Author: madhulekha

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଦେଇଥିଲେ ।ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।

Read More

ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଏକ ଘଣ୍ଟ ସମୟ ମିଳିବ। ତେବେ ପରୀକ୍ଷାର୍ଥୀ ପରୀକ୍ଷାର ୭ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ଓପିଏସ୍‌ସି ୱେବ୍‌ସାଇଟ୍‌ରୁ ପାଇପାରିବେ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Read More

କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । 91 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ 6ଟା 30 ସମୟରେ ଲାତୁରର ଦେବରରେ ପରଲୋକ ହୋଇଥିବା ଜଣାପଡିଛି ।ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ, ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ ଏବଂ ଦେଶର ସାମ୍ବିଧାନିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।ଶିବରାଜ ପାଟିଲ ଲାଟୁରର ଚାକୁରର ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ଥିଲେ ଏବଂ ଲାଟୁର ଲୋକସଭା ଆସନରୁ ସାତ ଥର ଜିତିଥିଲେ । ୨୦୨୪ ମସିହାରେ ଲୋକସଭା ଆସନ ହାରିବା ସତ୍ତ୍ୱେ, ସେ ରାଜ୍ୟସଭା ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱରୁ ଗୃହମନ୍ତ୍ରୀ ପଦ ଗ୍ରହଣ କରିଥିଲେ । କଂଗ୍ରେସ ଦଳ ଏବଂ…

Read More

୪୨ ବର୍ଷ ପରେ ଉଦ୍ଧାର ହେଲେ ଗୋପାଲଜୀ ମହାପ୍ରଭୁ । ଅଷ୍ଟଧାତୁରେ ନିର୍ମିତ ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ସୁବର୍ଣ୍ଣପୁରର ଗୋପାଲଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ ବର୍ଷ ପରେ ସିବିଆଇ ମାଲଖାନରେ ଥିବା ଅଷ୍ଟଧାତୁରେ ନିର୍ମିତ ୧୨ ବିରଳ ପ୍ରାଚୀନ ମୂର୍ତ୍ତିକୁ ବୁଧବାର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।ଗତ ସୋମବାର ଭୂବନେଶ୍ଵର କଳ୍ପନା ସ୍ଥିତ ଖୋର୍ଦ୍ଧା ଏଡିଜେ -3 କୋର୍ଟର ବିଚାରପତି ହିମାଂଶୁ ଶେଖର ମଲ୍ଲିକ ଜବତ ହୋଇଥିବା ଚୋରି ମୂର୍ତ୍ତି ସୁବର୍ଣ୍ଣପୁର ଗୋପାଲଜୀ ମନ୍ଦିରକୁ ପ୍ରଦାନ ପାଇଁ ରାୟ ଦେଇଥିଲେ । ବିଚାରପତିଙ୍କ ରାୟ ପରେ ଏହି ମୂର୍ତ୍ତି ଗୁଡିକ ଫେରାଇ ଆଣିବା ପାଇଁ ସୁବର୍ଣ୍ଣପୁର ଦେବୋତର ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା ।ରାଜା ରାଜୁଡା ସମୟରୁ ରାଜ ପରିବାରର ଇଷ୍ଟ ଦେବ ହେଉଛନ୍ତି ଗୋପାଲଜୀ ଠାକୁର । ୧୯୮୨ ମସିହାରୁ ମନ୍ଦିରର ବହୁମୂଲ୍ୟ ପ୍ରାଚୀନ ମୂର୍ତ୍ତି ରାଧା,ଗୋପାଲଜୀ ଠାକୁର ଏବଂ ବାହନ…

Read More

ଦଣ୍ଡ ମୁକ୍ତ ଅଞ୍ଚଳ ସ୍କୁଲରେ ଛାତ୍ରୀଙ୍କୁ କଠିନ ଦଣ୍ଡ, ପାଠ କରି ନ ଥିବାରୁ ୨୦୦ ଥର ଉଠବସ୍ କରାଇଥିଲା ଶିକ୍ଷକ। ୮୦ ଥର ବସ ଉଠ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ସଂପୃକ୍ତ ଛାତ୍ରୀ। ଏହା ପରେ ତାଙ୍କୁ କଖଡ଼ି ସ୍ଥିତ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ତାର ସ୍ୱାସ୍ଥ୍ୟ ଅବନତି ଘଟିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି,ଏହି ଘଟଣା ହେଉଛି କଟକ ଜିଲ୍ଲା କଖଡି ନୋଡାଲ ହାଇସ୍କୁଲରେ। ନବମ ଶ୍ରେଣୀ ଛାତ୍ରୀ ଲିଜାରାଣୀ ବେହେରା ପାଠ କରି ନ ଥିବାରୁ ସ୍କୁଲର ଶିକ୍ଷୟତ୍ରୀ ତାଙ୍କୁ ୨୦୦ ଥର ଉଠବସ୍ ହେବାକୁ କହିଥିଲେ। ଲିଜା ୮୦ ଥର ଉଠବସ୍ ହେବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହିଘଟଣା ସ୍କୁଲ ପାଇଁ ନୂଆ ନୁହେଁ ପ୍ରକାଶ ଯେ 3 ମାସ ପୂର୍ବରୁ ଜଣେ ଛାତ୍ରକୁ ପାଠ କରିନଥିବାରୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଇଥିଲା ପରେ ସ୍କୁଲ…

