ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ସୁପରହିଟ୍ ଫିଲ୍ମ ପୁଷ୍ପା-୨ ଗତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ । ନିର୍ଦ୍ଦେଶକ ସୁକୁମାରଙ୍କ ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍’ରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫାହାଦ୍ ଫାସିଲଙ୍କ ଅଭିନୀତ ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୬ରେ ଜାପାନରେ ରିଲିଜ ହେବ ।ଏହା କେବଳ ହିନ୍ଦୀରେ ୮୦୦ କୋଟିରୁ ଅଧିକ କ୍ଲବ୍ ଆରମ୍ଭ କରିନଥିଲା ବରଂ ସାରା ବିଶ୍ୱରେ ୧୮୦୦ କୋଟି ମାର୍କ ଅତିକ୍ରମ କରି ଏହାକୁ ଭାରତର ସବୁଠାରୁ ବଡ ଏବଂ ସର୍ବାଧିକ ଆୟ କରିଥିବା ଫିଲ୍ମରେ ପରିଣତ କରିଥିଲା ।
Author: madhulekha
ରାମାୟଣ”ରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହିରୀଙ୍କ ପୁଅ କୃଷ ପାଠକ, ଅଭିନେତ୍ରୀ ସାରା ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି।“ବିଦାଇ” ଅଭିନେତ୍ରୀ ସାରା ଖାନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ହିନ୍ଦୁ ରୀତିନୀତି ଅନୁସାରେ କ୍ରିଷ ପାଠକଙ୍କୁ ବିବାହ କରିବେ। କିଛି ଦିନ ପୂର୍ବରୁ ଏହି ଦମ୍ପତି ସେମାନଙ୍କ ବିବାହ ଘୋଷଣା କରିଥିଲେ। ଏବେ ସାରା ଏବଂ କ୍ରିଷଙ୍କ ହଳଦୀ ଉତ୍ସବ ସମାପ୍ତ ହୋଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଉପଲବ୍ଧ।କ୍ରିଷ ପାଠକଙ୍କ ପିତା, ଅଭିନେତା ସୁନୀଲ ଲାହରୀ, ସମାରୋହରେ ଅନୁପସ୍ଥିତ ଥିଲେ। ପ୍ରଶଂସକମାନେ ଭାବୁଛନ୍ତି ଯେ ସେ ତାଙ୍କ ପୁଅର ବିବାହରେ ଉପସ୍ଥିତ ରହିବେ କି ନାହିଁ। କ୍ରିଷଙ୍କ ଜନ୍ମର ନଅ ମାସ ପରେ ତାଙ୍କ ପିତାମାତାଙ୍କ ଛାଡପତ୍ର ହୋଇଥିଲା। ସେବେଠାରୁ, ତାଙ୍କ ମାଆ ଏକାକୀ ତାଙ୍କୁ ପାଳନ-ପୋଷଣ କରିଛନ୍ତି। କ୍ରିଷ ତାଙ୍କ ମାଆଙ୍କ ଉପନାମ ବ୍ୟବହାର କରନ୍ତି କାରଣ ସେ ତାଙ୍କ ମାଆଙ୍କ ସହିତ ବହୁତ…
ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କେ ଲକ୍ଷ୍ମୀ ବାଈଙ୍କର ୧୦୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ତାଙ୍କ ଭାବନଗର ବାସଭବନରେ ସେଲିବ୍ରେସନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ରାଷ୍ଟ୍ରପତି ଲକ୍ଷ୍ମୀ ବାଈଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର କାମନା କରିଥିଲେ।ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ସ୍ୱ-ଅର୍ଜିତ ସଞ୍ଚୟରୁ ୩.୪ କୋଟି ଟଙ୍କା ଏମ୍ସ ଭୁବନେଶ୍ବରକୁ ଦାନ କରିଛନ୍ତି। ଏହି ଜାତୀୟ ପ୍ରତିଷ୍ଠାନର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗକୁ ଏହି ସହୃଦୟତା, ଏମ୍ସ ଭୁବନେଶ୍ୱର ପାଇଁ ଏକ ଅସାଧାରଣ ସମ୍ମାନ ଭାବେ ପ୍ରତିଫଳିତ ହୋଇଛି। ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା, ଗବେଷଣା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଏମ୍ସ ଭୁବନେଶ୍ବରର ସଫଳତା ତଥା ରାଜ୍ୟ ଏବଂ ପଡ଼ୋଶୀ ରାଜ୍ୟବାସୀଙ୍କ…
ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. ଟାଟାଙ୍କୁ ବିବାହ କରିଥିଲେ। ନାଭାଲ ଟାଟାଙ୍କ ପ୍ରଥମ ପତ୍ନୀ, ସୋନି କମିଶନାରିଆଟଙ୍କଠାରୁ ତାଙ୍କର ଦୁଇଟି ପୁଅ, ରତନ ଟାଟା ଏବଂ ଜିମି ଟାଟା ହୋଇଥିଲେ। ତାଙ୍କ ବିୟୋଗ ପରେ ତାଙ୍କ ଦ୍ୱିତୀୟ ପତ୍ନୀ, ସିମୋନ, ପରିବାରକୁ ଏକତ୍ର କରି ରଖିଥିଲେ। ସେମାନଙ୍କ ପୁଅ, ନୋଏଲ ଟାଟା, ବର୍ତ୍ତମାନ ଟାଟା ଟ୍ରଷ୍ଟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।ସିମୋନ ଟାଟାଙ୍କୁ ଭାରତର “କସମେଟିକ୍ ଜାରିନା” ବୋଲି କୁହାଯାଏ।…
ବାରବାଟୀ ଟି-ଟ୍ବେଣ୍ଟି ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍ ଖଣ୍ଡେ ପାଇବାକୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ତେବେ ବାରବାଟିରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱର ରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ । ଆଜି ଓ କାଲି ଭୁବନେଶ୍ୱର ଆସିବେ ଖେଳାଳି । ସେଥିପାଇଁ ଏୟାରଫୋର୍ଟ ଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ଭିତରେ…
ଭୁବନେଶ୍ଵରରେ ବାହା ହେଲେ, ଭୋଜି ଦେବାକୁ ବେଙ୍ଗାଳୁରୁ ଯାଉଥିଲେ । ବାହାଘର ପୂର୍ବରୁ ବେଙ୍ଗାଳୁରୁରେ ରିସେପସନ୍ ପାର୍ଟି ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହୋଟେଲ୍ ବୁକିଂରୁ ନେଇ ଖାଦ୍ୟ ମେନ୍ୟୁ ପର୍ଯ୍ୟନ୍ତ ସବୁ ଠିକ୍ ହୋଇ ଅଗ୍ରୀମ ଦିଆ ସରିଥିଲା । ଭୁବନେଶ୍ୱର-ବେଙ୍ଗାଲୁରୁ-ହୁବଲି ରୁଟରେ ଟିକେଟ୍ ବୁକ୍ କରିଥିଲେ। କିନ୍ତୁ, ସକାଳଠାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାରମ୍ବାର ଇଣ୍ଡିଗୋ ଫ୍ଲାଇଟ୍ ବିଳମ୍ବ ହେବା ଫଳରେ ପାଇଲଟ୍ ଅଭାବରୁ ଟିକେଟ୍ ବାତିଲ ହୋଇଥିଲା। ଶେଷରେ ବାଧ୍ୟ ହୋଇ ରିସେପସନ ଭର୍ଚୁଆଲ ଭାବରେ କରାଗଲା । ଯେଉଁଥିରେ ଉଭୟ ବରକନିଆଁ ମେଧା ଓ ସଙ୍ଗମ ଭୁବନେଶ୍ବରରେ ରହି ଭର୍ଚୁଆଲରେ ରହିଲେ । ଆଉ କର୍ଣ୍ଣାଟକ ହୁବଲୀରେ ରିସେପସନ୍ ପାର୍ଟୀକୁ ଆସୁଥିବା ଲୋକ ସେମାନଙ୍କୁ ଭର୍ଚୁଆଲୀ ଆଶିର୍ବାଦ ଦେଇ ଭୋଜି ଖାଇ ଯାଇଥିଲେ ।ସୂଚନା ଅନୁସାରେ, ନଭେମ୍ବର ୨୩ରେ ଭୁବନେଶ୍ଵରର ସଂଗ୍ରାମ ଦାସଙ୍କ ସହ କର୍ଣ୍ଣାଟକ ହୁବାଳିର ମେଧା କେ. ଶୀରସାଗରଙ୍କ ବିବାହ ଓଡ଼ିଶାରେ ହୋଇଥିଲା…
