ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି EVM ନୁହେଁ, ଲୋକଙ୍କ ହୃଦୟକୁ ହ୍ୟାକ୍ କରନ୍ତି। ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ ଏପରି କିଛି କହିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କଙ୍ଗନା ରାଣାୱତ ଏହି ବୟାନ ଦେଇଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି ବିରୋଧୀ ଦଳ ଗୃହକୁ ସୁରୁଖୁରୁରେ ଚାଲିବାକୁ ନଦେଇ ସମସ୍ତ ପ୍ରକାରର ଚାଲ ଖେଳିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ସମୟରେ ବିରୋଧୀ ଦଳ ଏସ୍ଆଇଆର୍, ଭୋଟ ଚୋରି ଏବଂ ବନ୍ଦେ ମାତରମ୍ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଆରମ୍ଭ କରିଛନ୍ତି।କଂଗ୍ରେସ ଦଳ ଉପରେ ଆକ୍ରମଣ କରି କଙ୍ଗନା କହିଛନ୍ତି, “ଏହି ଲୋକମାନେ ଦାବି କରନ୍ତି ଯେ ପୁରୁଣା ସମୟରେ ଭୋଟ ଦେବା ସର୍ବୋତ୍ତମ ଥିଲା। ସେତେବେଳେ, ଜାଲିଆତି ହେଉଥିଲା; ଏହି ଲୋକମାନେ ଭୋଟ ବାକ୍ସ ଛଡ଼ାଇ ନେଉଥିଲେ।” ବିଜେପି ସାଂସଦ କଙ୍ଗନା ରାଣାୱତ ବିରୋଧୀ ଦଳ ଉପରେ ଆକ୍ରମଣ କରି କହିଛନ୍ତି, “ସେମାନେ ପ୍ରତିଦିନ ‘ସାର୍, ସାର୍’ ଚିତ୍କାର କରି ହଙ୍ଗାମା ସୃଷ୍ଟି କରୁଥିଲେ। ସେମାନଙ୍କୁ ଦେଖିବା ହୃଦୟ ବିଦାରକ ଥିଲା। କଙ୍ଗନା “ୱାନ୍ ନେସନ୍-ୱାନ୍ ଇଲେକ୍ସନ” ଉପରେ ମଧ୍ୟ ବକ୍ତବ୍ୟ ରଖିଥିଲେ। କଙ୍ଗନା କହିଛନ୍ତି ଯେ କଂଗ୍ରେସର ଚରିତ୍ରରେ ମର୍ଯ୍ୟାଦାର ଅଭାବ ଅଛି। ସେ “ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପାଇଁ ଆହ୍ୱାନ ଦେଇଥିଲେ, ଯାହା ବାରମ୍ବାର ନିର୍ବାଚନ କରାଇବାର ଅସୁବିଧା ଏବଂ ଆର୍ଥିକ କ୍ଷତିକୁ ଏଡାଇବ। ସେ ଏହାକୁ ଗଣତନ୍ତ୍ରର ଉତ୍ସବ ଭାବରେ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ।
ହୃଦୟ ହ୍ୟାକ୍ କରନ୍ତି ମୋଦୀ-କଙ୍ଗନା ରାଣାୱତ
By madhulekha1 Min Read
