ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା । ପାନିପତ ପୋଲିସ ମହିଳାଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ, ଏକ ବିବାହ ଉତ୍ସବ ହଠାତ୍ ଫିକା ପଡ଼ିଯାଇଥିଲା ଯେତେବେଳେ ଏକ ୬ ବର୍ଷର ଶିଶୁ କନ୍ୟାର ମୃତଦେହ ବାଥ୍ ଟବ୍ରୁ ମିଳିଥିଲା। ଏହା କୌଣସି ସାଧାରଣ ମୃତ୍ୟୁ ଘଟଣା ନଥିଲା। ବରଂ ଶିଶୁଟିର ମାଈଁ ହିଁ ତାଙ୍କୁ ହତ୍ୟା କରିଥିଲେ। ଏହାର କାରଣ ମଧ୍ୟ ଚକିତ କଲା ଭଳି ଥିଲା। ଶିଶୁଟି ସୁନ୍ଦର ପୋଷାକ ପିନ୍ଧି ସଜବାଜ ହୋଇଥିବା ଦେଖି ତାହାକୁ ସହି ପାରି ନଥିଲା ଅଭିଯୁକ୍ତ ପୁନମ। ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ଏହି ନିରୀହ ଶିଶୁଟିକୁ ହତ୍ୟା କରିଥିଲା। ହେଲେ ଏହା ପୁନମର ପ୍ରଥମ ନାରକୀୟ କାଣ୍ଡ ନଥିଲା। ଏହା ପୂର୍ବରୁ ସେ ଆହୁରି ୩ ଶିଶୁଙ୍କ ଜୀବନ ନେଇସାରିଥିଲା। ସେହି ଶିଶୁଙ୍କ ଭିତରେ ତା ନିଜ ପୁଅ ମଧ୍ୟ ରହିଛି।ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ତେଣୁ ପୋଲିସର ସନ୍ଦେହ ପୁନମଙ୍କ ଉପରକୁ ଯାଇଥିଲା । ପଚରାଉଚରା ପରେ ପୁନମ ନିଜ ଅପରାଧ ସ୍ୱୀକାର କରିଥିଲେ ।
ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା କଲା ଜଣେ ମହିଳା
By madhulekha1 Min Read
