ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପୂର୍ବତନ ଜ୍ବାଇଁ ଅଭିନେତା ଧନୁଷକୁ ନେଇ ଚର୍ଚ୍ଚା । ଧନୁଷ ଭାଲେଣ୍ଟାଇନ ଡେରେ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହିତ ବିବାହ କରିବେ ବୋଲି କୁହାଯାଉଛି । ଅନେକ ସମୟରେ ଧନୁଷ ଓ ମୃଣାଳଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ନିକଟରେ ଅଜୟ ଦେବଗନଙ୍କ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର-୨’ର ସ୍କ୍ରିନିଂରେ ଧନୁଷଙ୍କ ଉପସ୍ଥିତି ଏହି ଗୁଜବକୁ ଆହୁରି ବଢ଼ାଇ ଦେଇଥିଲା। ମୃଣାଳ ସୋସିଆଲ ମିଡିଆରେ ଧନୁଷଙ୍କ ଭଉଣୀମାନଙ୍କୁ ଫଲୋ କରିବା ପରେ, ପ୍ରଶଂସକମାନେ ଏହାକୁ ସେମାନଙ୍କ ସମ୍ପର୍କର ସବୁଠାରୁ ବଡ଼ ସଙ୍କେତ ବୋଲି ମନେ କରୁଛନ୍ତି।ରିପୋର୍ଟ ଅନୁଯାୟୀ, ମୃଣାଲ ଠାକୁର ଏବଂ ଧନୁଷ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଚର୍ଚ୍ଚାରେ ଥିବା ଦମ୍ପତି ଫେବୃଆରୀ ୧୪’ରେ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିପାରନ୍ତି । ବାହାଘରରେ ଦମ୍ପତିଙ୍କ କେବଳ ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ହେବ । କିନ୍ତୁ ଏପର୍ଯ୍ୟନ୍ତ ଏହି ବିଷୟରେ କିଛି ନିଶ୍ଚିତ ହୋଇନାହିଁ । ମୃଣାଲ କିମ୍ବା ଧନୁଷ ଏହି ବିଷୟରେ ମୁହଁ ଖୋଲି ନାହାଁନ୍ତି ।
