Author: madhulekha

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଦିନ ଘୋଷଣା କରିଛନ୍ତି ଯେ, ତାଙ୍କର ବହୁ ପ୍ରତୀକ୍ଷିତ “ଗୋଲ୍ଡ କାର୍ଡ” ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ଏହି ଯୋଜନା ଅନ୍ତର୍ଗତ, ଜଣେ ବ୍ୟକ୍ତି ୧୦ ଲକ୍ଷ ଡଲାରଦେଇ ଆଇନଗତ ସ୍ଥିତି ଏବଂ ଶେଷରେ ଆମେରିକୀୟ ନାଗରିକତା ପାଇପାରିବେ।ତେବେ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଗୋଲ୍ଡ କାର୍ଡ ମୂଲ୍ୟ ୨ ମିଲିଅନ୍ ଡଲାର୍ ଧାର୍ଯ୍ୟ କରାଯାଇଛି । ଗତ ଫେବ୍ରୁଆରୀ ମାସରେ ରାଷ୍ଟ୍ରପତି ଟ୍ରମ୍ପ ଗୋଲ୍ଡ କାର୍ଡ ନାମରେ ଏକ ସ୍ପେଶାଲ୍ ଭିଜା ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସେତେବେଳେ ଗୋଲ୍ଡ କାର୍ଡର ମୂଲ୍ୟ ୫ ମିଲିଅନ୍ ଡଲାର ଅର୍ଥାତ ୪୪ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ମାତ୍ର ପରେ ଏବେ ଏହାକୁ କମାଇ ୧ ମିଲିଅନ୍ ଡଲାର ରଖିଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ୩୦ ମିନିଟ୍ ପାଇଁ ଅନ୍‌ଲାଇନ୍‌ରେ ବିକ୍ରି ହେବ ଟ୍ରମ୍ପ ଗୋଲ୍ଡ…

Read More

ଶୀତଦିନେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କୌଣସି ଔଷଧଠାରୁ କମ୍ ନୁହେଁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳେ ସର୍ବଦା ଉଷୁମ କିମ୍ବା ଗରମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ଯଦି ଆପଣ ପ୍ରତିଦିନ ସକାଳେ ଉଠି ଗରମ ପାଣି ପିଅନ୍ତି, ତେବେ ଆପଣଙ୍କ ବଡି ଡିଟକ୍ସିଫିକେସନ୍ ହୋଇଥାଏ । ଗରମ ପାଣି ଲସିକା ପ୍ରଣାଳୀକୁ ଆକ୍ଟିଭ କରିଥାଏ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ କାମ କରିଥାଏ । ସକାଳେ ଉଷୁମ ପାଣି ପିଇବା ଏକ ପାୱାରଫୁଲ ନ୍ୟାଚୁରାଲ ଡିଟକ୍ସ ପରି କାମ କରେ । ତେବେ ସକାଳେ ଗରମ ପାଣି ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଯେତେବେଳେ ଆପଣ ନିୟମିତ ଉଷୁମ ପାଣି ପିଇବା ଆରମ୍ଭ କରନ୍ତି, କିଛି ଦିନ ମଧ୍ୟରେ ଆପଣ ଓଜନରେ ପାର୍ଥକ୍ୟ ଲକ୍ଷ୍ୟ କରିବା ଆରମ୍ଭ କରିବେ । ଖାଦ୍ୟରେ ପରିବର୍ତ୍ତନ ନକରି ମଧ୍ୟ ଆପଣଙ୍କ…

Read More

ରାଜଧାନୀରେ ବଡ଼ ପ୍ଲାନ କରୁଛନ୍ତି ସରକାର । ଶାସ୍ତାରେ ଘର ଆଉ ଜମି ପାଇବେ ସାଧାରଣ ଲୋକେ । ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ । ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ । ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀଙ୍କ କହିବା କଥା ଯେଉଁ ଜମିକୁ ଲୋକେ ଶାଗ ମାଛ ଦରରେ ବିକ୍ରି କରୁଥିଲେ ଏବେ ସେହି ଜମି ପାଇଁ ସେମାନେ ଭଲ ମୂଲ୍ୟ ପାଇପାରିବେ । ସହର ବଢ଼ିଲେ ବସ୍ତି ସଂଖ୍ୟା କମିବ ଆଉ ଗହଳି କମିବ । ଆମେ ସହରକୁ ବଡ଼ କରିବା ସହ ପ୍ଲାନ କରି ଭାଗ ଭାଗ କରୁଛୁ, ଯାହାଫଳରେ ସଧାରଣ ଲୋକଟିଏ ଅଧିକ ସୁବିଧା ପାଇପାରିବ । ଅନ୍ୟପଟେ ପୁରୀରେ ହେବ…

