ଏମ୍.କେ.ସି.ଜି ମେଡିକାଲ କଲେଜରେ ସଫଳ ହେଲା ବିରଳ ଅସ୍ତ୍ରୋପଚାର । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଜଣେ ବ୍ୟକ୍ତିଙ୍କ କାଟି ଦିଆଯାଇଥିବା ଗୁପ୍ତାଙ୍ଗକୁ ପ୍ଲାଷ୍ଟିକ ସର୍ଜରୀ ଦ୍ବାରା ସଫଳ ଅସ୍ତ୍ରୋପଚାର କରାଯାଇଛି । ସୂଚନାମୁତାବକ ଗତ କିଛି ଦିନ ତଳେ ଗଞ୍ଜାମର ଜଣେ ବ୍ୟକ୍ତି ସୁରତରୁ ଟ୍ରେନରେ ଫେରୁଥିବା ସମୟରେ କେହି ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲା । ହେଲେ ବ୍ୟକ୍ତି ଜଣଙ୍କ ଏପରି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାହା ସ୍ପଷ୍ଟ ଭାବରେ କହିପାରିନଥିବା ବେଳେ କିଛି ଦିନ ଧରି ତାଙ୍କୁ ଚିକିତ୍ସା କରାଯିବା ପରେ ଶେଷରେ ପ୍ରଥମଥର ପାଇଁ ପ୍ଲାଷ୍ଟିକ ସର୍ଜରୀ ବିଭାଗ ପକ୍ଷରୁ ଏଭଳି ବିରଳ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ବେଳେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ । ପୂର୍ବରୁ କଟକରେ ଏଭଳି ଦୁଇଟି ଘଟଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଗୁପ୍ତାଙ୍ଗଟି କଟି ଯାଇଥିବା…
Author: madhulekha
ଦେଶର ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏପ୍ରିଲ ୧ ତାରିଖରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସରକାର ନ୍ୟାସନାଲ ହାଇଓ୍ବେ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଟୋଲ୍ ପ୍ଲାଜାରେ ନଗଦ ଦେୟ ବିକଳ୍ପଗୁଡ଼ିକୁ ଉଚ୍ଛେଦ କରାଯାଉଛି ।ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି, ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା । ଏହି ‘ନୋ-ଷ୍ଟପ୍’ ସିଷ୍ଟମ୍ର ପାଇଲଟ୍ ପ୍ରକଳ୍ପ ବର୍ତ୍ତମାନ ଦେଶର ୨୫ଟି ଟୋଲ୍ ପ୍ଲାଜାରେ ପରୀକ୍ଷା ଭିତ୍ତିରେ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ଡିଜିଟାଲ ପରିବର୍ତ୍ତନକୁ ଲାଗୁ କରିବା ପାଇଁ ଅନ୍ତିମ ରୂପ ଦେଉଛି ।ଭବିଷ୍ୟତରେ କେବଳ FASTag କିମ୍ବା UPI ମାଧ୍ୟମରେ ଟୋଲ୍ ଟିକସ ପ୍ରଦାନ କରାଯିବ ।…
ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । SDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଶା।ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ନିଶା ମହାରଣାଙ୍କ ନାମରେ ବଲାଙ୍ଗୀର ସଦର ଥାନାରେ ଏତଲା ରୁଜୁ ହୋଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିଠାରେ ଆୟୋଜିତ ଏକ ଅପେରା ମଞ୍ଚରେ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ନୃତ୍ୟ ପ୍ରଦର୍ଶନ ଆଳରେ ସେ ଅଶ୍ଳୀଳତା ପ୍ରଦର୍ଶନ କରିବାରୁ ଦର୍ଶକମାନେ ଚେୟାର ଆଦି ଫୋପାଡ଼ାଫୋପଡ଼ି କରିଥିଲେ । ଏହି ଘଟଣାକୁ…
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଦ୍ୱିତୀୟ ଦଶମ ଷ୍ଟାଣ୍ଡାର୍ଡ ଏକକ ବିଷୟ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ଅର୍ଦ୍ଧ ବାର୍ଷିକ ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷା ୨୦୨୫ର ଫଳ ଜାନୁଆରୀ ୧୭ ତାରିଖ (ଶନିବାର) ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଏଥିସହ ଅପରାହ୍ଣ ୪ଟା ଠାରୁ ଡିଜିଟାଲ ପ୍ରମାଣପତ୍ର ମିଳିପାରିବ। ପରୀକ୍ଷାର୍ଥୀ ଫେବୃଆରୀ ୧୭ ପର୍ଯ୍ୟନ୍ତ ଏହା ବୋର୍ଡ ୱେବସାଇଟ୍ରେ ଉପଲବ୍ଧ ରହିବ ବୋଲି ସୂଚନା ମିଳିଛି।ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.inରେ ପରୀକ୍ଷା ଫଳ ସେହି ସମୟରୁ ଉପଲବ୍ଧ ହେବ। ପରୀକ୍ଷାଫଳ ପ୍ରକାଶନ ତାରିଖଠାରୁ ମାସକ ପର୍ଯ୍ୟନ୍ତ ଡିଜିଟାଲ ସାର୍ଟିଫିକେଟ ଅନ୍ଲାଇନ୍ରେ ଉପଲବ୍ଧ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟବହାରିକ ଜ୍ଞାନ ଓ ସମାଲୋଚନାତ୍ମକ ଚିନ୍ତାଧାର ଶିଖିପାରିବେ । ଜନ୍ମଠୁ ଦ୍ୱାଦଶ ଶ୍ରେଣୀ ଯାଏ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ ।
ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।୫ ଦିନ ଯାଏ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖା ଯାଇପାରେ । ଶୀତ ସହ କଲବଲ କରୁଛି ଘନ କୁହୁଡି । ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ! ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଥିବାରୁ ଲୋକମାନେ ନିଆଁ ପୋଉଁଛନ୍ତି । କେନ୍ଦୁଝର, ସୁନ୍ଦରଗଡ଼ କନ୍ଧମାଳ, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକା ଠାରୁ ମଧ୍ୟମ କୁହୁଡ଼ି ଦେଖାଯିବା ସମ୍ଭାବନା ରହିଛି ।
ନିଶା ମହାରଣା ହାଇକୋର୍ଟଙ୍କ ଦ୍ବାରସ୍ଥ । ଆଗୁଆ ଜାମିନ ପାଇଁ ଆବେଦନ କଲେ ନିଶା । ବଲାଙ୍ଗିର ସଦର ଥାନାରେ ହୋଇଥିବା ମାମଲାରେ ନିଶାକୁ ଖୋଜୁଛି ପୁଲିସ। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ଲୋଡ଼ିଲେ ଆଗୁଆ ଜାମିନ। ସୂଚନାମୁତାବକ ଗତ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ନିଶା । ଯାହାକୁ ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପୂର୍ବତନ ଜ୍ବାଇଁ ଅଭିନେତା ଧନୁଷକୁ ନେଇ ଚର୍ଚ୍ଚା । ଧନୁଷ ଭାଲେଣ୍ଟାଇନ ଡେରେ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହିତ ବିବାହ କରିବେ ବୋଲି କୁହାଯାଉଛି । ଅନେକ ସମୟରେ ଧନୁଷ ଓ ମୃଣାଳଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର-୨’ର ସ୍କ୍ରିନିଂରେ ଧନୁଷଙ୍କ ଉପସ୍ଥିତି ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଥିଲା। ମୃଣାଳ ସୋସିଆଲ ମିଡିଆରେ ଧନୁଷଙ୍କ ଭଉଣୀମାନଙ୍କୁ ଫଲୋ କରିବା ପରେ, ପ୍ରଶଂସକମାନେ ଏହାକୁ ସେମାନଙ୍କ ସମ୍ପର୍କର ସବୁଠାରୁ ବଡ଼ ସଙ୍କେତ ବୋଲି ମନେ କରୁଛନ୍ତି।ରିପୋର୍ଟ ଅନୁଯାୟୀ, ମୃଣାଲ ଠାକୁର ଏବଂ ଧନୁଷ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଚର୍ଚ୍ଚାରେ ଥିବା ଦମ୍ପତି ଫେବୃଆରୀ ୧୪’ରେ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିପାରନ୍ତି । ବାହାଘରରେ ଦମ୍ପତିଙ୍କ କେବଳ ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ହେବ । କିନ୍ତୁ ଏପର୍ଯ୍ୟନ୍ତ ଏହି ବିଷୟରେ…
ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ବିରୋଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ୨୪୨ଟି ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ଲିଙ୍କ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭୮୦୦ ବେଆଇନ ୱେବ ସାଇଟ ବ୍ଲକ କରି ସାରିଲେଣି କେନ୍ଦ୍ର ସରକାର । ଅନଲାଇନ ଗେମିଙ୍ଗ ଆକ୍ଟ ଲାଗୁହେବା ପରଠାରୁ ସରକାର ଏହି ସାଇଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
ମଧ୍ୟପ୍ରଦେଶ ସ୍ଥିତ ଉଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଗୌତମ ଗମ୍ଭୀର । ମହାକାଳଙ୍କ ଶରଣରେ ପହଞ୍ଚି ସକାଳ ୪ଟାରେ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି । ଗମ୍ଭୀର ମହାକାଳଙ୍କ ପାଖରେ ନନ୍ଦୀଙ୍କ ନିକଟରେ ବସି ଭସ୍ମ ଆଳତି ଦେଖିଛନ୍ତି ।ଗୌତମ ଗମ୍ଭୀର ପ୍ରାୟ ଅଢେଇ ଘଣ୍ଟା ଯାଏଁ ମନ୍ଦିର ପରିସରରେ ରହିଥିଲେ । ସକାଳ ୬.୩୦ ମିନିଟ ଯାଏଁ ମନ୍ଦିରରେ ରହି ବାହାରି ଯାଇଥିଲେ । ଏହି ସମୟରେ ମହାକାଳେଶ୍ବର ମନ୍ଦିରର ସହାୟକ ପ୍ରଶାସକ ଆଶୀଷ ଫଲୱାଡିଆ ଶ୍ରୀ ମହାକାଳେଶ୍ବର ମନ୍ଦିର ସମିତି ତରଫରୁ ବାବା ମହାକାଳଙ୍କ ପ୍ରସାଦ ଏବଂ ଫଟୋ ଗମ୍ଭୀରଙ୍କୁ ସମ୍ମାନିତ କରିଛନ୍ତି ।ଗମ୍ଭୀର ଚାନ୍ଦିଦ୍ବାରରେ ବାବା ମହାକାଳଙ୍କ ପୂଜା କରିଛନ୍ତି । ପୂଜା କରିବା ସହିତ ଜଳାଭିଷେକ କରି ନନ୍ଦୀ ହଲରେ ପହଞ୍ଚି ମହାକାଳଙ୍କ ଧ୍ୟାନ କରି ଓଁ ନମଃ ଶିବାୟ ଜପ କରିଛନ୍ତି ।