Author: madhulekha

ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଡ୍ରାଇଭରଙ୍କୁ ଆସିଛି ଚାଲାଣ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ। ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଫାଇନ ଆସିଛି। ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନିଜ ଅଟୋ ନମ୍ବର OD 22 E 9731ର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଗାଡି ନାମରେ ଏକ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଥିଲା । ତାହା ଗାଡିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ, ବରଂ ହେଲମେଟ ନପିନ୍ଧିବା କାରଣରୁ କଟାଯାଇଛି l ମୋଟର ଯାନ ଅଧିନିୟମ ଅନୁଯାୟୀ କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି Iଏହି ଚାଲାଣଟି ଆଜିର ନୁହେଁ, ବରଂ 17 ନଭେମ୍ବର 2021…

Read More

ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ରାତିର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଗାମୀ କିଛି ଦିନ ମଧ୍ୟରେ ପାରଦ ପ୍ରାୟ ୫ ଡିଗ୍ରୀ ବୃଦ୍ଧି ପାଇବ । ଏହା ଯୋଗୁଁ ଥଣ୍ଡାର ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉତ୍ତର ଦିଗକୁ ଗତି ଆରମ୍ଭ ହେବା ପରଠାରୁ ଏହା ରାତିର ତାପମାତ୍ରାରେ ପ୍ରଥମ ବୃଦ୍ଧି । ପଶ୍ଚିମା ପବନ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୦° ସେଲସିୟସ, ନବରଙ୍ଗପୁରରେ ୩୦.୮° ସେଲସିୟସ, ଟିଟିଲାଗଡ଼ରେ ୩୦.୫° ସେଲସିୟସ ଏବଂ ଭବାନୀପାଟଣାରେ ୩୦.୫° ସେଲସିୟସ ରେକର୍ଡ କରାଯାଇଛି।

Read More

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି । ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହେଲା ପରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାଙ୍କ ନିର୍ଦ୍ଦେଶରେ ଏ…

Read More

ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ କୁମ୍ଭୀର ଗଣନା ଶେଷ ହୋଇଛି। ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଭିତରକନିକାରେ ଚଳିତ ବର୍ଷ ୧୮୫୮ ଟି କୁମ୍ଭୀର ଥିବା ଜଣାପଡିଛି । ୨ ଫୁଟରୁ ଆରମ୍ଭ କରି ୮ ଫୁଟରୁ ଅଧିକ ପର୍ଯ୍ୟନ୍ତ କୁମ୍ଭୀରର ଗଣନା କରାଯାଇଥିଲା। ୨୦୨୫ ମସିହାରେ ୧୮୨୬ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ମାତ୍ର ୩୨ଟି କୁମ୍ଭୀର ଅଧିକ ଥିବା ଜଣାପଡିଛି ।ଗତ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର‌୍ୟ୍ୟନ୍ତ ଏହି ଗଣନା କରାଯାଇଥିଲା । ତେବେ ଭିତରକନିକାର ଲୁଣା ଓ ମିଠା ମିଶା ପାଣି ଏହି କୁମ୍ଭୀରମାନଙ୍କ ରହିବା ପାଇଁ ଉପଯୁକ୍ତ। ତାଛଡ଼ା ଭିତରକନିକା ଅଭୟାରଣ୍ୟ ଏକ ନିସିଦ୍ଧାଞ୍ଚଳ ହୋଇଥିବାରୁ ଏଠାରେ ଶିକାର କରିବା ଏବଂ ମାଛଧରିବା ଉପରେ କଟକଣା ରହିଛି। ଫଳରେ ମାଛ କଙ୍କଡ଼ାମାନଙ୍କର ବଂଶ ବୃଦ୍ଧି ହୋଇଥାଏ।ଭିତରକନିକାର…

