Author: madhulekha

କ୍ରିକେଟ ବ୍ୟାଟ୍‌ରେ ଗଞ୍ଜେଇ ଚାଲଣ । ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଦୁଇଜଣ ଯୁବକ ଏକ ଚତୁରତାର ସହ କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଲୁଚାଇ ରଖିଥିଲେ । କିନ୍ତୁ ଓଡିଶା ର ବ୍ରହ୍ମପୁର ରେଳ ଷ୍ଟେସନରେ ସରକାରୀ ରେଳବାଇ ପୋଲିସ ଦ୍ୱାରା ଧରାପଡିଥିଲେ । ୨୩ଟି ବ୍ୟାକ ପ୍ୟାକ ଏବଂ ୧୦ଟି କ୍ରିକେଟ ବ୍ୟାଟ ଭିତରେ ୧ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଲୁଚାଇ ରଖାଯାଇଥିଲା । ଦୁଇ ଜଣଙ୍କୁ ଗିରଫ କରିଛି । ଜିଆରପି ଏବେ ଗଞ୍ଜେଇର ଉତ୍ସ ଏବଂ ଉଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ତଦନ୍ତ କରୁଛି ।ଉଭୟ ଅଭିଯୁକ୍ତଙ୍କୁ NDPS ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଗିରଫ କରାଯାଇଛି । ରାସାୟନିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି । ଚୋରା ଦ୍ରବ୍ୟର ଉତ୍ସ, ନେଟୱାର୍କ ଏବଂ ଉଦ୍ଦେଶ୍ୟ ଗ୍ରହଣକାରୀଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି। ଏହି ଜବତ ରେଳପଥରେ ନିଶାଦ୍ରବ୍ୟ ଚାଲାଣ ରୋକିବା ଓ ଯାତ୍ରୀମାନଙ୍କ ପାଇଁ…

Read More

୧୩ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନରୁ ଖୁବଶୀଘ୍ର କଢ଼ାଯିବ ବାଲି । ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ‌୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲି ର ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।ମାତ୍ର ଏବେ ମନ୍ଦିର ର ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ର ଟନେଲ ନିର୍ମାଣ କରାଯିବ। ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ଏହି ଟନେଲ ନିର୍ମାଣ କାମ ଆରମ୍ଭ ହୋଇଛି । ସର୍ବସମ୍ମତି ପରେ ଏହି ନିଷ୍ପତି ନିଆଯାଇଛି । ସ୍ୱତନ୍ତ୍ର ଡ୍ରିଲ ମାଧ୍ୟମରେ ମନ୍ଦିରର କାନ୍ଥରେ ଟନେଲ ଖୋଳା କାର୍ଯ୍ୟ ଆରମ୍ଭ ହୋଇଛି ।…

Read More

ବାରବାଟୀରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉଭୟ ଦଳର ଖେଳାଳି ରବିବାର ଅପରାହ୍ଣରେ ଭୁବନେଶ୍ବର ପହଞ୍ଚିଛନ୍ତି। ସୋମବାର ବାରବାଟୀରେ ଭାରତୀୟ ଖେଳାଳି ମଧ୍ୟାହ୍ନରେ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଅପରାହ୍ଣରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।ବିମାନବନ୍ଦରରୁ କାରକେଡ୍‌ ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ହୋଟେଲ୍‌ ମେ’ ଫେୟାର୍‌ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ୍ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଓ ସ୍ବାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ତେବେ ଆଜି ନେଟ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ ।୯ ତାରିଖରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦୁଇଦଳର ଅଭ୍ୟାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ।

Read More

ଗୋଆ ଆରପୋରାରେ ଥିବା ନାଇଟ୍ କ୍ଲବ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।ଏହି ଭୟଙ୍କର ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରିଛି । ସମସ୍ତ ୨୫ ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଅବହେଳା କାରଣ ଦର୍ଶାଯାଇ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ସପ୍ତାହରେ ତଦନ୍ତ ରିପୋର୍ଟ ଆସିବ । ଦୁର୍ଘଟଣାଟି ନର୍ଥ ଗୋଆର ଅରପୋରା ଗାଁରେ ହୋଇଛି ଯାହା ରାଜଧାନା ପାଣାଜୀଠୁ ୨୫ କିଲୋମିଟର ଦୂରରେ ।ନାଇଟ୍ କ୍ଲବ୍ ଅଗ୍ନି ନିରାପତ୍ତା ନିୟମ ପାଳନ କରି ନଥିଲା। ଅଧିକାଂଶ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ…

Read More

ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର କେନାଲ ଛକ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁ ପୃଷ୍ଟିଙ୍କ ପ୍ରାଣହାନି ଘଟିଛି । ଧାମନଗର ବ୍ଲକ ଷେଣ୍ଢପୁରରେ ସକଳ ତୀର୍ଥ ତୋ ଚରଣେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୃଷ୍ଟି। ଯାତ୍ରା ଇନ୍ଦ୍ରଭୁବନରେ କାର୍ଯ୍ୟ କରୁଥିଲେ ଗୁରୁ ପୃଷ୍ଟିଙ୍କ ।ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ଖୁବ କମ୍‌ ବୟସରେ ସମସ୍ତଙ୍କ ମନ ଜିଣିଥିଲେ ଗୁରୁ ପୃଷ୍ଟି । ଯାତ୍ରା ପେଣ୍ଡାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଏକାଧିକ ଯାତ୍ରା ପାର୍ଟିରେ କାମ କରିଥିଲେ ଗୁରୁ ପୃଷ୍ଟି। ଯାତ୍ରା ଜଗତରେ କମେଡି ଷ୍ଟାର ଭାବେ ଜଣାଶୁଣା ଗୁରୁ।୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।…

