ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା ଥାନା ଅନ୍ତର୍ଗତ କମାରମୋରା ଗ୍ରାମର ବୋଲି ଜଣାପଡିଛି।ପ୍ରେମିକ ଜଣକ ସାହାରପଡ଼ା ମାଛଗଡ଼ ଅଞ୍ଚଳର ବିଶ୍ୱାସ ମହାକୁଡ ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ବିଶ୍ୱାସ ମହାକୁଡ ଆସି ବିଦ୍ୟୁତ ଖୁଣ୍ଟରେ ଚଢି, ପ୍ରେମିକା ତା ସହ କଥା ନହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ହେଲେ ପ୍ରେମିକ ଜଣଙ୍କ ନିଜ ଜିଦ୍ ରେ ଅଟଳ ରହିଥିଲେ।ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନଙ୍କୁ ଯୁବକଙ୍କ ପଛରେ ବହୁ କସରତ କରିବାକୁ ପଡ଼ିଥିଲା। ଯେତେ ବୁଝାଇଲା ପରେ ମଧ୍ୟ କଥା ମାନି ନଥିଲା ହତାସ ପ୍ରେମିକ।
ମୋବାଇଲରେ କଥା କରାଇବା ପରେ ଯୁବକ ତଳକୁ ଓହ୍ଲାଇଥିଲେ
ଶେଷରେ ପୋଲିସ, ସମ୍ପୃକ୍ତ ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲରେ କଥା କରାଇଥିଲା। ଯାହାପରେ ଯୁବକ ନିଜେ ତଳକୁ ଓହ୍ଲାଇଥିଲେ।ପ୍ରକାଶ ଯେ, ତିନି ବର୍ଷ ହେଲା ଦଶମନ୍ତ, ନୟାକୋଟ ଥାନା ଅଞ୍ଚଳର ଏକ ଝିଅକୁ ପ୍ରେମ କରି ଆସୁଥିଲେ। ତେବେ ଝିଅର ମା’ ବାପା ରାଜି ନ ହେବାରୁ ସେମାନଙ୍କ ଉପରେ ଚାପ ପକାଇବାକୁ ଭୋର୍ ୪ ଟାରୁ ଟାୱାର ଉପରେ ଚଢ଼ି ଯାଇଥିଲେ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ ।