Read More

ଓଡ଼ିଶାର ଜଣେ ୨୭ ବର୍ଷୀୟ ବିଏଡ୍ ଛାତ୍ରୀ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ବ୍ଲାକମେଲ୍ ଅଭିଯୋଗ କରିବା ପରେ ତିରୁପତି ପୋଲିସ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (NSU)ର ଦୁଇ ଜଣ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି।ଅଭିଯୋଗ ଅନୁସାରେ ଡାକ୍ତର ଲକ୍ଷ୍ମଣ କୁମାର ସମ୍ପୃକ୍ତ ଛାତ୍ରୀଙ୍କୁ ମାନସିକ ଭାବରେ ଭୟଭୀତ କରିଥିଲେ ଏବଂ ତାଙ୍କୁ ଯୌନ ଶୋଷଣ କରୁଥିଲେ। ଆଉ ଲୁଚିକି ଏହାର ଭିଡିଓ ବନେଇଥିଲେ ଦ୍ୱିତୀୟ ପ୍ରଫେସର। ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସେ ଜୁନ୍ ମାସରେ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ତାଙ୍କ ପାଠ୍ୟକ୍ରମର ଅଂଶ ଭାବରେ ଲକ୍ଷ୍ମଣ କୁମାରଙ୍କ ସହାୟତାରେ ସ୍ଥାନୀୟ ଭାଷା ସହ ପଢ଼ାପଢ଼ି ଶିଖୁଥିଲେ। ତେବେ ପିଡିତା ବିଶ୍ୱବିଦ୍ୟାଳୟର ପ୍ରିନ୍ସିପାଲ ଜିଏସଆର କୃଷ୍ଣମୂର୍ତ୍ତିଙ୍କ ନିକଟରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ବିଚାର କରି ପ୍ରିନ୍ସିପାଲ ଡକ୍ଟର ଲକ୍ଷ୍ମଣ କୁମାରଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।ଏହା ପରେ,…

Read More

ବଲିଉଡର କିଙ୍ଗ ଖାନ ପୁଣି ଥରେ ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି ।କିଙ୍ଗ ଫିଲ୍ମରେ ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ । ପ୍ରଥମ ଥର ପାଇଁ ବାପା ଓ ଝିଅ ଦୁଇଜଣ ବଡ଼ ପରଦାରେ ଏକାଠି ନଜର ଆସିବେ । ଏହି ଫିଲ୍ମରୁ ଶାହରୁଖ ଖାନଙ୍କ ଲୁକ୍ ସାମ୍ନାକୁ ଆସିଛି ଏବଂ ସେ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି ।ଫରାହ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରଥମେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଏକ ଚମତ୍କାର ସିରିଜ୍ ତିଆରି କରିଛନ୍ତି । ସୁହାନା ମଧ୍ୟ ବହୁତ ପରିଶ୍ରମୀ । ତାଙ୍କୁ ଶାହରୁଖକୁ ଆଗାମୀ ଫିଲ୍ମ କିଙ୍ଗରେ ଦେଖିବାକୁ ମିଳିବ । କିଙ୍ଗ୍’ରେ ଶାହରୁଖ ଖାନ, ସୁହାନା…

Read More

ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼। ରାଜଧାନୀ ଉପକଣ୍ଠରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଏହି ରାଂଗି ଅଭିଯୋଗ ଆସିଛି । ନିଶା ନ ଖାଇବାରୁ ପାଇଖାନା ପାଣି ପିଆଇଲେ ସିନିଅର ଓ କ୍ଲାସମେଟ୍‌ । ଏନେଇ ଛାତ୍ର ଜଣଙ୍କ ପଢୁଥିବା ଅନୁଷ୍ଠାନର କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ ଶୌଚାଳୟ ପାଣି ପିଆଇଥିବା ଅଭିଯୋଗ କରିଛନ୍ତି। ଡ୍ରଗ୍ସ ସେବନ ପାଇଁ ବାଧ୍ୟ କରିବା ସହ ଟଙ୍କା ମାଗିଥିଲେ ସହପାଠୀ ଓ ସିନିୟର। ହେଲେ ଏହାକୁ ବିରୋଧ କରିବାରୁ ନିସ୍ତୁକ ମାଡ଼ ମରାଯାଇଥିଲା। ଏନେଇ ପିପିଲି ଥାନାରେ ପୀଡ଼ିତ ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ମାମଲା ରୁଜୁ…

