ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିପରି ରଥଯାତ୍ରାର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ରହିଥିବା ବେଳେ ସେଥିରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ପ୍ରଥମେ ସୁଭଦ୍ରାଙ୍କ ରଥ, ପରେ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଯାଉଥିବାର ସମ୍ପର୍କିତ ଚିତ୍ରର ଫଟୋ ମଧ୍ୟ କ୍ୟାଲେଣ୍ଡର ରେ ସ୍ଥାନ ପାଇଛି । ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ଦେଖାଯାଇଛି। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଦାବି ଜୋର ଧରିଛି । ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Author: madhulekha
ଆଜି ୨୦୨୫ର ଶେଷ ଦିନ । ଆସୁଛି ଇଂରାଜୀ ନୂଆବର୍ଷ ୨୦୨୬ । ନୂଆବର୍ଷ ପାଇଁ ପୁରୀରେ ହାଇଆଲର୍ଟ । ନୂଆବର୍ଷ ଉପଲକ୍ଷେ ପୁରୀରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେଇଛି ପୁଲିସ । ଏଥର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହୋଇଛି । ଆମ୍ବୁଲାନ୍ସ ଚଳପ୍ରଚଳ ପାଇଁ ଗ୍ରିନ୍ କରିଡର ହୋଇଛି । ବିଚ୍ରେ ହଟସ୍ପଟ ପାଟ୍ରୋଲିଂ, ସମୁଦ୍ରକୂଳ ଅଞ୍ଚଳରେ ୩ଟି ଫାଣ୍ଡି, ସୁରକ୍ଷିତ ସମୁଦ୍ର ସ୍ନାନ ଉପରେ ଗୁରୁତ୍ବ ଦେଇଛି ପୁରୀ ପୁଲିସ । ଶ୍ରୀମନ୍ଦିର ବାହାରେ,ଭିତରେ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ, ୩୩ DSP ଏବଂ ୬୨ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଆଜି ଓ ୧ତାରିଖ ପାଇଁ ଭିଡ଼କୁ ଆଖିରେ ରଖି ପୁରୀ…
ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ ନୂଆବର୍ଷରେ ୧୨ଟି ଜିଲାକୁ ଶୀତ ଲହରି ଓ ଘନ କୁହୁଡି ପାଇଁ ୟେଲୋ ୱାର୍ନିିଂ ଜାରି କରିଛି ପାଣିପାଗ ବିଭାଗ।ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା।ବୁଧବାର ଓ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରେ ଅତ୍ୟଧିକ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ଓ ଶନିବାର ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାକୁ ଘନ କୁହୁଡ଼ି ପାଇଁ ଓ୍ବାର୍ନିଂ ଜାରି ହୋଇଛି।
ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ୧୩୬୨ କୋଟିର ଭେଟି । ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ ଯୋଗଦେଇ ଜିଲ୍ଲାବାସୀଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ଧନୁଯାତ୍ରାକୁ ୟୁନେସ୍କୋ ସ୍ୱୀକୃତି ପ୍ରଦାନ ପାଇଁ ସରକାର ପ୍ରୟାସ କରୁଛନ୍ତି । ଏହାସହ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ଼ ପାଇଁ ୧,୩୬୨ କୋଟି ଟଙ୍କାର ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଯମୁନା ନଦୀରେ ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଆନ୍ନିକଟ ନିର୍ମାଣ ପାଇଁ ସେ ଅନୁମୋଦନ କରିଥିବା ବେଳେ ମଥୁରନଗରୀ ଦେଇ ଯାଇଥିବା କେନାଲ ଉପରେ ୪୦କୋଟି ଟଙ୍କା ବ୍ୟୟ ଅଟକଳରେ ସୌନ୍ଦର୍ଯ୍ୟକରଣ କରାଯିବ।
ଭୁବନେଶ୍ୱର: ଓଡିଶା ମେଡିକାଲ ସେବା ସଂଘ (ଓମସା) ଡାକ୍ତରମାନେ ଦେଲେ ଚେତାବନୀ । ଯଦି ଦାବି ପୁରାଣ ନହୁଏ ତେବେ ଆଗାମୀ ଦିନରେ ହେବ ସଂଘାତିକ ପ୍ରତିବାଦ । ବର୍ତ୍ତମାନ ଓମସା ଡାକ୍ତରମାନେ ଦିନକୁ ଏକ ଘଂଟା ଓପିଡି ବନ୍ଦ କରୁଥିବା ବେଳେ ଜାନୁଆରୀ ୫ ତାରିଖ ଠାରୁ ଦିନକୁ ଦୁଇ ଘଣ୍ଟା (ସକାଳ 9ଟାରୁ ଦିନ 11ଟା) ବନ୍ଦ ରଖିବେ ଓପିଡି । ଓମସା ସଭାପତି ଡାକ୍ତର କିଶୋର ମିଶ୍ର କହିଛନ୍ତି, “ଇସ୍ତଫାପତ୍ର ସଂଗ୍ରହ ଆରମ୍ଭ କରିଛି ଓମସା । ନୂଆ ବର୍ଷ ପରେ ଓମସା ଡାକ୍ତରମାନେ ସମୂହ ଇସ୍ତଫା ପତ୍ର ଓମସା ପାଖରେ ଦଖଲ କରିବେ । ଓମସା ଏହି ଇସ୍ତଫାପତ୍ର ସରକାରଙ୍କ ପାଖକୁ ପଠାଇବେ । ସରକାର ଏ ଯାଏଁ ଡାକ୍ତରଙ୍କ ଦାବି ଉପରେ ଆଲୋଚନା କରି ନଥିବାରୁ ଆଉ ସରକାରୀ ଚାକିରୀରେ ରହିବେନି ଡାକ୍ତର । ଜାନୁଆରୀ ୫ ଯାଏଁ ଡେଡଲାଇନ ଦେଇଛି ଓମସା ।
ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାରେ।ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା । ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବେଳେ ଯୁବକ ଜଣଙ୍କ ବିଷ ପିଇଦେଇଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ସୂଚନାନୁଯାୟୀ, ନନ୍ଦିପଦା ଥାନା ଅଧୀନ ଶାଳନିଆଁ ଗାଁର ବିପିନ ବିହାରୀ କୁଆଁର ଡିମିରିଆର ଜଣେ ଯୁବତୀଙ୍କୁ ଗତ ୩ବର୍ଷ ଧରି ଭଲପାଉଥିଲେ। ହେଲେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଯୁବତୀ ଆଉ ରାଜି ହୋଇ ନ ଥିଲେ।…
ନୂଆ ବର୍ଷକୁ ଦୃଷ୍ଟୀରେ ରଖି ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍ରେ ଗଲେ ତଣ୍ଡ କଟାଯିବ । ସେହିପରି ବାଇକରେ ୩ ଜଣ ବସି ଯାତ୍ରା କଲେ ଏବଂ ରଙ୍ଗ ରୁଟ୍ରେ ଗଲେ ତଣ୍ଡ ଗଣିବେ। ଦୁଇ ଦିନ ପାଇଁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ନେଇ ସୂଚନା ଜାରି କରାଯାଇଛି। ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ-ଚାଲାଣ ନେଇ ଜଣାଇବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।
ପିକନିକ୍ ପାଇଁ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପିକନିକ୍ ଋତୁରେ ହେଉଥିବା ଦୁର୍ଘଟଣା ହ୍ରାସ କରିବା ପାଇଁ ମାର୍ଗଦର୍ଶିକାର କଠୋର ପାଳନ କରାଯିବ। ସମସ୍ତ ଆରଟିଓ ଏବଂ ଏଆରଟଓିଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ମାର୍ଗଦର୍ଶିକା ଅନୁସାରେ, ମଦ୍ୟପାନଜନିତ ଦୁର୍ଘଟଣା ରୋକିବାକୁ ପର୍ଯ୍ୟଟକଙ୍କ ବ୍ରେଥ୍ ଆନାଲାଇଜର ଟେଷ୍ଟ ହେବ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଓଭରଲୋଡିଂ, ଅସୁରକ୍ଷିତ ପରିବହନ, ଯାନର ବେଆଇନ୍ ବ୍ୟବହାର କଲେ ଆକ୍ସନ ନିଆଯିବ । ପ୍ରମୁଖ ବଣଭୋଜି ସ୍ଥଳରେ ମୁତୟନ ହେବେ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଟିମ୍ । ପିକନିକ୍ ସ୍ପଟ୍ର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କରାଯିବ । ପିକନିକ୍ ବାହାରୁଥିବା ଗାଡ଼ିଗୁଡ଼ିକ ଆରଟିଓଙ୍କ ଠାରୁ ପରମିଟ୍ ନେବା ଆବଶ୍ୟକ। ପିକନିକ୍ ଯାଉଥିବା ଗାଡ଼ିରେ ସମସ୍ତ ଡକ୍ୟୁମେଣ୍ଟ ରହିବା…
ନୂଆବର୍ଷ ୨୦୨୬ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । “ନୂଆବର୍ଷର ପ୍ରଥମ ଦିନ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ଏହି ଦିନ ମୋର କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ । ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି। ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ପଟ ସିସିଟିଭି ନଜରରେ ରହିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଶଋଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ରହିଛି ।୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସର୍ ଙ୍କ ଛୁଟି ବାତିଲ ହୋଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ତେବେ ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର ।…