Read More

ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ସପ୍ତାହେ ଯାଏ ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ଉପକୂଳରୁ ଉପାନ୍ତ, ଉତ୍ତରରୁ ଦକ୍ଷିଣ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୧୫ଡିଗ୍ରୀ ତଳେ ୩୯ଟି ସହର ପାରଦ ରହିଛି ।କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପ୍ରଥମ ଥର ପାଇଁ ୪.୪°ସେଲସିୟସ ରେକର୍ଡ ହୋଇଛି ସର୍ବନିମ୍ନ ରାତ୍ରି ତାପମାତ୍ରା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅନୁଗୋଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଆହୁରି ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Read More

ଆଖି ବୁଜିଲେ ସୁନ୍ଦରଗଡ଼ ଛାତ୍ରୀ । ୩ ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣl ଅଂଚଳର ଏହି କଲେଜ ଛାତ୍ରୀ ଜଳି ଯାଇଥିଲେ । ନିଜ ଦେହରେ କିରୋସିନ ଢ଼ାଳି ପୋଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇଛି । ଖବର ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା…

Read More

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକର ଓଡ଼ଖଣ୍ଡ ଗ୍ରାମର ଯୁବ ଇଞ୍ଜିନିୟର ମନମୋହନ ସେଠୀ ଗୋସେବା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ବର୍ତ୍ତମାନ ସମୟରେ ଯେଉଁଠି ଗୋସେବା ଓ ସୁରକ୍ଷାରେ ଯେଉଁଭଳି ସମସ୍ୟା ଦେଖା ଦେଇଛି। ସେଠି ଦୀର୍ଘ ୨୬ ବର୍ଷ ଧରି ଗୋଟେ ଗାଈକୁ ନିଜ ଘରେ ପାଳନ କରି ତାର ଶେଷ ସମୟ ପର୍ଯ୍ୟନ୍ତ ତାକୁ ନିଜ ଘରେ ରଖିଥିଲେ। କିଛି ଦିନ ପୂର୍ବରୁ ଗୋମାତାର ଦେହାନ୍ତ ହୋଇଥିଲେ ମଧ୍ୟ ଏବେ ତା ଲାଗି ନିଜ ଘରେ ହୋମ କର୍ମ ସହ ଗ୍ରାମ୍ୟ ଭୋଜନ ଆୟୋଜନ କରିଥଲେ। ଏଥିରେ ଗ୍ରାମର ସମସ୍ତ ଲୋକ ଭୋଜିରେ ଯୋଗ ଦେଇଥିଲେ। ଏଭଳି ଗୋସେବା ଓ ଗୋମାତାଙ୍କ ପାଇଁ ପ୍ରେମ ରଖିଥିବା ମନମୋହନ ସେଠୀ ଓ ତାଂକ ପରିବାରଙ୍କୁ ପ୍ରଶଂସା କରିଥଲେ। ବିଶେଷକରି ପତ୍ନୀ ମିତାରାଣୀଙ୍କୁ ମଧ୍ୟ ପ୍ରଶଂସା କରିଥଲେ କାରଣ ସ୍ୱାମୀର କାର୍ଯ୍ୟ ବ୍ୟସ୍ତତା ହେତୁ ସେ ମଧ୍ୟ ନିରନ୍ତର ଗୋସେବା କରି…

Read More

ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଛନ୍ତି। ଶ୍ରୀୟା ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଛନ୍ତି। ସେ କହିଛନ୍ତି, ନିଜକୁ କ’ଣ କରିଦେଲ?ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଯାହା ସହି ହେଉନାହିଁ। ସେହିପରି ହ୍ୟୁମାନଙ୍କ ମା’ ମଧ୍ୟ ଛାତି ଫଟେଇ କାନ୍ଦୁଛନ୍ତି। କହିଛନ୍ତି, ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି। ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମାଆ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ । ଏହି ଅବସରରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ…

Read More

ଟିଟିଲାଗଡ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଆସି ହ୍ୟୁମାନଙ୍କ ମା’ଙ୍କୁ ଭେଟିଲେ ଅନୁଭବ। ହ୍ୟୁମାନଙ୍କ ବିନା ସିନେ ଜଗତକୁ କଳ୍ପନା କରାଯାଇନପାରେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ଓଡିଶା ପାଇଁ କ୍ଷତି ହୋଇଛି କହିଲେ ଅନୁଭବ ।ଭେଟିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଟିତ୍। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅନୁରୋଧ କରିସାରିଛି। ତଦନ୍ତ କିଛି ଆଗେଇଛି, ଯେଉଁମାନେ ଦୋଷୀ ସେମାନେ ଦଣ୍ଡିତ ହୁଅନ୍ତୁ।

Read More