Read More

ପଞ୍ଜାବରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଲୁଥିଆନାର ଜଣେ ଟ୍ରାନ୍ସଜେଣ୍ଡର ମହିଳା।ସେପ୍ଟେମ୍ବର ମାସରେ ପୀଡିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ଫରିଦାବାଦର ବାସିନ୍ଦା ତରନପାଲଙ୍କୁ ଗଣଦୁଷ୍କର୍ମ କରିଥିବା ଜଣାପଡିଛି। ଫରିଦାବାଦ ପୋଲିସ ଏକ ମାମଲା ରୁଜୁ କରି ଲୁଧିଆନା ପୋଲିସକୁ ହସ୍ତାନ୍ତର କରିଛି। ଟ୍ରାନ୍ସଜେଣ୍ଡର ପୀଡିତା ତରନପାଲ କହିଛନ୍ତି ଯେ ସେ କିଛି ଦିନ ଧରି ଲୁଧିଆନାରେ ରହୁଥିଲେ। ସେ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୁକ୍ତଙ୍କୁ ଭେଟିଥିଲେ। ସେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ଦିନରୁ ଅଭିଯୁକ୍ତ ଜାଣିଥିଲେ ଯେ ସେ ଟ୍ରାନ୍ସଜେଣ୍ଡର। ପରବର୍ତ୍ତୀ ସମୟରେ, ଅଭିଯୁକ୍ତ ଟଙ୍କା ଦାବି କରିବାକୁ ଲାଗିଲେ। ସେ ତାର ବ୍ୟବସାୟ ବୃଦ୍ଧି କରିବା ପାଇଁ ତରନପାଲଙ୍କଠାରୁ ପ୍ରାୟ ୧.୪ମିଲିୟନ ଟଙ୍କା ନେଇଥିଲେ, କିନ୍ତୁ ସେ କେବେ ଫେରାଇ ନଥିଲେ। ଯେତେବେଳେ ପୀଡିତା ଅଭିଯୁକ୍ତର ବଡ଼ ଭାଇକୁ ଫୋନ୍ କରି ଏ ବିଷୟରେ କହିଲେ,…

Read More

କଟକ ଝୋଲା ସାହିରୁ ବିପୁଳ ଚାଇନିଜ ମାଞ୍ଜା ସୂତା ଜବତ। ଚଢ଼ାଉ କରି ଜବତ କଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌। ଚାଇନିଜ ମାଞ୍ଜା ସୂତାକୁ ପ୍ରଶାସନ ବ୍ୟାନ କରିଥିବା ବେଳେ ବେଆଇନ ବିକ୍ରି କରୁଥିବା ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରି ଜବତ କରିଛି ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌। ମକର ସଂକ୍ରାନ୍ତି ପାଖେଇ ଆସୁଥିବାରୁ କର୍ତ୍ତୃପକ୍ଷ ସତର୍କ ଅଛନ୍ତି। ଦଳ ଏବେ ଏହି ବିପୁଳ ପରିମାଣର ବିପଦପୂର୍ଣ୍ଣ ସୂତା କେଉଁଠାରୁ ଆସିଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।ଓଡ଼ିଶାରେ ମାଞ୍ଜା ସୂତା ଦୁର୍ଘଟଣା ଯୋଗୁଁ ଅନେକ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । 2021 ମସିହାରେ, କଟକରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହିତ ବାଇକ୍ ଚଲାଉଥିବା ସମୟରେ ମାଞ୍ଜା ସୂତାରେ ଆଘାତ ପାଇ ମୃତ୍ୟୁବରଣ କରିଥିଲେ । ଅନ୍ୟ ଏକ ଘଟଣାରେ, ଜଣେ ବ୍ୟକ୍ତି ଗୁଡ଼ି ସୂତାରେ ଫସିଯିବା ପରେ ମୃତ୍ୟୁବରଣ କରିଥିଲେ, ଯାହା ତାଙ୍କ ଗଳା…

