ଜଗତସିଂହପୁର ଜିଲ୍ଲା ସଦର ଥାନା ପୁନଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି । ପୁନଙ୍ଗ ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର ।ମୃତକ ଜଣକ ପୁନଙ୍ଗ ଗାଁର ଓମ୍ ପ୍ରକାଶ ପଣ୍ଡା । ଶନିବାର ମଧ୍ୟାହ୍ନରେ ସେ ମନ୍ଦିର ଭିତରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ଗ୍ରାମବାସୀ ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ଉପରେ ତାଙ୍କର ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି । ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ମନ୍ଦିର ଭିତରେ ଗୋଡ଼ ଖସି ତଳେ ପଡିଯିବା ପରେ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି ।
Author: madhulekha
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ସୂଚନା ଦେଇ ସେ କହିଛନ୍ତି ଯେ ଏସ୍ଓପି ଆସିଲା ପରେ ରତ୍ନଭଣ୍ଡାର ଗଣତିମଣତି ହେବ ।କିଛି ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଧାର୍ଯ୍ୟ ହୋଇଥିବା ଫିରେ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ଚାରିଆଡେ ବିବାଦ ଦେଖାଦେଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଷ୍ପତ୍ତିରୁ ଓହରିନଥିଲା। ଏପିରିକି ପାର୍କିଂ ଫି ବୃଦ୍ଧି ନିଷ୍ପତ୍ତିରୁ ପ୍ରଶାସନ ଓହରିବ ନାହିଁ ବୋଲି ରୋକଠୋକ୍ କହିଥିଲା ପ୍ରଶାସନ। ଶେଷରେ ଏବେ ନିଜ ନିଷ୍ପତ୍ତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ । ପାର୍କିଂ ଫି ଦିନକୁ ୫ଶହ ଟଙ୍କା ବଦଳରେ ୨୪୦ ଟଙ୍କା ରଖାଯିବ । ଏହି ନିୟମ…
ଆସନ୍ତା ସୋମବାର ଜାନୁଆରୀ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ“ଜନଅଭିଯୋଗ ଶୁଣାଣି” ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର‘ଜନଅଭିଯୋଗ ଶୁଣାଣି’ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦୁର୍ଘଟଣାରେ ଜଳିଗଲା ଅଟୋ – କାର୍ । ଏହି ଅଗ୍ନିକାଣ୍ଡରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଘଟିଛି ଏହି ଭୟଙ୍କର ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ୩ ଜଣ ଗୁରୁତର ଫୁଲବାଣୀ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟର ପ୍ରୟାସ ପରେ ନିଆଁକୁ ଆୟତ୍ତ କଲା ଫୁଲବାଣୀ ଅଗ୍ନିଶମ ବାହିନୀ ।ଦୁଇ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ଅଟୋ ଡ୍ରାଇଭର । ତାଙ୍କ ନାଁ ବରୁଣ କୁମାର ମଲ୍ଲିକ । ତାଙ୍କ ଘର ମାଣିଆକାଠି ଗାଁରେ ବୋଲି ଜଣାପଡ଼ିଛି । ସେ ଫୁଲବାଣୀରୁ ଘରକୁ ଫେରିବା ବେଳେ…
ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ ।ବିଦ୍ୟାଳୟ ମଧ୍ୟରେ କୌଣସି କାରଣକୁ କେନ୍ଦ୍ରକରି ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁହଁରୁ ରକ୍ତ ସ୍ରାବ ହେଉଥିବାର ଏକ ଭାଇରାଲ ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରିି ବୁଲୁଛି। ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଇଛି। ତେବେ ମିଳିଥିବା ସୂଚାନା ଅନୁସାରେ, ବିଦ୍ୟାଳୟରେ କୌଣସି ସଫେଇ କାର୍ଯ୍ୟକୁ ନେଇ ଉଭୟ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରି ମାଡ଼ପିଟରେ ରୂପାନ୍ତରିତ ହୋଇଥିଲା। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଖବର ମିଳିଛି।ଘଟଣାର ତଦନ୍ତ କରି…
