Author: madhulekha

ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହୋଇଛି ଯିଏ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଇଣ୍ଟରନେଟ୍ ମିଡିଆକୁ ସମ୍ପୂର୍ଣ୍ଣ ନିଷେଧ କରିଛି।ତେବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ କେକେ ରାମକୃଷ୍ଣନ ଏବଂ ଜଷ୍ଟିସ୍ ଜି ଜୟଚନ୍ଦ୍ରନଙ୍କ ଖଣ୍ଡପୀଠ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି କରିବା ବେଳେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ମଦୁରାଇ ଜିଲ୍ଲାର ଏସ. ବିଜୟକୁମାର ୨୦୧୮ରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।ଏଥିରେ, ସେ ଚିନ୍ତା ପ୍ରକାଶ କରିଥିଲେ ଯେ ଅଶ୍ଳୀଳ ସାମଗ୍ରୀ ସହଜରେ ଉପଲବ୍ଧ ଏବଂ ଛୋଟ ପିଲାମାନଙ୍କ ପାଇଁ ଉପଲବ୍ଧ। ସେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ତାମିଲନାଡୁ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ସଚେତନତା ବୃଦ୍ଧି ପାଇଁ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେମାନଙ୍କର କ୍ଷମତା ବ୍ୟବହାର କରିବାକୁ ଅନୁରୋଧ…

Read More

ଓଡ଼ିଶା ମାଟି ତଳୁ ମିଳିଥିବା ୩ ସୁନା ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେ ନେଇ ପ୍ରକ୍ରିୟା ଚାଲିଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ବୈଠକରେ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନିଆଯିବ । ତେବେ ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ସୂଚନାଯୋଗ୍ୟ ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ସୁନା ଖଣି ସନ୍ଧାନ ମିଳିଛି। ସେଠାରେ ଜିଏସଆଇ ପକ୍ଷରୁ ୧୦୦ଫୁଟ ପର୍ଯ୍ୟନ୍ତ ଖୋଳି ମାଟି ପରୀକ୍ଷା କରାଯିବ। ମୟୂରଭଞ୍ଜ ଜିଲାର କାଞ୍ଜିଆ ଓ ମଦନାସାହିରେ ସୁନା ଖଣିଥିବା ସନ୍ଧାନ ମିଳିଥିବା ବେଳେ କେନ୍ଦୁଝର ଜିଲାର ଜଳଡିହା ଅଞ୍ଚଳରେ ସୁନା ଖଣି ସନ୍ଧାନ କରାଯାଇଛି। ଏଥିସହିତ…

Read More

ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ହାତଲେଖା ଚିଠି ଏବଂ ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ଉକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।ସୂଚନା ମୁତାବକ, କିଛି ଦିନ ତଳେ ପଡୋଶୀ ଘରର ଯୁବକ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବାର ସୁଯୋଗ ପାଇଁ ଯୁବକ ଜଣକ ଦୁଷ୍କର୍ମ କରିଥିଲା । ଲୋକଲଜ୍ଜା ତଥା…

Read More

ଆଜିଠୁ ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏଣିକି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟ ଲାଗି ପ୍ରତି କିଲୋମିଟରରେ ପିଛା ଏକ ପଇସା ଅଧିକ ଦେବାକୁ ପଡ଼ିବ । ସମସ୍ତ ଟ୍ରେନର ଏସି, ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଏବଂ ଏୟାରକଣ୍ଡିସନ୍ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି କରାଯାଇଛି ।ଆଗୁଆ ଡିସେମ୍ବର ୨୬ପାଇଁ ବୁକ୍‌ ହୋଇଥିବା ଟିକେଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ, ଅର୍ଥାତ୍‌ ଆପଣ ପୂର୍ବ ପରି ସମାନ ଦରରେ ଯାତ୍ରା କରିପାରିବେ । ହେଲେ ଯଦି ଆପଣ ଷ୍ଟେସନରେ ଟିକେଟ କିଣନ୍ତି, ତେବେ ଆପଣଙ୍କୁ ନୂତନ ନିୟମ ଅନୁସାରେ ଦେୟ ଦେବାକୁ ପଡିବ ।ତେଜସ ରାଜଧାନୀ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ହମସଫର, ଅମୃତ ଭାରତ, ତେଜସ, ମହାମନା, ଗତିମାନ, ଅନ୍ତ୍ୟୋଦୟ, ଗରିବ ରଥ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ,…

