ମା’ ହେଲା ବାଘୁଣୀ ଜୟଶ୍ରୀ, ମାତ୍ର 3 ବର୍ଷରେ ସର୍ବକନିଷ୍ଠ ମା’ ହୋଇଛି ଏହି ବାଘୁଣୀ । 3 ଶାବକଙ୍କ ମଧ୍ୟରୁ 2 ମୃତ, ଛୁଆର ଲାଳନପାଳନ ଜାଣିନଥୁବାରୁ ବିପଦରେ ଗୋଟିଏ ମାତ୍ର ଶାବକ, ଯାହାକୁ ଗ୍ରହଣ କରୁନି ଜୟଶ୍ରୀ ।ତେବେ ଏତେ ଜଲଦି ମା’ ହେବାରୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି। ବାଘୁଣୀ ଜୟଶ୍ରୀ 101 ଦିନର ଗର୍ଭଧାରଣ ପରେ ଶନିବାର ପ୍ରଥମ ପ୍ରସବ କରିଛି । ସେ ଏକା ସାଙ୍କରେ ତିନୋଟି ଛୁଆ ଜନ୍ମ ଦେଇଥିଲା। ସେପ୍ଟେମ୍ବର 15 ତାରିଖରୁ 17 ମଧ୍ୟରେ ସେ ସାଧାରଣ ରଙ୍ଗର ବାଘ ଅମିତ ସହିତ ମିଳନ ହୋଇ ରେକର୍ଡ କରାଯାଇଛି ।ପ୍ରଥମ ଶାବକଟି ଦିନ 11ଟା 55 ରେ ପ୍ରସବ ହୋଇଥିଲା । ବାଘୁଣୀ ଶାବକ ପ୍ରତି ଧ୍ୟାନ ଦେଇ ନଥିବାରୁ, ଏହାକୁ ତୁରନ୍ତ ନବଜାତ ଯତ୍ନ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଚିଡ଼ିଆଖାନାର ପଶୁଚିକିତ୍ସା ଡାକ୍ତରଙ୍କ ଦ୍ୱାରା କଡ଼ା ନଜର ରଖାଯାଇଥିଲା। ଦ୍ୱିତୀୟ ଶାବକଟି ଅପରାହ୍ନ ପ୍ରାୟ 3ଟା 34 ରେ ଜନ୍ମ ହୋଇଥିଲା ଏବଂ ଜନ୍ମ ସମୟରେ ଅତ୍ୟନ୍ତ ଦୁର୍ବଳ ଥିଲା। ଶାବକଟିକୁ ସମ୍ଭାଳିବାକୁ ଚେଷ୍ଟା କରିବା ସମୟରେ, ବାଘଟି ଭୁଲବଶତଃ ତା’ ଉପରେ ଗଡ଼ିଗଲା, ଯାହା ଫଳରେ ଗୁରୁତର ଆଘାତ ଲାଗିଲା। ଯଦିଓ ଛୁଆଟିକୁ ତୁରନ୍ତ ଅଲଗା କରାଯାଇଥିଲା, କିନ୍ତୁ ଏହା ଆହତ ହୋଇ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ତୃତୀୟ ଛୁଆଟି ସନ୍ଧ୍ୟା 4ଟା 55 ରେ ଜନ୍ମ ହୋଇଥିଲା, କିନ୍ତୁ ଜନ୍ମ ହେବାର କିଛି ସମୟ ପରେ, ବାଘୁଣୀଟି ଛୁଆଟିକୁ ଖାଇଗଲା ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶ ଏନ ସନତ କୁମାର ।ଏହି ବାଘ ଛୁଆଟିର ଜନ୍ମ ସହିତ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା 29 (18 ପୁରୁଷ: 11 ମାଈ) ରେ ପହଞ୍ଚିଛି ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ ।
୩ ବର୍ଷ ବୟସରେ ମା’ ହେଲା ବାଘୁଣୀ ଜୟଶ୍ରୀ!ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ ବାଘୁଣୀ ଭାବେ ଜୟଶ୍ରୀ ରେକର୍ଡ
By madhulekha1 Min Read
