Author: madhulekha

“3 idiots” ଫିଲ୍ମର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ ୧୫ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରୁଛନ୍ତି । ଏହା ନିଶ୍ଚିତ ଭାବରେ ସେହି ଦର୍ଶକଙ୍କ ପାଇଁ ଖାସ୍, ଯେଉଁମାନେ “ଥ୍ରୀ ଇଡିଅଟ୍ସ”ର ସିକ୍ୱେଲକୁ ଚାହିଁ ରହିଛନ୍ତି ।ଏହି ଫିଲ୍ମଟି ତିନି ଜଣ ଇଞ୍ଜିନିୟରଙ୍କ କାହାଣୀ ଉପରେ ଆଧାରିତ । ଆମିର ଖାନ, ଆର.ମାଧବନ ଏବଂ ଶର୍ମନ ଯୋଶୀ ଏହି ଫିଲ୍ମରେ ଅଭିନୟ କରିଥିଲେ । କରୀନା କପୁର ଖାନ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ “3 idiots 2” ରିଲିଜ୍ କରିବାକୁ ଯୋଜନା କରୁଛନ୍ତି । ସ୍କ୍ରିପ୍ଟ ଶେଷ ହୋଇଯାଇଛି । ସିକ୍ୱେଲ ପାଇଁ ପୂରା ଟିମ୍ ଉତ୍ସାହିତ ଅଛି ।ଆମିର ଖାନ, ମାଧବନ ଏବଂ ଶର୍ମନ ଯୋଶୀଙ୍କ ବ୍ୟତୀତ, କରୀନା…

Read More

ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି।ନିଲାମ ପାଇଁ ୧,୩୫୫ ଜଣ ଖେଳାଳି ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିସିସିଆଇ ପକ୍ଷରୁ ୩୫୦ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରିଛି । ଅର୍ଥାତ୍ ସେମାନଙ୍କୁ ନିଲାମରେ କିଣି ହେବ । ଏହି ନିଲାମ ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରାରମ୍ଭିକ ତାଲିକାରେ ୧୩୫୫ ଜଣ ଖେଳାଳି ଥିଲେ, ଯାହା ପରେ ବିସିସିଆଇ ୧୦ ଟି ଫ୍ରାଞ୍ଚାଇଜିକୁ ନିଲାମରେ ଦେଖିବାକୁ ଚାହୁଁଥିବା ଖେଳାଳିଙ୍କ ନାମ ମାଗିଥିଲା। ଆଲୋଚନା ପରେ, ତାଲିକାକୁ ସଂକ୍ଷିପ୍ତ କରାଯାଇଥିଲା ଏବଂ ୨୫ ଟି ନୂତନ ନାମ ଯୋଡା ଯାଇଥିଲା। ଏହି ବର୍ଷର ମିନି ନିଲାମରେ ୨୫ ଟି ନୂତନ ଖେଳାଳି ସାମିଲ ଅଛନ୍ତି। ତେବେ ନିଲାମ…

Read More

ଆଜି କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଜନ୍ମଦିନ । ତେବେ ତାଙ୍କୁ ଆଜି ଲାଗିଛି ବଡ ଝଟକା | ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ ପାଇ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରିବା ଅଭିଯୋଗରେ କୋର୍ଟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏହି ମାମଲା ଭାରତୀୟ ନାଗରିକତା ହାସଲ କରିବା ପୂର୍ବରୁ ନୂଆଦିଲ୍ଲୀ ଭୋଟର ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବା ଅଭିଯୋଗ ସହିତ ଜଡିତ। କୋର୍ଟ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬, ୨୦୨୬ରେ କରିବେ।ରିପୋର୍ଟ ଅନୁସାରେ, ବିକାଶ ତ୍ରିପାଠୀ ନାମକ ଜଣେ ଆବେଦନକାରୀ ସୋନିଆଙ୍କ ଭୋଟର ତାଲିକାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅଭିଯୋଗ କରିଥିଲେ ଯେ, ସୋନିଆଙ୍କ ନାଁ ୧୯୮୦ମସିହାରେ ଦିଲ୍ଲୀ ବିଧାନସଭା ନିର୍ବାଚନ କ୍ଷେତ୍ରରେ ସାମିଲ…

Read More

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଛାଡ଼ି ଅନ୍ୟ ସମସ୍ତ ମାତୃଭାଷା ୨୩କୁ ଘୁଞ୍ଚିଲା। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ ୨୧ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଲା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ।ସୂଚନା ମୂତାବକ ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି।ଏଥର ମୋଟ 4 ଲକ୍ଷ 7 ହଜାର 37 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ସକାଳ 10ଟାରୁ…

Read More

ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ। ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ।ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଗୃହ ମାତ୍ର ୧୧ ଦିନ କାର୍ଯ୍ୟ କରିଛି।ଅଧିବେଶନ ସମୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନଭେମ୍ବର ୨୮ରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ସୋମବାର ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଧ୍ୱନି ଭୋଟ୍‌ରେ ପାରିତ ହୋଇଥିଲା।ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ। ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ…

