୍ଗ। ସେ କହିଛନ୍ତି, ବିବାହ ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସବୁ ବିବାଦ ଆରମ୍ଭ ହୋଇଛି ବିବାହ ପରେ। ଗୁଲୁଆଙ୍କୁ ସୁଧାରିବା ପାଇଁ ବର୍ଷା ବହୁତ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଡ଼, ଗାଳି ସବୁ ସହିକି ବର୍ଷା ସେଇଠି ରହିଥିଲା। ପ୍ରଥମ ଯେଉଁଦିନ ବର୍ଷା ଗୁଲୁଆଙ୍କ ପରକୀୟା ପ୍ରୀତି ଧରିଥିଲା, ସେହିଦିନଠାରୁ ସେ ତାଙ୍କୁ ବାଟକୁ ଆଣିବା ପାଇଁ ଚେଷ୍ଟା କରୁଥିଲା। ମାତ୍ର ଗୁଲୁଆ ତାକୁ ମାନୁ ନ ଥିଲେ। ବର୍ଷା ନ ଥିବାବେଳେ ସେ ଅନ୍ୟ ଝିଅମାନଙ୍କୁ ନେଇ ବାହାରକୁ ଯାଇଥାନ୍ତି। ଗୁଲୁଆ ଯେବେ ଘରକୁ ଆସନ୍ତି ପଚାରନ୍ତି ବର୍ଷା ଘରେ ଅଛି କି ନାଇଁ। ତା’ ପରେ ସେ ତାଙ୍କର ଅନ୍ୟ ଝିଅମାନଙ୍କୁ ନେଇ କେଉଁଆଡ଼େ ସବୁ ଯାଇଥାନ୍ତି। ବର୍ଷା ତାଙ୍କୁ ବହୁତ ସୁଯୋଗ ଦେଇଥିଲେ ବଦଳିଯିବା ପାଇଁ…

Read More

ଲିଉଡ ସୁପରଷ୍ଟାର ସଲମାନ ଖାନ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ବ୍ୟାଟଲ ଅଫ୍ ଗାଲୱାନ୍’ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି। ‘ବାଟେଲ୍ ଅଫ୍ ଗାଲୱାନ୍’ ଗାଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଐତିହାସିକ ସଂଘର୍ଷ ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ଘଟଣାକୁ ଭାରତୀୟ ସେନାର ସାହସ ଏବଂ ସାହସିକତାର ଏକ ଉଦାହରଣ ଭାବରେ ବିବେଚନା କରାଯାଏ। ସଲମାନ ଖାନ ଏହି ଫିଲ୍ମରେ ଜଣେ ଭାରତୀୟ ସୈନିକ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ଦେଶ ପାଇଁ ପ୍ରତ୍ୟେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଆକ୍ସନ୍ ସହିତ, ଫିଲ୍ମରେ ଭାବପ୍ରବଣତା ଏବଂ ଦେଶପ୍ରେମର ଏକ ଦୃଢ଼ ଡୋଜ୍ ମଧ୍ୟ ଦେଖାଯିବ।ଟିଜରଟି ଗଭୀର ପୃଷ୍ଠଭୂମି ସଙ୍ଗୀତ ଏବଂ ହୃଦୟକୁ ସ୍ପର୍ଶ କରୁଥିବା ଶକ୍ତିଶାଳୀ ସଂଳାପ ସହିତ ଆରମ୍ଭ ହୋଇଛି।…

Read More

ହାଇଦ୍ରାବାଦର ନାଲ୍ଲାକୁନ୍ତା ଅଞ୍ଚଳରେ ବଡ଼ଦିନ ପୂର୍ବ ରାତିରେ ଏତେ ବଡ଼ ଅପରାଧ ଘଟିଛି । ନିଆଁରେ ଜଳି ଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧା ପୋଡ଼ା ଅବସ୍ଥାରେ ମୃତ୍ୟୁ ସହ ଯୁଝୁଛି କୁନି ଝିଅ ।ତିଲକ ନଗରରେ ଏହି ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସ୍ୱାମୀ ତାଙ୍କ ଭଡ଼ା ଘରେ ଜୀବନ୍ତ ଜାଳି ଦେଇଛନ୍ତି । ଜଣେ ହୋଟେଲ କର୍ମଚାରୀ ଭାବେ କାମ କରୁଥିବା ଚିତ୍ୟାଲା ତ୍ରିବେଣୀ ଗାନ୍ଧୀ ହସ୍ପିଟାଲରେ ଆଖି ବୁଜିଛନ୍ତି । ତାଙ୍କ ସ୍ୱାମୀ ୩୨ ବର୍ଷୀୟ ଭେଙ୍କଟେଶଙ୍କୁ ପୁଲିସ୍ ଗିରଫ କରିଛି । ଭେଙ୍କଟେଶ ଦିନ ମଜୁରିଆ ଭାବେ କାମ କରନ୍ତି । ତ୍ରିବେଣୀଙ୍କ ପିତାଙ୍କ ଅଭିଯୋଗ ଅନୁସାରେ, ଏହି ଦମ୍ପତି ୫ ବର୍ଷ ପୂର୍ବେ ବିବାହ କରିଥିଲେ । ଜନ୍ମସ୍ଥାନ ହୁଜୁର ନଗରରୁ ହାଇଦ୍ରାବାଦକୁ ଚାଲି ଆସିଥିଲେ । ସେମାନେ ବର୍ଷେ ତଳେ ତିଲକ ନଗରରେ…

Read More