ଗ୍ରୀଷ୍ମ ଋତୁରେ ରେଳଯାତ୍ରୀଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ଏବଂ ଯାତ୍ରାକୁ ସୁଗମ, ସହଜ କରିବା ପାଇଁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଳବାଇ । ଏହି ଟ୍ରେନ୍ ଗୁଡ଼ିକ ଆନନ୍ଦ ବିହାର–ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର–କୋଲକାତା, ବିଶାଖାପାଟଣା–ଶାଲିମାର, ସମ୍ବଲପୁର–ଶାଲିମାର, ପାଟନା–ଖୋର୍ଦ୍ଧା ରୋଡ୍ ଏବଂ ପୁରୀ–ପାଟନା ପରି ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ସଂଯୋଗ କରିବାକୁ ସ୍ଥିର କରାଯାଇଛି ।ଯାତ୍ରୀମାନଙ୍କୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭାରତୀୟ ରେଳବାଇର ସରକାରୀ ୱେବସାଇଟ୍ କିମ୍ବା ନିକଟସ୍ଥ ରେଳ ଷ୍ଟେସନରେ ସର୍ବଶେଷ ଟ୍ରେନ୍ ସମୟସୂଚୀ ଏବଂ ଉପଲବ୍ଧତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।
ଗ୍ରୀଷ୍ମକାଳୀନ 8 ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି ଇଷ୍ଟକୋଷ୍ଟ ରେଳବାଇ
By madhulekha1 Min Read
