ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଏବେ ଗୋବିନ୍ଦା ଏବଂ ସୁନୀତାଙ୍କ ସମ୍ପର୍କ ପୁଣି ଥରେ ନଜରକୁ ଆସିଛି। ଏକ ସାକ୍ଷାତକାରରେ, ସୁନୀତା ା ଗୋବିନ୍ଦାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ସେ ଗୋବିନ୍ଦାଙ୍କ ସମ୍ପର୍କର ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି।ସାକ୍ଷାତକାରରେ ସୁନୀତା କହିଛନ୍ତି, ମୁଁ ୨୦୨୫କୁ ମୋ ପାଇଁ ବହୁତ ଖରାପ ବର୍ଷ ବୋଲି ବିବେଚନା କରେ। କାରଣ ମୁଁ ଶୁଣୁଛି ଯେ ଗୋବିନ୍ଦାଙ୍କ ଏକ ଝିଅ ସହିତ ସମ୍ପର୍କ ଅଛି। କିନ୍ତୁ ମୁଁ ଜାଣେ ଯେ ସେହି ଝିଅ ଜଣେ ଅଭିନେତ୍ରୀ ନୁହେଁ, କାରଣ ଅଭିନେତ୍ରୀମାନେ ଏପରି ଖରାପ କାମ କରନ୍ତି ନାହିଁ। ସେ ତାଙ୍କୁ ଭଲ ପାଆନ୍ତି ନାହିଁ, ସେ କେବଳ ଟଙ୍କା ପାଇଁ ଗୋବିନ୍ଦାଙ୍କ ସହିତ ଅଛନ୍ତି। ସେ କେବଳ ଟଙ୍କା ଚାହାଁନ୍ତି।ମୁଁ ୨୦୨୬ରେ ମୋ ଜୀବନକୁ ବଦଳାଇବାକୁ ଚାହୁଁଛି। ମୁଁ ଚାହୁଁଛି, ଗୋବିନ୍ଦା ଏହି ସମସ୍ତ ବିବାଦର ଅନ୍ତ ଘଟାନ୍ତୁ ଏବଂ ୨୦୨୬ରେ ଆମର ଏକ ସୁଖୀ ପରିବାର ହେଉ। ମୁଁ ଆଶା କରୁଛି ଯେ, ଗୋବିନ୍ଦା ଖୁବ ଶୀଘ୍ର ଅନୁଭବ କରିବେ ଯେ ତାଙ୍କ ଜୀବନରେ କେବଳ ତିନି ଜଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହିଳା ହେଉଛନ୍ତି, ତାଙ୍କ ସ୍ତ୍ରୀ, ମା’ ଏବଂ ଝିଅ। କାହାରି ଜୀବନରେ ଚତୁର୍ଥ ମହିଳା ରହିବାର ଅଧିକାର ନାହିଁ। ଏହା ଗୋବିନ୍ଦା ଏବଂ ବିଶ୍ୱର ପ୍ରତ୍ୟେକ ପୁରୁଷଙ୍କ ପାଇଁ ପ୍ରଯୁଜ୍ୟ। ମୁଁ ଚାହେଁ ଚିଚି ତାଙ୍କର ସମସ୍ତ ଚାଟୁକାରଙ୍କୁ ପଛରେ ପକାଇ ତାଙ୍କ କାମରେ ଧ୍ୟାନ ଦିଅନ୍ତୁ।
ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା ! କହିଦେଲେ ଗୁମର କଥା
By madhulekha1 Min Read
