ଗୋଆ ଆରପୋରାରେ ଥିବା ନାଇଟ୍ କ୍ଲବ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।ଏହି ଭୟଙ୍କର ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରିଛି । ସମସ୍ତ ୨୫ ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଅବହେଳା କାରଣ ଦର୍ଶାଯାଇ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ସପ୍ତାହରେ ତଦନ୍ତ ରିପୋର୍ଟ ଆସିବ । ଦୁର୍ଘଟଣାଟି ନର୍ଥ ଗୋଆର ଅରପୋରା ଗାଁରେ ହୋଇଛି ଯାହା ରାଜଧାନା ପାଣାଜୀଠୁ ୨୫ କିଲୋମିଟର ଦୂରରେ ।ନାଇଟ୍ କ୍ଲବ୍ ଅଗ୍ନି ନିରାପତ୍ତା ନିୟମ ପାଳନ କରି ନଥିଲା। ଅଧିକାଂଶ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ତିନିରୁ ଚାରି ଜଣ ପର୍ଯ୍ୟଟକ ଅଛନ୍ତି। ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗୋଆ ପୋଲିସ ଅନୁସାରେ ଅବହେଳା ଓ ଦାୟିତ୍ବହୀନତା କାରଣରୁ ଘଟିଛି ଦୁର୍ଘଟଣା। ଏବେ ନାଇଟ୍ କ୍ଲବକୁ ସିଲ୍ କରାଯାଇଛି ଏବଂ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି। ପ୍ରାରମ୍ଭିକ ତଦନ୍ତ ପରେ, କ୍ଲବ୍ ମାଲିକଙ୍କୁ ଗିରଫ କରାଯିବା ସହ ମୋଟ ତିନି ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି।ଘଟଣାରେ ୩ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୨୦୨୩ ମସିହାରେ ସୁରକ୍ଷା ନିମୟ ଉଲ୍ଲଂଘନ ସତ୍ତ୍ୱେ କ୍ଲବକୁ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥିବା ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ସରକାର ଏକ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଅନ୍ୟ ରାଜ୍ୟ ଏବଂ ନେପାଳରୁ ଆସିଥିବା କର୍ମଚାରୀଙ୍କ ମୃତଦେହକୁ ସେମାନଙ୍କ ଘରକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଏଣିକି ନାଇଟ୍ କ୍ଲବ, ରେଷ୍ଟୁରାଣ୍ଟ ଏବଂ ଭିଡ଼ପୂର୍ଣ୍ଣ କାର୍ଯ୍ୟକ୍ରମ ସ୍ଥାନ ଗୁଡ଼ିକରେ ଗୁଡ଼ିକର ସୁରକ୍ଷା ଯାଞ୍ଚ କରାଯିବ । ନିୟମ ପାଳନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ
ଭୟଙ୍କର ଅଗ୍ନିକାଣ୍ଡ।ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ
By madhulekha2 Mins Read
