ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି। ଦୁଇ ଦିନିଆ ଗସ୍ତରେ ଆସି ଅପରାହ୍ନ ସାଢ଼େ ୪ଟାରେ ଦିଲ୍ଲୀରେ ପହଞ୍ଚିବେ ଭ୍ଲାଦିମିର ପୁଟିନ । ଦିଲ୍ଲୀରେ ଆୟୋଜିତ ୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ସେ ଯୋଗ ଦେବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ବଡ଼ ପ୍ରତିରକ୍ଷା ଚୁକ୍ତି ସମ୍ଭାବନା ମଧ୍ୟ ରହିଛି । ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନର ଆୟୋଜନ କରିବେ। ପୁଟିନ୍ ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ସମାନ ବ୍ୟକ୍ତିଗତ ଆତିଥ୍ୟ ପ୍ରଦାନ କରିଥିଲେ। ଏହି ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ଭାରତ-ଆମେରିକା ସମ୍ପର୍କ ଦୁଇ ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚିଛି। ଆମେରିକା ଭାରତୀୟ ରପ୍ତାନି ଉପରେ ୫୦% ଟାରିଫ୍ ବୃଦ୍ଧି କରିଛି, ଯେଉଁଥିରେ ରୁଷିଆରୁ ତେଲ କ୍ରୟ ପାଇଁ…
Author: madhulekha
ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ । ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।ଆସନ୍ତା 24 ଘଣ୍ଟାରେ ଘନ କୁହୁଡି ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ । କିନ୍ତୁ ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ୯ ତାରିଖରୁ ପୁଣି ତାପମାତ୍ରା…
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର। କୋଶି ବାଗ(୫୦) ନାମକ ଜଣେ ବ୍ୟକ୍ତି ଗତ ମଙ୍ଗଳବାର ଅପରାହ୍ନରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ କ’ଣ ଖାଇବାକୁ ଦେବା ବାହାନା କରି ନିଜ ଘରକୁ ଡାକିନେଇଥିଲେ। ଝିଅ ଘର ଭିତରକୁ ଆସିବା ପରେ ଅଭିଯୁକ୍ତ କୋଶି କବାଟ ଦେଇ ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ। ଝିଅର ଚିତ୍କାର ଶୁଣି ଘର ଆଖପାଖରେ ଥିବା ଲୋକେ ଦଉଡ଼ି ଆସିଥିଲେ। ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବିଶ୍ୱନାଥପୁର ସିଏଚ୍ସିରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପକ୍ଷରୁ ବିଶ୍ୱନାଥ ପୋଲିସକୁ ଖବର ଦେବା ପରେ ଡାକ୍ତରଖାନା ପୋଲିସ ପହଞ୍ଚି ତଦନ୍ତ କରିଥିଲେ।ଅଭିଯୁକ୍ତଙ୍କୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।
ଯାଜପୁରଜିଲ୍ଲା କାଳିଆପାଣି ଥାନା କାଳିଆପାଣି ପଞ୍ଚାୟତର ଜଣେ ଆଦିବାସୀ ଦଶମ ଶ୍ରେଣୀ ଛାତ୍ରୀ ଏବେ ୪ ମାସର ଗର୍ଭବତୀ ଥିବା ଅଭିଯୋଗ ହୋଇଛି। ଗର୍ଭଧାରଣ ପରେ ଏହି ଛାତ୍ରୀ ଜଣକ ପାଠଛାଡ଼ି ଘରେ ରହୁଥିଲେ। ପ୍ରେମିକର ପ୍ରତାରଣା ଓ ସାମାଜିକ ଲଜ୍ଜା କାରଣରୁ ପୀଡ଼ିତାଙ୍କ ମାନସିକ ଚାପ ବଢ଼ିବାରେ ଲାଗିଛି। ନିରୁପାୟ ପୀଡ଼ିତାଙ୍କ ବଡ଼ ଭଉଣୀ ଶେଷରେ ଗତକାଲି ଥାନାରେ ଏତଲା ଦାଏର କରିଥିଲେ।