Read More

ଜାନୁଆରୀ ୨୫ ତାରିଖ ମାଘ ସପ୍ତମୀରୁ ହେବ ଖଣ୍ଡଗିରି ଯାତ୍ରା ବା ମାଘ ମେଳା । ଏନେଇ ବିଏମସିର ସମୀକ୍ଷା ବୈଠକ ହୋଇସାରିଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢ଼ଙ୍ଗରେ ଆୟୋଜନ କରାଯିବ, ସେନେଇ କିଛି କଠୋର ପଦକ୍ଷେପ ନିଆଯାଇଛି । ସେଇମଧ୍ୟରୁ ଗୋଟିଏ ନିଷ୍ପତ୍ତି ହେଲା, ଖଣ୍ଡଗିରି ଯାତ୍ରାରେ ଧାର୍ଯ୍ୟ ଦରରୁ ଅଧିକ ପାର୍କିଂ ଫି ଆଦାୟ କଲେ ବିଏମ୍‌ସି ଛାଟ ବାଜିବ । ଖଣ୍ଡଗିରି ମେଳା ପାଇଁ ବିଏମ୍‌ସି ପକ୍ଷରୁ ଏଥର ୫ଟି ସ୍ଥାନରେ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ରସୁଲଗଡ଼ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ପ୍ରାଚୀ ହୋଟେଲରୁ ଥାନା ପର୍ଯ୍ୟନ୍ତ ପାର୍କିଂ କରିବେ । ସେହିପରି ଖୋର୍ଦ୍ଧା ତମାଣ୍ଡୋ ପଟୁ ଆସୁଥିବା ଗାଡ଼ି ଏନ୍ଏଚ୍ କିମ୍ବା ଖାରବେଳ ପାର୍କିଂରେ ଗାଡ଼ି ରଖିବେ । ସହର ଭିତରୁ ଆସୁଥିବା ଲୋକେ ଜାଗମରାରେ ଗାଡ଼ି…

Read More

ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ । ସମ୍ୱଲପୁର ଜିଲ୍ଲା ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ଦୁଇ ଶିକ୍ଷୟିତ୍ରୀ ନିଲମ୍ବିତ l ଶିକ୍ଷୟିତ୍ରୀ ଦୁଇ ଜଣ ହେଲେ କସ୍ତୁରୀ ଜେନା ଓ ଶର୍ମିଷ୍ଠା ପଲେଇ l ସୂଚନାଯାଗ୍ୟ, ଗତ ୧୫ ତାରିଖରେ ପାଇଖାନା ସଫେଇ କାର୍ଯ୍ୟକୁ ନେଇ ହୋଇଥିଲା ମାଡଗୋଳ । ପରବର୍ତ୍ତି ସମୟରେ ଏହା ଉଗ୍ରରୂପ ନେଇଥିଲା ଏବଂ ଉଭୟ ଲହୁଲୁହାଣ ହୋଇଥିଲେ । ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀ ଦ୍ବୟଙ୍କ ଏଭଳି ମାଡ଼ପିଟକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ଥାନୀୟ ବାସିନ୍ଦା ଧନକଉଡ଼ା ବିଇଓଙ୍କ ନିକଟେ ମଧ୍ଯ ଉଭୟ ଶିକ୍ଷୟିତ୍ରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Read More

ଖୁବ୍‌ଶୀଘ୍ର ମେଟ୍ରୋ ରେଳ ପ୍ରକଳ୍ପ ନୂତନ ରୂପରେ ଆସିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାପଡ଼ିଛି।ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ଡିପିଆର୍‌’କୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏହା କେବଳ ଭୁବନେଶ୍ୱର-କଟକ-ପୁରୀ ମଧ୍ୟରେ ଗଡ଼ିବ ବୋଲି ପ୍ରସ୍ତାବ ରହିଥିଲା। ପୂର୍ବ ସରକାର ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ‘ଡିପିଆର୍‌’ ପ୍ରସ୍ତୁତ କରିଥିଲେ ସେଥିରେ ବହୁତ କିଛି ପରିବର୍ତ୍ତନ କରାଯିବ। ଏହାକୁ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ଯୋଡ଼ିବା ପାଇଁ ସରକାରୀସ୍ତରରେ ଏକପ୍ରକାର ନିଷ୍ପତ୍ତି ହୋଇଛି। ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଏସମ୍ପର୍କରେ ପୂର୍ଣ୍ଣାଙ୍ଗ ରୂପରେଖ ଜଣାପଡ଼ିବ। ରାଜ୍ୟ ସରକାରଙ୍କ ଭିଜନ-୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ମେଟ୍ରୋ ରେଳପ୍ରକଳ୍ପକୁ ଏହିସବୁ ଅଞ୍ଚଳକୁ ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହିତ କେନ୍ଦ୍ର ସରକାରଙ୍କ ସହିତ ମିଶି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ରହିଛି, ଯାହାଫଳରେ ରାଜ୍ୟ ଉପରେ ଏତେବଡ଼…