ଆସନ୍ତାକାଲି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା । ଚଳିତ ଶୀତ ଋତୁରେ ଆସିଥିବା ବିଦେଶୀ ପକ୍ଷୀଙ୍କ ଗଣନା କରାଯିବ । ଏଥିପାଇଁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଜଳଭଣ୍ଡାର ଓ ଆଖପାଖରେ ଥିବା ଜଳାଶୟ ସହିତ ଜଙ୍ଗଲକୁ ୨୧ଟି ସେକ୍ସନ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ପ୍ରଶିକ୍ଷଣ ନେଉଛନ୍ତି ନିୟୋଜିତ କର୍ମଚାରୀ । ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡକୁଳ ସ୍ଥିତ CDA କାର୍ଯ୍ୟାଳୟ ଠାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଯୋଗଜୟାନନ୍ଦ RCCF ଭୁବନେଶ୍ୱର ଯୋଗଦେଇ ଉଦଘାଟନ କରିଥିଲେ ।୫ଟି ରେଞ୍ଜ ରେ ମୋଟ ୨୨ ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୪ ରୁ ୫ ଜଣ ଏହି ପକ୍ଷୀ ଗଣନାରେ ନିୟୋଜିତ ରହିବେ । ସକାଳ ୬ ଟାରୁ…
ରାଉରକେଲା ବିମାନ କ୍ରାସ ଘଟଣାରେ ଜଣେ ମୃତ । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶୁଶାନ୍ତ ବିଶ୍ୱାଳ । ମୁମ୍ବାଇ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତି ବେଳେ ମୃତ୍ୟୁ ଘଟିଛି।ଗତ ୧୦ ତାରିଖରେ ହୋଇଥିଲା ବିମାନ ଦୁର୍ଘଟଣାଆହତ ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା ଆଗ୍ରୱାଲଙ୍କୁ ମୁମ୍ୱାଇ ଏୟାରଲିଫ୍ଟ କରାଯାଇଥିଲା । ଶୁଶାନ୍ତ ବିଶ୍ୱାଳ ମଧ୍ୟ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ୯-ସିଟ୍ ବିଶିଷ୍ଟ ଛୋଟ ଏକ ଘରୋଇ ବିମାନ ଉଡାଣ ଭରିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଉରକେଲା ଜଲଦା ନିକଟରେ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ କ୍ୟାପଟେନ ନବୀନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଥିଲେ। ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ…
ଆସନ୍ତା ବର୍ଷ ଅଥାର୍ତ ୨୦୨୭ ମସିହା ଜାନୁଆରୀ, ଫେବ୍ରୁଆରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ଅବସରରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ବୁଲି ହେବ ଭୋଟର୍ ସର୍ଭେ ।ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ଭୋଟର ସର୍ଭେ । ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ ।SIR ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ । ଆବଶ୍ୟକସ୍ଥଳେ ବୁଥ୍ ପୁନର୍ଗଠନ ହୋଇପାରେ । ଭୋଟରଙ୍କ ନିକଟରେ ହିଁ ବୁଥ୍ ବ୍ୟବସ୍ଥା କରାଯିବାର ପ୍ରାଥମିକ ଲକ୍ଷ୍ୟ ରହିଛି ।
କଟକକୁ ଆସିବ ନାହିଁ କୌଣସି ଘରୋଇ ବସ । ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି ।୨୪ରୁ ଗଡ଼ିବନି ଘରୋଇ ବସ୍। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି।ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ।ବୈଠକରେ ୮ ଜିଲ୍ଲାର ୧୮ ଆସୋସିଏସନ ସାମିଲ । ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶ୍ରେୟ ନେଇଛନ୍ତି । ଶନିବାର ଟ୍ରମ୍ପ କହିଛନ୍ତି, ତାଙ୍କ ହସ୍ତକ୍ଷେପ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀଙ୍କ ମଧ୍ୟରେ ସଂଘର୍ଷକୁ ଟାଳି ଦେଇଛି ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଗାଜାରେ ଯୁଦ୍ଧ ଶେଷ ହୋଇଛି ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଯାହାକୁ ପୂର୍ବରୁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା।ଟ୍ରମ୍ପ କହିଛନ୍ତି ଯେ ଆମେରିକା ପରମାଣୁ ଶକ୍ତି ସମ୍ପନ୍ନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିଛି। ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ, ଭାରତ ମେ’…