ପୀଡ଼ିତା ସ୍କୁଲ ଯାଉଥିବା ସମୟରେ ଗାଁ ପାଖ ବଜାରରେ ଗ୍ୟାରେଜ୍ରେ କାମ କରୁଥିବା ଗୁରୁଜଙ୍ଗ ଗାଁର ଜଣେ ଯୁବକ ଏହି ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପୀଡ଼ିତାଙ୍କ ବାପାମାଆ ୬ ମାସ ଧରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ସୁଯୋଗରେ ଅଭିଯୁକ୍ତ ଅନୈତିକ ସମ୍ପର୍କ ରଖି ଆସୁଥିଲା। ଅନ୍ତଃସତ୍ତ୍ବା ପରେ ପୀଡ଼ିତା ଓ ପରିବାର ବିବାହ ପାଇଁ ଦାବି କରିଥିଲେ। ରୋଗଶଯ୍ୟାରେ ଥାଇ ପୀଡ଼ିତାଙ୍କ ବାପାମାଆ ନ୍ୟାୟ ପାଇଁ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ। ଏକାଧିକ ବାର ଗ୍ରାମସଭା…
ନାନ୍ଦେଡ଼ ଜିଲ୍ଲାରେ ଜଣେ ଝିଅ କାନ୍ଦି କାନ୍ଦି ମୃତ ପ୍ରେମିକକୁ ବିବାହ ପାଇଁ କହୁଛି। କ୍ଷଣିକ ପାଇଁ ପ୍ରେମିକ ନାଁର ମଥାରେ ସିନ୍ଦୂର ପିନ୍ଧିଥିଲେ ଯୁବତୀ ।ଯୁବତୀ ଜଣକ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ତାଙ୍କ ପରିବାର ଏହି ପ୍ରେମକୁ ବିରୋଧ କରୁଥିଲେ । ନାନ୍ଦେଡ଼ ସହରର ପୁରୁଣା ଗଞ୍ଜ ଅଞ୍ଚଳରେ ଯୁବତୀଙ୍କ ବାପା ଦୁଇ ପୁଅ ଏବଂ ଅନ୍ୟମାନଙ୍କ ସହିତ ମିଶି ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ଯୁବକଙ୍କୁ ପ୍ରଥମେ ଗୁଳି କରାଯାଇଥିଲା ଏବଂ ପରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରାଯାଇଥିଲା।ଏହି ଘଟଣା ପରେ, ଝିଅଟି ତାଙ୍କ ମୃତ ପ୍ରେମିକଙ୍କ ଘରକୁ ଗଲା ଏବଂ ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହ ସମ୍ମୁଖରେ ନିଜ ମଥାରେ ପ୍ରେମିକ ନାଁର ସିନ୍ଦୁର ଲଗାଇ ତାଙ୍କ ମରଶରୀରକୁ ବିବାହ କଲା । ଏହି ସମୟରେ, ଝିଅଟି ହତ୍ୟାକାରୀ ବାପା, ମା ଏବଂ ଭାଇମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ…
ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ଗତବର୍ଷ ଜୁନ୍ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ପାନ ମସଲା ପ୍ୟାକେଜିଂକୁ ନେଇ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେ, ଯେକୌଣସି ଆକାର କିମ୍ବା ଓଜନର ପାନ ମସଲା ପ୍ୟାକେଟଗୁଡ଼ିକରେ ଖୁଚୁରା ବିକ୍ରୟ ମୂଲ୍ୟ ଏବଂ ଅନ୍ୟାନ୍ୟ ସମସ୍ତ ବାଧ୍ୟତାମୂଳକ ବିବରଣୀ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ପଡିବ। ସୂଚନା ଅନୁଯାୟୀ, ଏହି ନିୟମ ଲିଗାଲ୍ ମାପ ବିଜ୍ଞାନ (ପ୍ୟାକେଜ୍ ହୋଇଥିବା ସାମଗ୍ରୀ) ନିୟମ, ୨୦୧୧ ଅଧୀନରେ ସଂଶୋଧନ କରାଯାଇଛି ଏବଂ ଏହା ୧ ଫେବୃଆରୀ, ୨୦୨୬ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ତାରିଖରୁ, ସମସ୍ତ ନିର୍ମାତା, ପ୍ୟାକର୍ସ ଏବଂ ଆମଦାନିକାରୀମାନେ ପାଳନ କରିବେ। ଏହି ସଂଶୋଧନ ଛୋଟ ପ୍ୟାକେଟ ଉପରେ ସର୍ବାଧିକ ପ୍ରଭାବ ପକାଇବ। ପୁରୁଣା ବ୍ୟବସ୍ଥା ଅନୁଯାୟୀ, ୧୦ ଗ୍ରାମ କିମ୍ବା ତା’ଠାରୁ କମ୍ ଓଜନର ଛୋଟ ପ୍ୟାକେଟଗୁଡ଼ିକୁ କିଛି ଘୋଷଣାରୁ ମୁକ୍ତ କରାଯାଇଥିଲା। ନୂତନ ବ୍ୟବସ୍ଥା ଅନୁଯାୟୀ, ଏହି ଛାଡ଼କୁ ଏବେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଏବେ, ୧୦ ଗ୍ରାମ କିମ୍ବା ତା’ଠାରୁ କମ୍…
ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛି, ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା।ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ମହୁଆଙ୍କ ଟୁଇଟ୍ର କଡ଼ା ଜବାବ ରଖିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଜଣେ ସାଂସଦ ଏଭଳି କହିବା ଗ୍ରହଣୀୟ ନୁହେଁ କହିଲେ ବିଧାୟକ। ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କୁ ଭର୍ତ୍ତି କରୁଛି କିଏ ବୋଲି ପ୍ରଶ୍ନ କଲେ ସନ୍ତୋଷ।ସାଂସଦ ମୋଇତ୍ରା ପୋଲିସ୍ ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି ଯେ ଏହି ମାମଲାକୁ କୋର୍ଟରେ ଉଠାଯିବ। ସେ କହିଛନ୍ତି, “ବିଧିଗତ ଭାବେ ରୋଜଗାର କରୁଥିବା ବଙ୍ଗାଳୀଙ୍କୁ…
ଗୁଜରାଟର ଭାବନଗରରେ ବାହାଘର ପାଇଁ ବେଦୀ ସଜାହେବା ବଦଳରେ ସେଠି କୋକେଇ ସଜା ହୋଇଛି । ବିବାହକୁ ନେଇ ଯେଉଁଠି ଖୁସିର ମାହୋଲ ଥିଲା ସେଠି ଦୁଃଖ-ଶୋକ ଖେଳିଯାଇଛି ।ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବିବାହର ୧ ଘଣ୍ଟା ପୂର୍ବରୁ ହତ୍ୟା କରିଛି ବର । ଶାଢୀ ଓ ଟଙ୍କାକୁ ନେଇ ବଚସା ହେବାରୁ ଏପରି କରୁଣ ପରିଣିତି ଘଟିଛି ।ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନି ଓ ସଜନ ବିବାହ ପୂର୍ବରୁ ପ୍ରାୟ ଦେଢବର୍ଷ ହେବ ଏକାଠି ରହୁଥିଲେ । ପରିବାର ବିରୋଧରେ ଯାଇ ସେମାନେ ଏକାଠୀ ରହୁଥିଲେ । ସେମାନଙ୍କ ନିର୍ବନ୍ଧ ସରିଥିଲା । ବିବାହ ପ୍ରସ୍ତୁତି ଚାଲିଥିଲା । ପ୍ରାୟ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ଶନିବାର ରାତିରେ ସେମାନଙ୍କର ବିବାହ ହେବାର ଥିଲା । ହେଲେ ବିବାହ ନୁହେଁ ହତ୍ୟାକାଣ୍ଡ ଘଟିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।…
ଭିଟାମିନ୍ C ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ C ଥଣ୍ଡା କାଶକୁ ସିଧାସଳଖ ପ୍ରଭାବିତ କରେ ନାହିଁ, କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ୨୫୦ ମିଲିଗ୍ରାମରୁ ୧ ଗ୍ରାମ ଭିଟାମିନ୍ C ଗ୍ରହଣ କରିବା ଦ୍ୱାରା ଥଣ୍ଡା ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ । ପ୍ରତିଦିନ ଭିଟାମିନ୍ C ସେବନ କରିବା ଦ୍ୱାରା ଥଣ୍ଡାରେ ପୀଡିତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯାଆନ୍ତି । ତେବେ ଭିଟାମିନ୍ C ହୃଦ୍ ରୋଗ ସହିତ ଲଢ଼ିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଭିଟାମିନ୍ C ଶରୀରରେ ଫୁଲାକୁ ହ୍ରାସ କରେ, ହେଲଦି ବ୍ଲଡ଼ ସେଲସ ବୃଦ୍ଧି କରେ ଏବଂ କୋଲେଷ୍ଟ୍ରଲ…