Read More

‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଏନେଇ ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ। ଡିଜିଟାଲ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ। ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ। ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ । ଆୟୁଷ୍ମାନ ଯୋଜନାରେ ସୁବିଧା ପାଇଁ ୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ସୂଚନାମୁତାବକ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ) ହେଉଛି ସରକାରଙ୍କ ଫ୍ଲାଗସିପ୍ ସ୍ୱାସ୍ଥ୍ୟ ବୀମା ପଲିସି, ଯାହା ସେପ୍ଟେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା । ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଆର୍ଥିକ ନିରାପତ୍ତା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ଯୋଗାଇବା ଏହି ଯୋଜନାର…

Read More

ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଏକ ଏପରି ସମସ୍ୟା ପାଲଟିଛି, ଯାହା ପ୍ରତିବର୍ଷ ଶୀତଦିନ ଆସିଲେ ଭୟଙ୍କର ରୂପ ଧାରଣ କରେ । ଚିନ୍ତାରେ ରାଜଧାନୀବାସୀ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପବନରେ ବହୁଛି ବିଷ। ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ‘ଗ୍ୟାସ୍ ଚାମ୍ବର’ ସ୍ଥିତି ଜାନୁଆରୀ ମାସ ଶେଷ ହେବାକୁ ଆସିଲେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଜାନୁଆରୀ ୧୯ ଆଜି ସକାଳେ ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୧୮ ରୁ ୬୬୫ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି, ସେହିପରି ଆନନ୍ଦ ବିହାର ୪୮୯ ଏବଂ ଅଶୋକ ବିହାର ୪୬୩ ରେକର୍ଡ କରାଯାଇଛି । ଅକ୍ଟୋବର ୨୦୨୫ରୁ ପ୍ରଦୂଷଣ ବୃଦ୍ଧି ପାଇବା ଆରମ୍ଭ କଲା । ଏହା ନଭେମ୍ବରରେ ଶୀର୍ଷରେ ପହଞ୍ଚିଥିଲା, AQI 400-୫୦୦ ଉପରେ ଥିଲା । ଡିସେମ୍ବରରେ ଏହା ସାମାନ୍ୟ ହ୍ରାସ ପାଇଥିଲା । ବର୍ଦ୍ଧିତ ପବନ ବେଗ ଯୋଗୁଁ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଘଟିଥିଲେ ମଧ୍ୟ, ଦିଲ୍ଲୀର…

Read More

ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ରୁପା କିଲୋ ୩ ଲକ୍ଷ ଟପିଲା । ସୁନା ୨୪ କ୍ୟାରେଟ୍ ଦେଢ଼ ଲକ୍ଷ ମୁହାଁ । ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ଅହେତୁକ ବୃଦ୍ଧି ଜାରି ରହିଛି। ଇତିହାସରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପିଛା ୩ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ, ସୁନା ମଧ୍ୟ ୧.୫ ଲକ୍ଷ ଟଙ୍କା ନିକଟରେ ପହଞ୍ଚି ନୂଆ ରେକର୍ଡ ସୃଷ୍ଟି କରିଛି । ରୁପାର ମୂଲ୍ୟ କମିବାକୁ ନା ଧରୁନି । MCX ରେ ମାର୍ଚ୍ଚ ମାସରେ ରୂପା ଫ୍ୟୁଚର୍ସ ୧୩,୫୫୦ କିମ୍ବା ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୩,୦୧,୩୧୫ର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ତଥ୍ୟକୁ ଦେଖିଲେ, ଡିସେମ୍ବର ୩୧,୨୦୨୫ରେ ୧୦ଗ୍ରାମ ସୁନାର…

Read More