ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ପହଞ୍ଚିଛନ୍ତି। ଶ୍ରୀୟା ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ ମୁଣ୍ଡ ପିଟି କାନ୍ଦିଛନ୍ତି। ସେ କହିଛନ୍ତି, ନିଜକୁ କ’ଣ କରିଦେଲ?ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଯାହା ସହି ହେଉନାହିଁ। ସେହିପରି ହ୍ୟୁମାନଙ୍କ ମା’ ମଧ୍ୟ ଛାତି ଫଟେଇ କାନ୍ଦୁଛନ୍ତି। କହିଛନ୍ତି, ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି। ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।ହ୍ୟୁମାନଙ୍କ ମୃତ୍ୟୁ ପାଇଁ ମାଆ ପୂର୍ବରୁ ଦୁଇ ଜଣ ମ୍ୟାନେଜର ଓ ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ।
ଏହି ଅବସରରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ମଧ୍ୟ ନିଜ ଦୁଃଖଭରା କାହାଣୀ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି ଓ ୮ ବର୍ଷରେ ମୋ ଝିଅ ବାପାଙ୍କୁ ହରାଇଲା ।” ମାଆ ପୂର୍ବରୁ ଯାହା ସବୁ କହିଛନ୍ତି ଓ ଯେଉଁମାନଙ୍କ ନାଁ ନେଇଛନ୍ତି, ସେଥିରେ ସେ ଶତପ୍ରତିଶତ ଏକମତ ବୋଲି ଶ୍ରେୟା କହିଛନ୍ତି । ଅର୍ଥାତ୍ ମାଆ କରିଥିବା ସମସ୍ତ ଅଭିଯୋଗ ପୂରା ସତ ।
