ମଧ୍ୟପ୍ରଦେଶ ସ୍ଥିତ ଉଜୈନରେ ଥିବା ବିଶ୍ବ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରରେ ଗୌତମ ଗମ୍ଭୀର । ମହାକାଳଙ୍କ ଶରଣରେ ପହଞ୍ଚି ସକାଳ ୪ଟାରେ ବାବାଙ୍କ ଭସ୍ମ ଆଳତିରେ ସାମିଲ ହୋଇଛନ୍ତି । ଗମ୍ଭୀର ମହାକାଳଙ୍କ ପାଖରେ ନନ୍ଦୀଙ୍କ ନିକଟରେ ବସି ଭସ୍ମ ଆଳତି ଦେଖିଛନ୍ତି ।ଗୌତମ ଗମ୍ଭୀର ପ୍ରାୟ ଅଢେଇ ଘଣ୍ଟା ଯାଏଁ ମନ୍ଦିର ପରିସରରେ ରହିଥିଲେ । ସକାଳ ୬.୩୦ ମିନିଟ ଯାଏଁ ମନ୍ଦିରରେ ରହି ବାହାରି ଯାଇଥିଲେ । ଏହି ସମୟରେ ମହାକାଳେଶ୍ବର ମନ୍ଦିରର ସହାୟକ ପ୍ରଶାସକ ଆଶୀଷ ଫଲୱାଡିଆ ଶ୍ରୀ ମହାକାଳେଶ୍ବର ମନ୍ଦିର ସମିତି ତରଫରୁ ବାବା ମହାକାଳଙ୍କ ପ୍ରସାଦ ଏବଂ ଫଟୋ ଗମ୍ଭୀରଙ୍କୁ ସମ୍ମାନିତ କରିଛନ୍ତି ।ଗମ୍ଭୀର ଚାନ୍ଦିଦ୍ବାରରେ ବାବା ମହାକାଳଙ୍କ ପୂଜା କରିଛନ୍ତି । ପୂଜା କରିବା ସହିତ ଜଳାଭିଷେକ କରି ନନ୍ଦୀ ହଲରେ ପହଞ୍ଚି ମହାକାଳଙ୍କ ଧ୍ୟାନ କରି ଓଁ ନମଃ ଶିବାୟ ଜପ କରିଛନ୍ତି ।
ବାବା ମହାକାଳଙ୍କ ଭସ୍ମ ଆଳତିରେ ସାମିଲ ହେଲେ ଗୌତମ ଗମ୍ଭୀର
By madhulekha1 Min Read
