ବିଧାନସଭା ପରିସରରେ ଗାନ୍ଧୀ ପ୍ରତି ମୂର୍ତ୍ତି ତଳେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦ । ଗୃହରେ ବିଜେପି ବିଧାୟକ ସନ୍ତୋଷ ଖୁଣ୍ଟିଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିରୋଧ । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ମୌନ ପ୍ରତିବାଦ । ବିଧାୟକଙ୍କ ଅପତ୍ତିଜନକ ମନ୍ତବ୍ୟକୁ ନେଇ ପ୍ରତିବାଦ ।ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦେଇଥିଲେ । କିନ୍ତୁ ଏହା ସତ୍ତ୍ବେ ବିରୋଧୀ ପ୍ରତିବାଦ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି ।
ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ,ବିଧାନସଭାରେ ଝଡ଼
By madhulekha1 Min Read