Read More

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏହାର ପାର୍କଗୁଡ଼ିକର କାର୍ଯ୍ୟ ସମୟର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ଉତ୍ସାହୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, BDA ସପ୍ତାହାନ୍ତରେ ଏହାର ସମସ୍ତ ପାର୍କଗୁଡ଼ିକୁ ଅପରାହ୍ନରେ ବନ୍ଦ ନକରି ଦିନସାରା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି । ନୂତନ ସମୟସୂଚୀ ଡିସେମ୍ବର 13 ରୁ ଲାଗୁ ହେବ ବୋଲି BDA କହିଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ବିଡିଏ ନିଷ୍ପତ୍ତି ନେଇଛି । ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫:୦୦ ରୁ ରାତି ୮: ୩୦ ପର୍ଯ୍ୟନ୍ତ ଖୋଲା ରହିବ। ଯାହା ଦ୍ଵାରା ଯେଉଁମାନେ ସପ୍ତାହାନ୍ତ (ଶନିବାର ଓ ରବିବାର) ବାହାରେ ବିତାଇବାକୁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ନିରବଚ୍ଛିନ୍ନ ପ୍ରବେଶ କରି ପାରିବେ। ଏହି ପରିବର୍ତ୍ତନ ଚିତ୍ତବିନୋଦନ କାର୍ଯ୍ୟକଳାପକୁ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି EVM ନୁହେଁ, ଲୋକଙ୍କ ହୃଦୟକୁ ହ୍ୟାକ୍ କରନ୍ତି। ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ ଏପରି କିଛି କହିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କଙ୍ଗନା ରାଣାୱତ ଏହି ବୟାନ ଦେଇଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି ବିରୋଧୀ ଦଳ ଗୃହକୁ ସୁରୁଖୁରୁରେ ଚାଲିବାକୁ ନଦେଇ ସମସ୍ତ ପ୍ରକାରର ଚାଲ ଖେଳିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ଏସ୍‌ଆଇଆର୍‌, ଭୋଟ ଚୋରି ଏବଂ ବନ୍ଦେ ମାତରମ୍ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଆରମ୍ଭ କରିଛନ୍ତି।କଂଗ୍ରେସ ଦଳ ଉପରେ ଆକ୍ରମଣ କରି କଙ୍ଗନା କହିଛନ୍ତି, “ଏହି ଲୋକମାନେ ଦାବି କରନ୍ତି ଯେ ପୁରୁଣା ସମୟରେ ଭୋଟ ଦେବା ସର୍ବୋତ୍ତମ ଥିଲା। ସେତେବେଳେ, ଜାଲିଆତି ହେଉଥିଲା; ଏହି ଲୋକମାନେ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ।” ବିଜେପି ସାଂସଦ କଙ୍ଗନା ରାଣାୱତ ବିରୋଧୀ ଦଳ ଉପରେ ଆକ୍ରମଣ କରି…

Read More

ଥଣ୍ଡାରେ ଥରୁଛି ସାରା ରାଜ୍ୟ । ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ତୀବ୍ର ହେଉଛି । ଶୀତଲହରୀ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି ।ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଏବଂ ୩ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏବେ ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ଶୀତ ଲହରୀ ନେଇ ୧୩ ଜିଲ୍ଲା- ସୁନ୍ଦରଗଡ଼, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା 28.7° ସେଣ୍ଟିଗ୍ରେଡ ଓ ସର୍ବନିମ୍ନ…

Read More

ୟୁଟ୍ୟୁବ ଦେଖି ଅପରେସନ୍ କଲେ, ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବାରବାଙ୍କିରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜିଲ୍ଲାର କୋଠି ସହରରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ ବେଆଇନ କ୍ଲିନିକ୍ ଚଳାଉଥିବା ଜଣେ ମାମୁ ଏବଂ ଭଣଜା ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ମହିଳାଙ୍କ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ବିଷୟରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ମୃତକଙ୍କ ପରିବାର ସଦସ୍ୟମାନେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ପ୍ରଶାସନ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । ମିଳିଥିବା ସୂଚନା ଅନୁସାରେ, ତେହ ବାହାଦୁର ରାୱତଙ୍କ ପତ୍ନୀ ମୁନିଶ୍ରା ରାୱତ…

Read More