Read More

ସ୍ମୃତି ମନ୍ଧାନା ତାଙ୍କ ବିବାହ ବାତିଲ କରିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ କହିଥିଲେ ଯେ କ୍ରିକେଟ୍ ତାଙ୍କର ସବୁଠାରୁ ଭଲ ପ୍ରେମ । ସେ ଆମାଜନ ସମ୍ଭାବ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ କହିଥିଲେ ଯେ ଭାରତୀୟ ଜର୍ସି ପିନ୍ଧିବା ତାଙ୍କର ସବୁଠାରୁ ବଡ଼ ପ୍ରେରଣା। ସେ ବିଶ୍ୱକପ୍ ବିଜୟକୁ ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ସଂଘର୍ଷର ପୁରସ୍କାର ଭାବରେ ବର୍ଣ୍ଣନା କରିଥିଲେ।ସେ କହିଥିଲେ ଯେ ପିଲାଦିନରୁ ତାଙ୍କର ସ୍ୱପ୍ନ ବିଲକୁଲ୍ ସ୍ପଷ୍ଟ ଥିଲା। ସେ କହିଲେ, ‘ଯେତେବେଳେ ମୁଁ ଛୋଟ ଥିଲି, ବ୍ୟାଟିଂ ପାଇଁ ମୋର ଆରମ୍ଭରୁ ହିଁ ଜୁନୁନ୍ (ନିଶା) ଥିଲା। କେହି ବୁଝିପାରୁ ନଥିଲେ, କିନ୍ତୁ ମୋ ମନରେ ସବୁବେଳେ ଥିଲା ଯେ ମୁଁ ଦୁନିଆର ଚାମ୍ପିଅନ୍ ବୋଲି । ମିଥାଲି ଏବଂ ଝୁଲଣଙ୍କ କଥା ଉଲ୍ଲେଖ କରି ମନ୍ଧାନା କହିଥିଲେ ଯେ ଆମେ ପ୍ରକୃତରେ ତାଙ୍କ ପାଇଁ ଏହା ଜିତିବାକୁ ଚାହୁଥିଲୁ।…

Read More

ଏମ୍ସ ଭୁବନେଶ୍ବର ଅର୍ଥୋପେଡ଼ିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ଖୁସି ଆଣିଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ତାଙ୍କର ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି |ଶ୍ରୀ ରାଉତଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଫଳରେ ତାଙ୍କ ଶୁଣ୍ଡି ବଙ୍କା ହୋଇଯାଇଥିଲା ଏବଂ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା । ତାଙ୍କ ମେରୁଦଣ୍ଡ ଏବଂ ଜଙ୍ଘ ପ୍ରାୟ ୧୫୦-ଡିଗ୍ରୀ ବଙ୍କି ଯାଇଥିଲା। ତାଙ୍କ ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁ ସାରିଥିଲା। ଏପରି ଗୁରୁତର ଅବସ୍ଥା ତାଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଚାଲିବା, ବସିବା…

Read More

ଧନୁଯାତ୍ରା ଅନୁଦାନ ରାଶି ବଢାଇଲେ ସରକାର। ଧନୁଯାତ୍ରା ପାଇଁ ୧ କୋଟିକୁ ବଢିଲା ଅନୁଦାନ ରାଶି। ପୂର୍ବରୁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କା ଥିଲା। ୨ ଶହ କଳାକାରଙ୍କୁ ୧୦ ହଜାର ଲେଖାଏଁ ଅନୁଦାନ ରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ଘୋଷଣା କରାଯାଇଥିଲା । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ନିଷ୍ପତ୍ତି ।ଡିସେମ୍ବର ୨୪ରୁ ଜାନୁୟାରୀ ୩ ଯାଏଁ ଦୁଲିକିବ ଦୁଲୁକିବ ମଞ୍ଚ ଓ ରାଜ ଦରବାର । ବରଗଡ଼ ସହର ପାଲଟିବ ମଥୁରା ନଗରୀ, ଅମ୍ବାପାଲି ହୋଇଯିବ ଗୋପପୁର । ଚାଲିବ କଂସଙ୍କ ରାଜୁତି, ଏହି ଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ବଢ଼ାଇଛନ୍ତି ଧନୁଯାତ୍ରା ପାଇଁ ଅନୁଦାନ ରାଶି ।

Read More