ସିକ୍କିମର ବରଫାଚ୍ଛନ କାଞ୍ଚନଜଙ୍ଘରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଅଂଶଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ମାନଙ୍କୁ ନେଇ କିଛି ବର୍ଷ ବ୍ୟବଧାନରେ ଆଡଭେନଚର କାର୍ଯ୍ୟକ୍ରମ ହୋଇଥାଏ । ଚୟନ ହେଉଥିବା କ୍ୟାଡେଟ୍ ମାନଙ୍କୁ ନେଇ ପର୍ବତାରୋହଣ, ବରଫ ରାସ୍ତା ଅତିକ୍ରମ କିପରି କରିବେ ତାହାକୁ ନେଇ ଏକ ବେସିକ୍ ମାଉଣ୍ଟେନିକ୍ ତାଲିମ କୋର୍ସ କରାଯାଇଥାଏ । ଚଳିତବର୍ଷ ଏହି କୋର୍ସ ପ୍ରାୟ ୨୮ ଦିନ ଧରି ଆୟୋଜିତ ହେଉଥିବା ବେଳେ ଏହି ତାଲିମ ଶିବିର ଦକ୍ଷିଣ ସିକ୍କିମ ଠାରେ ଆୟୋଜିତ ହୋଇଥିଲା । ଯାହାକି ଏହି କ୍ୟାମ୍ପ ନିମନ୍ତେ ସର୍ବଭାରତୀୟ ସ୍ତରରେ ୪୫ ଜଣ ସମର ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିଲେ ୫ ଜଣ କ୍ୟାଡେଟ୍ । ସେଥିରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟୟନରତ…
ରୁଷ୍ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି।ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ରସାୟନିକ ଏବଂ ସାର ଭଳି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନାରେ ଉଭୟ ଦେଶ ପୋର୍ଟ ( ବନ୍ଦର) ଓ ସିପିଂ ସେକ୍ଟର( ବନ୍ଦର ପରିବହନ)ରେ ସହଯୋଗ ପାଇଁ ମଧ୍ୟ ଯୁଗ୍ମ ଘୋଷଣାନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ରୁଷ୍ ସ୍ୱାସ୍ଥ୍ୟ…
ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଜାରି ରହିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପାଠ୍ୟକ୍ରମ ପରିବର୍ତ୍ତନ ସମ୍ପର୍କରେ ଗୃହରେ ଏକ ପ୍ରଶ୍ନ ପଚାରିଥିଲେ । ଶିକ୍ଷା ବ୍ୟବସ୍ଥାରେ ସମୟୋପଯୋଗୀ ସୁଧାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ସରକାର ପାଠ୍ୟପୁସ୍ତକ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର…
ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍ଏମ୍ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ।ଆଜି ଅଗଜିଲାରୀ ନର୍ସ ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ହେଲେ ପରୀକ୍ଷା ହଲରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ପରୀକ୍ଷା ବାତିଲ ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଛାତ୍ରୀ । ଏଭଳି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । କଷ୍ଟକରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ପିଲାମାନେ ପରୀକ୍ଷା ଗୃହରୁ ନିରାଶରେ ଫେରିବା ସମୟରେ ଭାବବିହ୍ବଳ ହୋଇପଡିଛନ୍ତି।