Read More

ଏଥର ଦୁବାଇରେ ପାଇବେ ଓଡ଼ିଶା ରସୁଣ ଓ ବିନ୍ସରେ ସ୍ୱାଦ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । ତେବେ କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର କହିଛନ୍ତି, ପୂର୍ବରୁ, ଚାଷୀମାନେ ସ୍ଥାନୀୟ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରି କରୁଥିଲେ। କିନ୍ତୁ ଏବେ ସେମାନେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ରପ୍ତାନି କରିପାରିବେ ଏବଂ ଯଥେଷ୍ଟ ଲାଭ କରିପାରିବେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପାଇଁ ପାଲାଡିୟମ୍ କନସଲ୍ଟିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କୃଷକ-ଉତ୍ପାଦକ ସଂଗଠନର ପ୍ରୋତ୍ସାହନ ପ୍ରକଳ୍ପ ଅଧୀନରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା ଓ ଏହା କୃଷି ଏବଂ…

Read More

ଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ। ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।ଓଡିଶା ଭିଜିଲାନ୍ସ ଦ୍ୱାରା ଜାରି ଏକ ସୂଚନା ଅନୁଯାୟୀ,ଚଢ଼ଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ବରଗଡ଼ର ଏକ ଦ୍ୱିତଳ ଆବାସିକ କୋଠା, ସମ୍ବଲପୁରର ଚାରଭାଟିରେ ଏକ କୋଠା, ବରଗଡ଼ରେ ତାଙ୍କ ପୈତୃକ ଘର ଏବଂ ସମ୍ବଲପୁରରେ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ। ସୁନ୍ଦରଗଡ ସିଭିଲ ସ୍ପଲାଏ ଅଫିସ (OSCSC)ର ସୁନ୍ଦରଗଡ ସ୍ଥିତ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର କୁମାର ବାରିକଙ୍କ ବିରୋ?ଧରେ ଆୟଠାରୁ ଅଧିକ ସମ୍ପତ୍ତି (DA)ରଖିବା ଅଭିଯୋଗ ହୋଇଛି।

Read More

‘ଦିନ ତମାମ ବିବାଦ ଓ ବୟାନବାଜି ପରେ ଶେଷରେ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଉଠିଥିବା ଝଡ଼ ଏବଂ କଳିକୁ ନେଇ ମୁହଁ ଖୋଲିଲେ କମେଡ଼ିଆନ ମିଷ୍ଟର ଗୁଲୁଆ । ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି: ଗୁଲୁଆ ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା…

Read More

ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ଡନ ୩ରୁ ଅଲଗା ହୋଇ ଯାଇଛନ୍ତି । ଧୂରନ୍ଧର ଫିଲ୍ମର ସଫଳତା ପରେ ରଣବୀର ଏହି ମେଗା ବଜେଟ ଫିଲ୍ମରୁ ଓହରିଯିବା ପ୍ରଶଂସକଙ୍କ ଆଶ୍ଚର୍ଯ୍ୟଚକିତ କରିଛି । ଫରହାନ ଅଖତର୍‌ଙ୍କ ଅପ୍‌କମିଙ୍ଗ୍ ଫିଲ୍ମ ‘ଡନ୍-୩’କୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍ କ୍ରେଜ୍ । କିନ୍ତୁ ଅଡୁଆ ଫିଲ୍ମର ପିଛା ଛାଡୁନି । ନିକଟରେ ଖବର ଆସିଥିଲା, ଫିଲ୍ମ ପୁଣି ଥରେ ଟ୍ରାକ୍‌କୁ ଫେରିଛି ଏବଂ ରଣବୀର ଏହାର ସୁଟିଂ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୨୬, ଜାନୁଆରୀ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଚର୍ଚ୍ଚା ଥିଲା । ଏବେ କିନ୍ତୁ ନୂଆ ରିପୋର୍ଟରେ ଦାବି ହୋଇଛି, ରଣବୀର ‘ଡନ୍-୩’ ଛାଡ଼ିଛନ୍ତି । ଖୁବ ଶୀଘ୍ର ମୂଖ୍ୟ ଭୂମିକା ପାଇଁ ଅଭିନେତା ଚୟନ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Read More

ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ତେବେ ସିଟି ସିନେମାକୁ ଦେଇଥିବା ଏକ ସାକ୍ଷାତକାରରେ ନିଜର କ୍ୟାରିୟର ବିଷୟରେ ଆଲୋଚନା କରିବା ସହ ମିଥୁନ ଦା, ତାମିଲ ଫିଲ୍ମରେ ତାଙ୍କର ଭୂମିକା ବିଷୟରେ ସଙ୍କେତ ଦେଇଥିଲେ।ପୂର୍ବରୁ ମୋହନଲାଲ, ଶାହାରୁଖ, ରମ୍ୟା କ୍ରିଷ୍ପନ ଓ ଶିବ ରାଜକୁମାରଙ୍କ ନାମ ମଧ୍ୟ ସେ ଘୋଷଣା କରିଥିଲେ । ୨୦୨୩ରେ ରିଲିଜ ହୋଇଥିବା ଜେଲର ଫିଲ୍ମ ଯେଉଁଠାରେ ଶେଷ ହୋଇଥିଲା ତା ପରେ ସେଠାରୁ କାହାଣୀ ଆଗକୁ ବଢ଼ିବ । ଏଥର ଏହାକୁ ଭବ୍ୟ ଆକାରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ମେକର୍ସ ରହିଛନ୍ତି ।

Read More

ଅକ୍ଷୟ କୁମାର ରିଲିଜ୍ କଲେ ୱେଲକମ୍ ଟୁ ଦି ଜଙ୍ଗଲର ଟିଜର, ଫ୍ୟାନ୍ସମାନଙ୍କୁ ଦେଲେ ଫେଷ୍ଟିଭ୍ ଟ୍ରିଟ୍ । ଅକ୍ଷମକୁମାର ଏତେ ବଡ଼ ଷ୍ଟାରକାଷ୍ଟଙ୍କ ସହ କାମ କରିବାକୁ ନେଇ ନିଜର ଏକ୍ସେସାଇଟମେଣ୍ଟ ସେୟାର କରି କହିଛନ୍ତି ଯେ, ’’ମୁଁ ଏତେ ବଡ଼ ଉପଲବ୍ଧି ସୋଭାଗ୍ୟ ପାଇନି ଏବଂ ଏହି ଫିଲ୍ମର ପୁରା ଟିମ୍ ପକ୍ଷରୁ ଦେଶର ଦର୍ଶକଙ୍କ ପାଇଁ ଏହା ଏକ ବଡ଼ ଉପହାର ବୋଲି କହିଛନ୍ତି । ଟିଜରର ସବୁଠାରୁ ବଡ଼ ବିଷୟ ହେଉଛି ପ୍ରାୟ ଦୁଇ ଦଶନ୍ଧି ପରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନ ପରଦାକୁ ଫେରିବେ । ସେମାନଙ୍କର ପୁନର୍ମିଳନ ପ୍ରଶଂସକମାନଙ୍କ ମଧ୍ୟରେ ସ୍ମୃତିକୁ ଫେରାଇ ଆଣିଛି, ଯେଉଁମାନେ ୧୯୯୦ ଦଶକର ପୂର୍ବ ସହଯୋଗକୁ ମନେ ରଖଛନ୍ତି । ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ଯୋଡିକୁ ବଲିଉଡର ସବୁଠାରୁ ପ୍ରିୟ ଅନ-ସ୍କ୍ରିନ୍ ଯୋଡ଼ି ଭାବରେ ବିବେଚନା କରାଯାଉଥିଲା ।ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ, ୱେଲକମ୍…

Read More