ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । SDM ତୁଳସୀ ଦାଶ ମରକାମ ନିଲମ୍ବିତ। ନିୟମ ଉଲଙ୍ଘନ କରି ଅନୁମତି ଦେଇଥିବା ଯୋଗୁଁ SDMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କମିଶନର ମହାଦେବ କାମ୍ବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଶା।ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଅଭିଯୋଗରେ ନିଶା ମହାରଣାଙ୍କ ନାମରେ ବଲାଙ୍ଗୀର ସଦର ଥାନାରେ ଏତଲା ରୁଜୁ ହୋଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟିଠାରେ ଆୟୋଜିତ ଏକ ଅପେରା ମଞ୍ଚରେ ନିଶା ମହାରଣା ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ନୃତ୍ୟ ପ୍ରଦର୍ଶନ ଆଳରେ ସେ ଅଶ୍ଳୀଳତା ପ୍ରଦର୍ଶନ କରିବାରୁ ଦର୍ଶକମାନେ ଚେୟାର ଆଦି ଫୋପାଡ଼ାଫୋପଡ଼ି କରିଥିଲେ । ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା । ଏହାକୁ ନେଇ ବଲାଙ୍ଗୀର ସଦର ଥାନା ନିଜଆଡ଼ୁ ଏତଲା ରୁଜୁ କରିଥିଲା । ଇତିମଧ୍ୟରେ ଦୁଇ ଆୟୋଜକଙ୍କୁ ପୁଲିସ୍ ଗିରଫ କରିସାରିଥିଲାବେଳେ ନିଶା ମହରଣାକୁ ଗିରଫ ପାଇଁ ତନାଘନା ଚଳାଇଛି ।
ଅଶ୍ଳୀଳ ନୃତ୍ୟ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ନିଶାଙ୍କୁ ନଚେଇ SDM ନିଲମ୍ବିତ
By madhulekha1 Min Read
