ବଲିଉଡର କିଙ୍ଗ ଖାନ ପୁଣି ଥରେ ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି ।କିଙ୍ଗ ଫିଲ୍ମରେ ଶାହରୁଖ ଖାନଙ୍କ ସହ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ । ପ୍ରଥମ ଥର ପାଇଁ ବାପା ଓ ଝିଅ ଦୁଇଜଣ ବଡ଼ ପରଦାରେ ଏକାଠି ନଜର ଆସିବେ । ଏହି ଫିଲ୍ମରୁ ଶାହରୁଖ ଖାନଙ୍କ ଲୁକ୍ ସାମ୍ନାକୁ ଆସିଛି ଏବଂ ସେ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି ।ଫରାହ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରଥମେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ‘ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଏକ ଚମତ୍କାର ସିରିଜ୍ ତିଆରି କରିଛନ୍ତି । ସୁହାନା ମଧ୍ୟ ବହୁତ ପରିଶ୍ରମୀ । ତାଙ୍କୁ ଶାହରୁଖକୁ ଆଗାମୀ ଫିଲ୍ମ କିଙ୍ଗରେ ଦେଖିବାକୁ ମିଳିବ । କିଙ୍ଗ୍’ରେ ଶାହରୁଖ ଖାନ, ସୁହାନା ଖାନ, ଦୀପିକା ପାଦୁକୋନ ଏବଂ ଅଭିଷେକ ବଚ୍ଚନ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତା ବର୍ଷ ସିନେମାହଲରେ ମୁକ୍ତିଲାଭ କରିବ ।
ଫିଲ୍ମ ‘କିଙ୍ଗ’ରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିବେ ସୁହାନା ଖାନ୍
By madhulekha1 Min Read
