କାମାକ୍ଷାନଗର ଅବକାରୀ ବିଭାଗର ବଡ ସଫଳତା । ୬୮୦ ଗ୍ରାମର ବ୍ରାଉନସୁଗାର ଜବତ ହଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବାର ସୂଚନା ମିଳିଛି । ଏନେଇ ଖବର ପାଇ କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନ ସୁଗାର କାରବାର ନେଇ ଚଢାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ । ଗିରଫ ଦୁଇଜଣ ମା ଓ ପୁଅ ହୋଇଥିବା ବେଳେ ଚଢାଉ ବେଳେ ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ବ୍ୟବସାୟ କରୁଥିଲେ। ରାଜ୍ୟ ବାହାରର ବେପାରୀଙ୍କ ସହିତ ସଂପର୍କ ଥିବା ଅନୁମାନ କରାଯାଉଛି ।
ବ୍ରାଉନସୁଗର ବେପାର କରି ମା-ପୁଅ ଗିରଫ
By madhulekha
ଅପରାଧ