Read More

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଶିକ୍ଷା ସହ ଜଡିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । । ମାଆର ଜାତି ଆଧାରରେ ଝିଅକୁ ଏସସି ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ, ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀର ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣ ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଚ୍ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ସୂଚନାମୁତାବକ ଛାତ୍ରୀଙ୍କ ମାଆ ହିନ୍ଦୁ ଆଦି ଦ୍ରାବିଡ ସମୁଦାୟର ଅଟନ୍ତି । ତାଙ୍କର ତିନି ଜଣ ସନ୍ତାନ ରହିଛନ୍ତି । ଏହାମଧ୍ୟରୁ ଦୁଇ ଜଣ କନ୍ୟା ଏବଂ ଜଣେ ପୁତ୍ର ସନ୍ତାନ । ମହିଳାଜଣଙ୍କ ନିଜ ସନ୍ତାନଙ୍କ ପାଇଁ ଏସସି ପ୍ରମାଣପତ୍ର ଦାବି କରିଥିଲେ । ପତି ବିବାହ ପରେ ତାଙ୍କ ପରିବାରରେ…

Read More

ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ। କିଛି ଦିନ କାମ କରନ୍ତୁ। ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଛି ରାଜ୍ୟ ପାଚକ ପାଚିକା ମହାସଂଘ। ତେବେ ଦରମା ବୃଦ୍ଧି ଦାବି ନ ହେବା ଯାଏ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି।

Read More

ବଢିଲା ବିଧାନସଭା ଜନପ୍ରତିନିଧିଙ୍କ ଦରମା । ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ ୨୦୨୫ ଗୃହରେ ପାରିତ ହୋଇଛି। ତେବେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହେବା ପୂର୍ବରୁ ଏହି ବିଲ୍ ଗୃହରେ ପାରିତ ହୋଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ରୁ ୯୮ ହଜାରକୁ ବୃଦ୍ଧି– ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କାକୁ ବୃଦ୍ଧି– କାର ଭତ୍ତା ମାସିକ ୧୭ ହଜାର ବଢି ୮୯ ହଜାର ହେବ– ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ– ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳରେ ଦୈନିକ ୨୦୦୦ ଟଙ୍କା ପାଇବେ– ଉପ-ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାରରୁ ୯୪ ହଜାରକୁ ବୃଦ୍ଧି– ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ– କାର ଭତ୍ତା ୧୭ ହଜାର…

Read More

ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନକୁ ମିଳିସାରିଛି ବିଜେତା । ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି ।ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପ୍ରାଇଜ ମନି ମିଳିଛି ।ଦୀର୍ଘ ୩ ମାସରୁ ଅଧିକ ଦିନ ଧରି କଲର୍ସ ଟିଭିରେ ପ୍ରସାରିତ ହୋଇ ଆସିଥିବା ଏହି ଟେଲିଭିଜନ ରିୟଲିଟି ଶୋ ରବିବାର ଶେଷ ହୋଇଛି । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିବା ବିଗ୍ ବସ୍ ଦର୍ଶକଙ୍କୁ ୧୦୬ ଦିନ ଯାଏ ବାନ୍ଧି ରଖିଥିଲା । ତେବେ ପୱନ ସିଂହ, ସନ୍ନି ଲିଓନି, କରନ କୁନ୍ଦ୍ରା, କାର୍ତ୍ତିକ ଆର୍ୟନ, ନିଲମ ଗିରି ଓ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିଥିଲେ । ଷ୍ଟେଜରେ ସଲମାନ ଦିଗଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ ।

Read More

ଲାଇଭ୍ କନ୍ସର୍ଟରେ ସିଙ୍ଗର୍ କନିକା କପୁରଙ୍କ ସହ ଅସଦାଚରଣ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।୬ ତାରିଖ ରାତିରେ ମେଘାଳୟ ମି’ଗଙ୍ଗ ଫେଷ୍ଟିଭାଲ୍ ୨୦୨୫ରେ ଗାୟିକା କନିକା କପୁରଙ୍କ କନ୍ସର୍ଟ ଚାଲିଥିଲା।ଜଣେ ଫ୍ୟାନ ସିକ୍ୟୁରିଟି ଭାଙ୍ଗି ମଞ୍ଚ ଉପରକୁ ଚଢ଼ି କନିକାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ଯାହାପରେ ସିକ୍ୟୁରିଟି ତୁରନ୍ତ ମଞ୍ଚ ଉପରକୁ ଆସି ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏଭଳି ଘଟଣା ପୁଣିଥରେ ସେଲିବ୍ରିଟିମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।କିନ୍ତୁ ଏଭଳି ଘଟଣା ସତ୍ତ୍ବେ କନିକା କପୁର ଗୀତ ଗାଇବା ବନ୍ଦ କରିନଥିଲେ ଏବଂ ଧର୍ଯ୍ୟର ସହ ଗୀତ ଗାଉଥିବାର ନଜର ଆସିଥିଲେ ।ଏହି ବ୍ୟକ୍ତିଙ୍କ ଏଭଳି ଲଜ୍ଜାଜନକ କାର୍ଯ୍ୟରେ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ କନିକା ବିନା ଅଟକି ଗୀତ ଗାଇଥିଲେ । ଏହି ଭିଡିଓକୁ ଦେଖି ତାଙ୍କ ପ୍ରଫେସନାଲ ଷ୍ଟାଇଲକୁ ଭରପୂର…

Read More