ସ୍ତ୍ରୀ ଅପେକ୍ଷା କରିଥିଲେ, ସ୍ଵାମୀ ଆସିଲେ ମନାଇବେ ବିବାହ ବାର୍ଷିକୀ। ସ୍ବାମୀ ବି ସଅଳ କାମରୁ ବାହାରି ଯାଇଥିଲେ। କିନ୍ତୁ କିଛି ସମୟ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ଖବର… ଏଭଳି ପରିସ୍ଥତିରେ କେମିତି ସମ୍ଭାଳି ପାରିଥିବେ ନିଜକୁ!! ଡାକ୍ତରଖାନା ପରିସରରେ ମୁଣ୍ଡ ପିଟି କାନ୍ଦୁଛନ୍ତି ସ୍ତ୍ରୀ.. ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣି ଆଉ କାହା ସହ ନୁହେଁ, ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଯାତ୍ରା କମେଡିଆନ୍ ଗୁରୁ ପୃଷ୍ଟିଙ୍କ ସହ ଘଟିଗଲା.. ଖୁବ୍ କମ୍ ବୟସରେ ଏ ଦୁନିଆରୁ ବିଦାୟ ନେଇଗଲେ। କିନ୍ତୁ ଛାଡ଼ିଗଲେ ନିଜର ହତଭାଗିନୀ ପତ୍ନୀ ଓ ପରିବାରକୁ.. ବାହାର ଲୋକଙ୍କୁ ସବୁବେଳେ ହସାଉଥିବା ଲୋକଟା ଯେ ଦିନେ ଏତେ ଦୁଃଖ ଏତେ ଲୁହ ଦେଇଯିବ ତାହା ହୁଏତ କେହି ସ୍ୱପ୍ନରେ ବି କଳ୍ପନା କରି ନଥିବେ। ଗୁରୁ ପୃଷ୍ଟିଙ୍କ ପରିବାର ଉପରେ ଲଦି ଦେଇଥିବା ଦୁଃଖର ଏ…
Author: madhulekha
ବିଗତ ୧୫ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ। ସୋମବାର ଦିନ ବିଧାନସଭାରେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁଲାଇ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଅର୍ଥାତ୍ ଗତ ୧୫ ମାସ ମଧ୍ୟରେ ସାରା ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧର ପ୍ରାୟ ୪୦,୯୪୭ ମାମଲା ପଞ୍ଜିକୃତ ହୋଇଛି।୩,୨୦୫ଟି ବଳାତ୍କାର ମାମଲା, ୮,୮୬୩ଟି ଅପହରଣ ଏବଂ ୫,୮୬୧ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସେହିପରି ୪୯ଟି ଯୌତୁକ ମୃତ୍ୟୁ ମାମଲା ଏବଂ ୯,୮୫୧ଟି ଶୋଷଣ ମାମଲା ରେକର୍ଡ କରାଯାଇଛି। ଏହି ବୃଦ୍ଧି ପାଉଥିବା ସଂଖ୍ୟା ରାଜ୍ୟରେ ମହିଳା ସୁରକ୍ଷା ନିଶ୍ଚିତ କରିବା ପାଇଁ ଅଧିକ କଠୋର ଏବଂ ନିରୋଧକାରୀ ପଦକ୍ଷେପର ତୁରନ୍ତ ଆବଶ୍ୟକତାକୁ ଦର୍ଶାଉଛି।ଏହା ବ୍ୟତୀତ ପବ୍ଲିକ ପ୍ଲେସରେ ଅସଦାଚରଣ ଜନିତ ୨୩୧୦ଟି ମାମଲା ଏବଂ ୫୫୬ଟି ଫେଲୋ କରିବା ଭଳି ମାମଲା…
ଯାଜପୁର ଟାଉନ୍ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ବାବୁ । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦ କିଶୋର ଦାସ । ଅଭିଯୁକ୍ତ ଏଏସଆଇଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ । ଆଜି ଯାଜପୁର ଭିଜିଲାନ୍ସ ଡିଏସପି ସୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଧରି ପକାଇଥିଲେ । ପରେ ତାଙ୍କୁ ଗିରଫ କରିଛନ୍ତି ।
ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ ନେତ୍ରୀ ନବଜୋତ କୌର ସିଦ୍ଧୁଙ୍କୁ ଦଳର ରାଜ୍ୟ ୟୁନିଟ୍ ତୁରନ୍ତ ନିଲମ୍ବନ କରିଛି। ନଭଜୋତଙ୍କ ଏପରି ମନ୍ତବ୍ୟ କଂଗ୍ରେସର ଭିତିରି କଥାକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି।କୌଣସି କାରଣ ନ ଦର୍ଶାଇ କଂଗ୍ରେସ ତାଙ୍କୁ ନିଲମ୍ବନ କରିଥିଲେ ମଧ୍ୟ, ଏହି ମନ୍ତବ୍ୟ ପରେ ବିରୋଧୀ ଦଳମାନେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଭାଜପା ମୁଖପାତ୍ର ଏହାକୁ କଂଗ୍ରେସରେ “ସଂସ୍ଥାଗତ ଦୁର୍ନୀତି”ର ପ୍ରମାଣ ବୋଲି କହିଥିବାବେଳେ, ପଞ୍ଜାବ ଭାଜପା ମୁଖ୍ୟ…
ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇର ତନାଘନା । ଜେଲ୍ ଗଲା ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ । ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଜେଲ୍ ଗଲା ବିରଞ୍ଚି । ୪ ଦିନିଆ ରିମାଣ୍ଡ ପରେ କୋର୍ଟରେ ହାଜର କରିଥିଲା ସିବିଆଇ । ରିମାଣ୍ଡ ଆବେଦନ ନହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ୪ ଦିନିଆ ରିମାଣ୍ଡ ବେଳେ ବିରଞ୍ଚିଠୁ ତଥ୍ୟ ହାସଲ କରିଛି ସିବିଆଇ ।ବିରଞ୍ଚି ଲିଙ୍କରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ଦଲାଲ ନିମାଇଁ ସାହୁ ଓ ssb ଯବାନ ଅର୍ଜୁନ ନାୟକକୁ ରିମାଣ୍ଡରେ ନେଇ ଏବେବି ଘାଣ୍ଟୁଛି ସିବିଆଇ । ଆଜି ମେଡିକାଲ ଯାଞ୍ଚ ପରେ, ଏହି ଦୁଇ ଦଲାଲ ନିମାଇଁ ଓ ଅର୍ଜୁନକୁ ପୁଣିଥରେ ସିବିଆଈ ଅଫିସରେ ଘନ ଘନ ଜେରା ଚାଲିଛି । ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି । ଆଉ ୩ ଜଣଙ୍କୁ ଅଟକ…
2025 ସର୍ଚ୍ଚ ରିକ୍ୟାପ୍ ଭଳି ପ୍ରତିବର୍ଷ ଗୁଗଲ୍ ବର୍ଷ ସରିବା ପୂର୍ବରୁ ଏକ ତାଲିକା ଜାରି କରେ । ଏଥର ମଧ୍ୟ ଆସିଛି ବହୁ ପ୍ରତୀକ୍ଷିତ ଗୁଗଲ୍ ବର୍ଷର ସର୍ଚ୍ଚ ତାଲିକା । ଗୁଗଲ୍ର ଏହି ତାଲିକାରେ 2025 ମସିହାରେ ମନୋରଞ୍ଜନ, କ୍ରୀଡା, ଜୀବନଶୈଳୀ, ଗେମିଂ ଏବଂ ରାଜନୀତି ଜଗତରେ ସର୍ବାଧିକ ସର୍ଚ୍ଚ ହୋଇଥିବା ନାମ ଜାରି ହୋଇଛି ।ଚଳିତ ବର୍ଷ ସର୍ବୋତ୍ତମ ଟ୍ରେଣ୍ଡିଂ ସର୍ଚ୍ଚରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଶୀର୍ଷରେ ରହିଛି । କ୍ରିକେଟ୍ ହେଉଛି ଭାରତର ହୃଦସ୍ପନ୍ଦନ ଏବଂ ଏହାର ପ୍ରଭାବ ଏହି ତାଲିକାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଦ୍ବିତୀୟ ସର୍ବାଧିକ ସର୍ଚ୍ଚ ହୋଇଥିବା ଶବ୍ଦ ହେଉଛି “ଜେମିନି”, ଯାହା ଦର୍ଶାଏ ଯେ AI ଲୋକଙ୍କ ଦୈନନ୍ଦିନ କଥାବାର୍ତ୍ତା ଏବଂ କାର୍ଯ୍ୟକଳାପର ଏକ ଅଂଶ ପାଲଟିଯାଇଛି । ଲୋକେସନ ଉପରେ ଆଧାରିତ ସର୍ଚ୍ଚରେ ଲୋକେ ଅଧିକାଂଶ କୌଣସି ଜରୁରୀକାଳୀନ ସ୍ଥିତି, କୌଣସି ସୂଚନା ଆଦି…
ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା । ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ । ପୁଣି ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଗଣ ଶିକ୍ଷା ବିଭାଗ ସକାରାତ୍ମକ ରହିଛି । ଗୋଟିଏ ଦିନରେ ସମସ୍ୟା ସମାଧାନ ହୋଇପାରିବ ନାହିଁ । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ । ଏ ସରକାର୍ ବୁଝିବାକୁ ପ୍ରସ୍ତୁତ ଅଛନ୍ତି , ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ । ସୂଚନାମୁତାବକ ଲୋୟର ପିଏମଜିରେ ଗର୍ଜିଲେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ । ନିୟମିତ…
ସମସ୍ତ କ୍ଲବ୍, ପବ୍ରେ ଫାୟାର ସେଫ୍ଟି ସିକ୍ୟୁରିଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ। ରାଜଧାନୀ ସମେତ ରାଜ୍ୟର ସମସ୍ତ କ୍ଲବ୍, ପବ୍ରେ ଯାଞ୍ଚ ନିର୍ଦ୍ଦେଶ । ଫାୟାର ସେଫ୍ଟି ସୁରକ୍ଷା ଯାଞ୍ଚ କରିବାକୁ ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ।୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ସୂଚନାମୁତାବକ ଗୋଆର ଆରପୋରାରେ ଏକ ନାଇଟ୍ କ୍ଲବରେ ଘଟିଥିବା ଏକ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ କରିବା ପାଇଁ ପୋଲିସ…
କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ ସୁଗାର କାରବାର ନେଇ ଚଢାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ । ଗିରଫ ଦୁଇଜଣ ମା ଓ ପୁଅ ହୋଇଥିବା ବେଳେ ଚଢାଉ ବେଳେ ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ବ୍ୟବସାୟ କରୁଥିଲେ। ରାଜ୍ୟ ବାହାରର ବେପାରୀଙ୍କ ସହିତ ସଂପର୍କ ଥିବା ଅନୁମାନ କରାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା । ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା । ବିଧାନସଭାରେ ଖୋଦ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସରକାରୀ ବାସଭବନ ମରାମତିରେ ୨୮ ଲକ୍ଷ ୨୧ ହଜାର ୨୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହା ପରେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୪ ହଜାର ୬୭୨ ଟଙ୍କା ଖର୍ଚ୍ଚ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ୨୫ ଲକ୍ଷ ୭୨ ହଜାର ୫୧୭ ଟଙ୍କା ଖର୍ଚ୍ଚ ହୋଇଛି। ନିଜ ସରକାରୀ ବାସଭବନରେ ସବୁଠାରୁ କମ୍ ଖର୍ଚ୍ଚ କରିଥିବା ମନ୍ତ୍ରୀ ହେଉଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ…