Author: madhulekha

ବିଧାନସଭା ଆସିଲେ ଅନେକ ସଂଘ ନିଜର ଦାବିକୁ ନେଇ ରାଜରାସ୍ତାରେ ଓଲ୍ହାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ ଶୁଭୁଛି ଗାନ୍ଧୀ ମାର୍ଗରେ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ ଆସିଷ୍ଟାଣ୍ଟ ମାନ୍ୟତା ଦାବି, ସମସ୍ତ ସରକାରୀ ସେବା ଓ ସୁବିଧା, ଏଚଆରଏ, ମେଡିକାଲ, ଫ୍ୟାମିଲି ପେନସନ, ଗ୍ରାଚ୍ୟୁଟି ପ୍ରଦାନ, ୨୦୧୬ ବ୍ୟାଚର ବକେୟା ପଦୋନ୍ନତି ତ୍ବରିତ କରିବା ପାଇଁ ଦାବି କରାଯାଇଛି । ସେହିଭଳି ବିଭିନ୍ନ ସରକାରୀ ପଦବୀରେ ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଦାବି ହୋଇଛି ।ଏନେଇ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ କହିଛନ୍ତି, “ଶିକ୍ଷକମାନଙ୍କୁ ପିଲାଙ୍କ…

Read More

ଦୁଇ ଦିନିଆ ଭାରତ ଗସ୍ତ ସାରି ସେ ଋଷ ଗସ୍ତ କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା ।ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ପୁଟିନ ପରସ୍ପର ପାଖରେ ବସିଥିଲେ।ଭାରତର ରାଜକୀୟ ଭୋଜନ ସର୍ବଦା ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ହୋଇଆସିଛି । ଏହି ରାତ୍ରୀ ଭୋଜନରେ କେବଳ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଏ ନାହିଁ । ବରଂ ବିଦେଶୀ ଅତିଥିଙ୍କ ପସନ୍ଦ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଏ । ଏହି କାରଣରୁ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଏ ।ଦକ୍ଷିଣ ଭାରତର…

Read More

ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ।ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚିବା ବେଳେକୁ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଉକ୍ତ ଯୁବକଙ୍କ ପତ୍ନୀ ବାହାଘରର ଅଳ୍ପ ଦିନ ପରେ ୪ ବର୍ଷ ହେବ ତାଙ୍କୁ ଛ‌ାଡ଼ି ଚାଲିଯାଇଥିଲେ। ଏହି କାରଣରୁ ସେ ପ୍ରାୟ ୪ ବର୍ଷ ହେବ ମାନସିକ ଅବସାଦ ଭିତରେ କାଳାତିପାତ କରୁଥିଲେ।

Read More

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ମ୍ୟାଚ୍‌ ପାଇଁ କମିଶନେରେଟ ପୁଲିସର ପ୍ରସ୍ତୁତି । ବାରବାଟୀରେ ମ୍ୟାଚ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିଶନର ଏସ.ଦେବଦତ୍ତ ସିଂ। ତେବେ ଟିକେଟ୍‌ ଖଣ୍ଡେ ପାଇବାକୁ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ଏପଟେ କ୍ରିକେଟ୍ ବିଷୟରେ ଜାଣିନଥିବା କିଛି ମହିଳା ବି ଆଜି ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଥିଲା । କେଉଁ ତାରିଖରେ ମ୍ୟାଚ ଜାଣି ନାହାନ୍ତି । କେଉଁ ଟିମ୍ ଭିତରେ ଖେଳ ହେବ ଜଣା…

Read More

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ରାଜ୍ୟରେ ମୋଟ ୭୪୨୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୨୦, ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଭଡା ଘରେ ଚାଲିଛି ୩, ୮୯୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । କମ୍ୟୁନିଟି ସେଣ୍ଟରରେ ଚାଲିଛି ୧୦, ୪୬୯ଟି କେନ୍ଦ୍ର ରହିଛି । ୪,୫୭୪ ଅଙ୍ଗନବାଡି କେନ୍ଦ୍ର ସ୍କୁଲରେ ଚାଲିଛି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି।

Read More

ଆମ ଓଡିଶାରେ ଅଧିକାଂଶ ଓଷା ସନ୍ତାନମାନଙ୍କ ମଙ୍ଗଳ କାମନା ଓ ସେମାନଙ୍କ ଦୀର୍ଘାୟୁ ନିମନ୍ତେ ନାରୀମାନେ କରିଥାଆନ୍ତି। ଏହି ଓଷା ସବୁରେ କେତେବେଳେ ଷଠୀମାତାଙ୍କୁ ପୂଜା କରାଯାଏ ତ କେତେବେଳେ ଯମ ଦେବତାଙ୍କୁ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ ବା ‘ଦାଣ୍ଡ ପହଁରା ଓଷା’। ଏହି ଓଷା ବାଟ ବା ଦାଣ୍ଡରେ ପାଳିତ ହେଉଥିବାରୁ, ଏପରି ନାମକରଣ ହୋଇଛି। ପଣ୍ଡୁପୂର୍ଣ୍ଣିମା ଯିବାର ତିନିଦିନ, ସାତଦିନ ବା ନଅଦିନରେ ଏହି ଓଷା ପଡ଼େ। ପ୍ରତ୍ୟେକ ମାଆମାନେ ନିଜ ସନ୍ତାନ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । କୁହାଯାଏ ଇନ୍ଦ୍ରଙ୍କର ଅମୋଘ…

Read More

ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର ବର୍ଦ୍ଧିତ ଭିଡ଼ ଏବଂ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ତୁରନ୍ତ ପଦକ୍ଷେପ ନେଇଛି।ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ହୋଇଛି । ଯୋଡା ଯାଉଥିବା ଅତିରିକ୍ତ କୋଚଗୁଡିକ ମଧ୍ୟରେ ସ୍ଲିପର, ଏସି ଚେୟାର କାର, ସାଧାରଣ ବଗି ରହିଛି । ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଯଦି ଏହି ସମସ୍ୟା ଲାଗି ରହେ ତେବେ ରେଲୱେ ପକ୍ଷରୁ ଅଧିକ ଅତିରିକ୍ତ କୋଚ ଲଗାଯିବା ସହ ବିଭିନ୍ନ ରୁଟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ…

Read More

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ ।ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।ଶୀତ…

Read More

ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ…

Read More

ଦେଶୀ ଘିଅ କେବଳ ଯେ ସ୍ୱାସ୍ଥ୍ୟ ପାଇଁ ଭଲ ତା’ ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ କାମ କରିଥାଏ । ବାସ୍ତବରେ ଦେଶୀ ଘିଅ ଆପଣଙ୍କ ସ୍କିନ୍‌, କେଶ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ ।ଶୀତ ଋତୁରେ ଅଧିକାଂଶ ଲୋକ ଡ୍ରାଏ ସ୍କିନ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି । ଡ୍ରାଏ ସ୍କିନ୍ ଯୋଗୁଁ ମୁହଁର ଚମକ କମିଯାଏ । ଡ୍ରାଏ ସ୍କିନ୍ ଯୋଗୁଁ ତ୍ୱଚା ମଧ୍ୟ ଦୁର୍ବଳ ଓ ନିର୍ଜୀବ ଦେଖାଯାଏ । ଯଦି ଆପଣଙ୍କ ତ୍ୱଚା ମଧ୍ୟ ଶୁଷ୍କ ଏବଂ ନିର୍ଜୀବ ଦେଖାଯାଉଛି, ତେବେ ଆପଣ ନିଜ ଚେହେରାର ଚମକ ବଢାଇବା ପାଇଁ ଦେଶୀ ଘିଅ ବ୍ୟବହାର କରିପାରିବେ ।ଘିଅ ଲଗାଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରନ୍ତୁ। ଏହା ପରେ ଆଙ୍ଗୁଠି ସାହାଯ୍ୟରେ ଦେଶୀ ଘିଅ ମୁହଁରେ ଲଗାନ୍ତୁ । ଶୀତ ଋତୁରେ ମୁହଁ ମାଲିସ କରିବା ମଧ୍ୟ ବହୁତ…

Read More