Author: madhulekha

ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ । ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ।ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି। ଅନେକ ପ୍ରଶଂସକ ରାତିସାରା ଉଜାଗର ରହି ଟିକେଟ୍ ପାଇଁ ଅପେକ୍ଷା କରିଛନ୍ତି।ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । ଅସମ୍ଭାଳ ଭିଡ଼କୁ ନଜରରେ ରଖି ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍ ଭିତରକୁ ଛାଡିଥିଲା ପୋଲିସ ।ରାତିରେ ଘଟଣାସ୍ଥଳରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ଲୋକଙ୍କ ସହିତ ପୋଲିସ ରାତି ଅନିଦ୍ରା ରହିଛି । ଲାଇନ୍ ଭିତରେ ଧସେଇ…

Read More

ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା । ପାନିପତ ପୋଲିସ ମହିଳାଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ, ଏକ ବିବାହ ଉତ୍ସବ ହଠାତ୍ ଫିକା ପଡ଼ିଯାଇଥିଲା ଯେତେବେଳେ ଏକ ୬ ବର୍ଷର ଶିଶୁ କନ୍ୟାର ମୃତଦେହ ବାଥ୍ ଟବ୍ରୁ ମିଳିଥିଲା। ଏହା କୌଣସି ସାଧାରଣ ମୃତ୍ୟୁ ଘଟଣା ନଥିଲା। ବରଂ ଶିଶୁଟିର ମାଈଁ ହିଁ ତାଙ୍କୁ ହତ୍ୟା କରିଥିଲେ। ଏହାର କାରଣ ମଧ୍ୟ ଚକିତ କଲା ଭଳି ଥିଲା। ଶିଶୁଟି ସୁନ୍ଦର ପୋଷାକ ପିନ୍ଧି ସଜବାଜ ହୋଇଥିବା ଦେଖି ତାହାକୁ ସହି ପାରି ନଥିଲା ଅଭିଯୁକ୍ତ ପୁନମ। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ…

Read More

ଏଣିକି କିଣା ବିକା ହୋଇପାରିବ ପୁରୁଣା ଆପାର୍ଟମେଣ୍ଟ । ଏନେଇ ବଡ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଦେଇ କହିଛନ୍ତି ଯେ ୨୦୧୬ ପୂର୍ବରୁ ନର୍ମିତ ଆପାର୍ଟମେଣ୍ଟଗୁଡିକ କିଣା ବିକା ହୋଇପାରିବ । ‘ରେରା’ ଆଇନରେ ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ କଲେ ସରକାର ।ଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍‌ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍‌ ଦରକାର ପଡ଼ିବ ନାହିଁ। ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ଏବେ କେବଳ ସମ୍ପତ୍ତିର ପୁନଃ-ବିକ୍ରି ସମୟରେ ପୁରୁଣା ଟ୍ରାନ୍ସଫର ଦଲିଲ କିମ୍ବା ପଞ୍ଜୀକୃତ ବିକ୍ରି ଦଲିଲ ଦାଖଲ କରିବେ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ ।

Read More

ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା ସହିତ ତାଙ୍କୁ ସ୍ୱାଗତ କରିଥିଲେ ଓ ଉପସ୍ଥିତି ସମସ୍ତ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ ।ରୁଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଏକ ଐତିହାସିକ ଗସ୍ତ ହୋଇଥିବାବେଳେ ସାରା ବିଶ୍ଵର ନଜର ଦୁଇ ଦେଶର ନେତାଙ୍କ ଉପରେ ଅଟକି ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦି ଏବଂ ପୁଟିନଙ୍କ ପ୍ରାଇଭେଟ ଡିନରର ଆୟୋଜନ ରହିଛି । ପୁଟିନ ଆସନ୍ତାକାଲି ୨୩ତମ ଭାରତ-ରୁଷ ଦ୍ବିପାକ୍ଷିକ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ…

Read More

ବିଧାନସଭା ପରିସରରେ ଗାନ୍ଧୀ ପ୍ରତି ମୂର୍ତ୍ତି ତଳେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ ।ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦେଇଥିଲେ । କିନ୍ତୁ ଏହା ସତ୍ତ୍ବେ ବିରୋଧୀ ପ୍ରତିବାଦ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି ।

Read More

ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ସରକାରଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଅନୁରୋଧ ଆସିଛି। ଏହି ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ସେହିପରି ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ୍ ଏବଂ ୱେବ୍ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରାଯାଉଛି।ଏହି ଯୋଜନା କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରୁଛି। ଯାହା ଫଳରେ ସେମାନଙ୍କ ପରିବାର ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦହୀନ ଚିକିତ୍ସା ପାଇପାରିବେ।

Read More

ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ । ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ ପ୍ରକାଶ କୁମାର ସିଂହ । ମାଡ ମରାଯିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯାଜପୁର SDPO ପ୍ରଶାନ୍ତ ମାଝୀ ଅଳୁକୁଣ୍ଡ ଥାନାରେ ପହଁଚି ସିସିଟିଭି ଯାଞ୍ଚ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି । ଉଭୟ ଆଇଆଇସି ଓ ଏଏସଆଇଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟକୁ ବଦଳି…

Read More

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣା । ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକ ବହିଷ୍କୃତ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ । ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା । କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ ଛାତ୍ରଛାତ୍ରୀ ।କଲେଜର ପ୍ରିନ୍ସିପାଲ୍‌ ବିଜୟ ଜେନା ଏହି ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖିଛି। ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ନାଁରେ ‘ଖରାପ ସ୍ପର୍ଶ’, ଯୌନ ଇଙ୍ଗିତ, ଓ ଭଲ ଗ୍ରେଡ୍‌ ବା ସୁବିଧା ଦେବା ଲୋଭ ଦେଖାଇ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଇବା ଭଳି ସଙ୍ଗୀନ ଅଭିଯୋଗ ଥିଲା।ତାଙ୍କ ବିରୋଧରେ ୧୦ରୁ ୧୨ ଜଣ ଛାତ୍ରୀ ଅଭିଯୋଗ ଆଣିଥିଲେ। ତେବେ ସଂସ୍କୃତି ବିଭାଗର ୩ ଜଣିଆ ଟିମ…

Read More

ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ ଚଢି, ପ୍ରେମିକା ତା ସହ କଥା ନହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ପ୍ରେମିକ ଜଣଙ୍କ ନିଜ ଜିଦ୍ ରେ ଅଟଳ ରହିଥିଲେ।ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ଯୁବକଙ୍କ ପଛରେ ବହୁ କସରତ କରିବାକୁ ପଡ଼ିଥିଲା।…

Read More

ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏବେ ପୁଟିନଙ୍କ ଗସ୍ତକୁ ନେଇ ରାଜନୀତି ଆରମ୍ଭ ହୋଇସାରିଛି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସରକାର ଚାହୁଁନାହାନ୍ତି ବିରୋଧୀ ଦଳ ବାହ୍ୟ ପ୍ରତିନିଧିମଣ୍ଡଳ ସହିତ ସାକ୍ଷାତ କରନ୍ତୁ। ଏଭଳି କରି ସରକାର ପ୍ରୋଟୋକଲ ପାଳନ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରୁଷ ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସେ କହିଛନ୍ତି, ଆମର ସମସ୍ତଙ୍କ ସହିତ ସମ୍ପର୍କ ଅଛି। ବିରୋଧୀ ନେତାମାନେ ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରନ୍ତି। ଆମେ ଭାରତକୁ ମଧ୍ୟ ପ୍ରତିନିଧିତ୍ୱ କରୁ। ଏହା କେବଳ ସରକାର ନୁହେଁ ଯିଏ ଏହା କରନ୍ତି। ସରକାର ଚାହୁଁନାହାନ୍ତି ବିରୋଧୀ ଦଳ ବାହାରର ଲୋକଙ୍କ ସହିତ…

Read More