ମହିଳା ଅସଦାଚରଣ, ମହିଳାଙ୍କ ବିରୁଦ୍ଧରେ ଅପରାଧରେ ଓଡ଼ିଶା ଦେଶରେ ପ୍ରଥମ ଓ ମହାରାଷ୍ଟ୍ର ଦ୍ଵିତୀୟ ସ୍ଥାନରେ ରହିଛି । ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା । ବିଧାନସଭାରେ ଯାହା ସରକାର ବିବୃତି ଦେଇଛନ୍ତି, ତାହା ଅନୁଯାୟୀ ୧୮ ମାସ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ୪୦ ହଜାର ୯୪୭ ଘଟଣା ରୁଜୁ ହୋଇଛି ବୋଲି ତଥ୍ୟ ରଖିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା।ସେ କହିଛନ୍ତି, ‘ଗତ ୧୮ ମାସ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ୩,୨୦୫ ମାମଲା, ଦୁଷ୍କର୍ମ ଉଦ୍ୟମ ୨୦୨ ମାମଲା, ବିବାହର ମିଥ୍ୟା ପ୍ରଲୋଭନ ୪୪୦ ମାମଲା, ଶୋଷଣ ୯,୮୫୧ ମାମଲା, ଯୌନ ନିର୍ଯାତନା ୧,୪୭୬ ମାମଲା, ସାର୍ବଜନୀନ ସ୍ଥାନରେ ଅସଦାଚରଣ ୨,୩୧୦ ମାମଲା, ଅପହରଣ ୮,୮୬୩ ମାମଲା, ଯୌତୁକ ନିର୍ଯାତନା ୫,୮୬୧ ମାମଲା, ଶୋଷଣ ଏବଂ ନିର୍ଯାତନା ୬,୭୭୩ ମାମଲା ଏବଂ ଯୌତୁକଜନିତ ମୃତ୍ୟୁ କ୍ଷେତ୍ରରେ ୪୯ଟି ମାମଲା ରୁଜୁ ହୋଇଛି ।’ଗତ ୧୫ ଦିନ ମଧ୍ୟରେ ୫ ଟି ଜାଗାରେ ଦୁଷ୍କର୍ମ ହୋଇଛି । ଚାନ୍ଦବାଲିରେ ଗୋଟିଏ, ଭୁବନେଶ୍ୱରରେ ୨ ଟି, କଟକରେ ଗୋଟିଏ, ବାରିପଦାରେ ଗୋଟେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।
ମହିଳା ଅସଦାଚରଣ, ମହିଳାଙ୍କ ବିରୁଦ୍ଧରେ ଅପରାଧରେ ଓଡ଼ିଶା ଦେଶରେ ପ୍ରଥମ
By madhulekha1 Min Read
