ସ୍ତ୍ରୀ ଅପେକ୍ଷା କରିଥିଲେ, ସ୍ଵାମୀ ଆସିଲେ ମନାଇବେ ବିବାହ ବାର୍ଷିକୀ। ସ୍ବାମୀ ବି ସଅଳ କାମରୁ ବାହାରି ଯାଇଥିଲେ। କିନ୍ତୁ କିଛି ସମୟ ପରେ ପତ୍ନୀଙ୍କୁ ମିଳିଲା ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ଖବର… ଏଭଳି ପରିସ୍ଥତିରେ କେମିତି ସମ୍ଭାଳି ପାରିଥିବେ ନିଜକୁ!! ଡାକ୍ତରଖାନା ପରିସରରେ ମୁଣ୍ଡ ପିଟି କାନ୍ଦୁଛନ୍ତି ସ୍ତ୍ରୀ.. ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣି ଆଉ କାହା ସହ ନୁହେଁ, ଲୋକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ଯାତ୍ରା କମେଡିଆନ୍ ଗୁରୁ ପୃଷ୍ଟିଙ୍କ ସହ ଘଟିଗଲା.. ଖୁବ୍ କମ୍ ବୟସରେ ଏ ଦୁନିଆରୁ ବିଦାୟ ନେଇଗଲେ। କିନ୍ତୁ ଛାଡ଼ିଗଲେ ନିଜର ହତଭାଗିନୀ ପତ୍ନୀ ଓ ପରିବାରକୁ.. ବାହାର ଲୋକଙ୍କୁ ସବୁବେଳେ ହସାଉଥିବା ଲୋକଟା ଯେ ଦିନେ ଏତେ ଦୁଃଖ ଏତେ ଲୁହ ଦେଇଯିବ ତାହା ହୁଏତ କେହି ସ୍ୱପ୍ନରେ ବି କଳ୍ପନା କରି ନଥିବେ। ଗୁରୁ ପୃଷ୍ଟିଙ୍କ ପରିବାର ଉପରେ ଲଦି ଦେଇଥିବା ଦୁଃଖର ଏ ବଜ୍ର ପାହାଡ଼କୁ ସହିବା ପାଇଁ ବି ସେତିକି ଧୈର୍ଯ୍ୟ ଶକ୍ତି ପ୍ରଦାନ କରନ୍ତୁ ପ୍ରଭୁ। ଗୁରୁଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।
ବିବାହ ବାର୍ଷିକୀ ଦିନ ସ୍ଵାମୀ ଛାଡି ଦେଲେ ଦୁନିଆ
By madhulekha1 Min Read
