କଳାହାଣ୍ଡି ଭବାନୀପାଟଣା ବାଦିଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଚଲେଇ ଚଲେଇ ନେଲେ, ଲଣ୍ଡା କଲେ ।ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଦଲି ଗାଁର ୱାର୍ଡ ନମ୍ୱର୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା l କଙ୍ଗାରୁ କୋର୍ଟ ନିଷ୍ପତ୍ତି ଅନୁଯାୟୀ ବୃଦ୍ଧଙ୍କୁ ଲଣ୍ଡା କରାଯାଇ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇ ଥିଲେ। ଏଥିରେ ଲୋକପ୍ରତିନିଧି ବି ସାମିଲ ହୋଇଥିବା ଅଭିଯୋଗ ହୋଇଛି । କଙ୍ଗାରୁ କୋର୍ଟର ନିଷ୍ପତ୍ତିକୁ ବିରୋଧ କରି ଥାନାକୁ ଯାଇପାରୁ ନାହାଁନ୍ତି । ଗାଁରେ ଲୋକ ପ୍ରତିନିଧିଙ୍କ ପତିଆର ଥିବାରୁ ଘଟଣାକୁ ଚପାଇବା…
Author: madhulekha
ଭଦ୍ରକ ସହରର ବାଇପାସ୍ ଛକ ନିକଟସ୍ଥ ଏକ ଔଷଧ ଦୋକାନରୁ ମଦ ଜବତ ହୋଇଛି। ଭଗବାନ ଗଣେଶଙ୍କ ନାମରେ ନାମିତ ଔଷଧ ଦୋକାନରୁ ମଦ ବାହାରୁଛି, ଯାହା ବୁଦ୍ଧିଜୀବୀଙ୍କୁ ହତବାକ୍ କରିଛି। ସୂଚନା ମୁତାବକ ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ। ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।କେଉଁଠୁ ଚୋରାରେ ମଦ ଆଣୁଥିଲେ। ଏସବୁ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ଭଦ୍ରକର ଏହି ଘଟଣା ଚର୍ଚ୍ଚାକୁ ଆସିଥିବା ବେକେ ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଉପରେ ଚଢ଼ାଉ କରାଯିବ ବୋଲି ଜଣାପଡିଛି। ବିଶେଷ କରି ଗ୍ରାମାଞ୍ଚଳରେ…
ଜବରଦଖଲକାରୀଙ୍କୁ ତ୍ରାହି ନାହିଁ । ଜବରଦଖଲ ଜମିକୁ ଦଖଲକୁ ନେବେ ସରକାର ।ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେଇଛନ୍ତି । କହିଛନ୍ତି, ସମୟ ଅଛି ଜମି ଫେରାଅ, ନହେଲେ ଉଚ୍ଛେଦ ଖର୍ଚ୍ଚ ଟଙ୍କା ବି ଆଦାୟ ହେବ । ଜବରଦଖଲକାରୀଙ୍କ ଡାଟାବେସସ ପ୍ରସ୍ତୁତ ପାଇଁ ତଗସିଲଦାରଙ୍କୁ ନିର୍ଦ୍ଦେଶ ରହିଛି । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ । ପ୍ରଭାବଶାଳୀ ଜବରଦଖଲକାରୀ ଏବେ ବି ସମୟ ଅଛି ଛାଡି ଦିଅନ୍ତୁ ।ଯିଏ ବାଧକ ସାଜିବ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ରେ ରୂପାନ୍ତର କରାଯିବ । ଏନେଇ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଏହା ହେଉଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି (ବାଲିଗୁଆଳି ଠାରୁ ସୈକତ ନିବାସ ବେଳାଭୂମି ପର୍ଯ୍ୟନ୍ତ) । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି । ଏହା ପରଦିନ ସମୀକ୍ଷା କରାଯାଇ ଚୂଡ଼ାନ୍ତ ଡିଜାଇନ ବଛାଯିବ । ପ୍ରକଳ୍ପିତ ସ୍ଥାନର ସର୍ଭେ, ଜମି ପରିମାଣ ସ୍ଥିର କରିବା, ପ୍ରକଳ୍ପର ଡିଜାଇନ, ଲକ୍ଷ୍ୟ, ବ୍ୟୟ ଅଟକଳ, ଆବଶ୍ୟକ ଅନୁମତି, ପରିବେଶ ପ୍ରଭାବ, ସୁରକ୍ଷା ଦୃଷ୍ଟିକୋଣ, ପର୍ଯ୍ୟଟକଙ୍କ ଆଗମନ ଆକଳନ, ରାଜସ୍ୱ ଆୟ ଆକଳନ ପ୍ରଭୃତିକୁ ଭିତ୍ତିକରି ଉତ୍କୃଷ୍ଟ ଡିପିଆର ଚୂଡ଼ାନ୍ତ ହେବ ।
ଗୁଜରାଟ ହାଇକୋର୍ଟରେ ଏକ ଅଜବ ବିବାବ ବିଚ୍ଛେଦ ମାମଲା ସାମ୍ନାକୁ ଆସିଛି । ପତି-ପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି କଲା ପିଆଜ, ରସୁଣ । ବିବାହର ୨୨ ବର୍ଷ ପରେ ଗୁଜରାଟର ଏକ ଦମ୍ପତି ସମ୍ପର୍କ ତୁଟାଇ ପରସ୍ପରଠାରୁ ଅଲଗା ହୋଇଛନ୍ତି।ମହିଳା ଜଣକ ସ୍ବାମୀନାରାୟଣ ଦୀକ୍ଷା ନେଇଥିବାରୁ ପିଆଜ, ରସୁଣ ଖାଇବାକୁ ମନା କରିଦେଇଥିଲେ। ଏହି ବିବାଦ ଏପରି ଘନେଇଲା ଯେ, ମାମଲା ଅଦାଲତକୁ ଯାଇଥିଲା। ଗୁଜରାଟ ହାଇକୋର୍ଟ ଫାମିଲି କୋର୍ଟ ରାୟକୁ ବଳବତ୍ତର ରଖି ବିଚ୍ଛେଦ ଅନୁମତି ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଦମ୍ପତ୍ତିଙ୍କର ବିବାହ 2002ରେ ହୋଇଥିଲା । କିନ୍ତୁ ଶାଶୁ ଘରେ ଉକ୍ତ ମହିଳାଙ୍କ ପିଆଜ, ରସୁଣ ଖାଇବା ଉପରେ ବାରଣ ଥିଲା । ମହିଳାଜଣକ ଅନ୍ୟ ସଂପ୍ରଦାୟର ଥିଲେ । ସେ ଯେହେତୁ ପିଆଜ, ରସୁଣ ଖାଉ ନ ଥିଲେ, ପରିବାରର ଅନ୍ୟ ସଦସ୍ୟମାନେ ବି ପିଆଜ ରସୁଣ ଖାଇବା ବନ୍ଦ କରନ୍ତୁ ବୋଲି…
ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।ଆସନ୍ତା ୧୪ ତାରିଖରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯିବ। ୩୦ଟି ଜିଲ୍ଲା ପାଇଁ ୩୯ଟି ରୁଟରେ ଆର୍ମ ପୋଲିସ ସହିତ ପ୍ରଶ୍ନପତ୍ର ପଠାଯିବ।ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି।
ରାଜଧାନୀ ଦିଲ୍ଲୀ-ଏନ୍ସିଆର୍କୁ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରକ୍ଷା କରିବା ପାଇଁ ଭାରତ ବର୍ତ୍ତମାନ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିବାକୁ ଯାଉଛି।ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ନୂଆ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱିପନ୍ ସିଷ୍ଟମ (ଆଇଏଡିଡବ୍ଲ୍ୟୁଏସ୍) ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ପ୍ରସ୍ତୁତ ହେବ। ଏହି ସିଷ୍ଟମର ବଡ଼ ଭାଗରେ ଡିଆର୍ଡିଓ ଦ୍ୱାରା ବିକଶିତ କ୍ୟୁଆର୍ଏସ୍ଏଏମ୍ ମିସାଇଲ ଏବଂ ଭିଏସ୍ଏଚ୍ଓଆର୍ଏଡିଏସ୍ ରହିବ । ଏଥିସହ ବହୁ ପ୍ରକାରର ସେନ୍ସର, ରାଡାର, ଏକ ଅତ୍ୟାଧୁନିକ କଣ୍ଟ୍ରୋଲ ସିଷ୍ଟମ ଯୋଡ଼ାଯିବ । ଏହା ଦ୍ୱାରା ବିପଦ ଉପରେ ତୁରନ୍ତ ନଜର ରଖାଯାଇପାରିବ । ପୂରା ସିଷ୍ଟମକୁ ଭାରତୀୟ ବାୟୁସେନା ପରିଚାଳିତ କରିବ । ଅଗଷ୍ଟ ୨୩ରେ ଆଇଏଡିଡବ୍ଲ୍ୟୁଏସ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲ୍ୟୁଏସ୍ ହେଉଛି ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ଶତ୍ରୁର ଆକାଶ ଆକ୍ରମଣକୁ ପ୍ରତିହତ କରିବା ପାଇଁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ବୋଲି ପ୍ରଶ୍ନରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସମ୍ପର୍କରେ ବିଚାର ବିମର୍ଶ ଏବଂ ନିଷ୍ପତ୍ତି କେବଳ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ନରେନ୍ଦ୍ର ମୋଦିଙ୍କ ପାଖରେ ରହିବ।ତେଣୁ, ଏ ବିଷୟରେ ମୋର କିଛି ବି କହିବାର ନାହିଁ। ମୁଁ କେବଳ ତାଙ୍କୁ ଶୁଭକାମନା ଜଣାଇପାରିବି, ଆଉ କିଛି ନୁହେଁ ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ଯୋଗଦେବା ପାଇଁ ଚେନ୍ନାଇରେ ଥିବା ଭାଗବତ ଡିସେମ୍ବର ୯ ତାରିଖରେ ଏହି ବୟାନ ଦେଇଛନ୍ତି , ଯାହାକି ଖୋଲା ସଙ୍କେତ ଦେଉଛି ଯେ, ବିଜେପି ଭିତରେ ଉତ୍ତରାଧିକାରୀ ବିତର୍କରେ ସାମିଲ ହେବାର ସଂଘର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତକୁ “ବିଶ୍ୱଗୁରୁ” ଭାବରେ ଉଭା ହେବାକୁ ହୁଏ, ତେବେ ଜାତିଭିତ୍ତିକ ଏବଂ ଭାଷାଗତ ବିଭାଜନକୁ…
ପିଏଚ୍ଡି ପାଇପ ଫାଟିବାରୁ ୭୦୦ ଶହ ବସ୍ତା ଧାନ ଓଦା ହୋଇ ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରାର ହସ୍ପିଟାଲ ରୋଡ ପାଖ ଖଳାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହୋଇ ପ୍ରାୟ ୭ଲକ୍ଷ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି କୁବେର ଭୁକ୍ତା ।ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା ।
ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ରୋଗୀଙ୍କ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ ।ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାପାଖ ଅଳିଆ ଗଦାରେ ପଡିଛି ଅବଧି ସରିନଥିବା ଔଷଧ । ଗୋଟିଏ କି ୨ ପ୍ୟାକେଟ ନୁହେଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ମେଡିସିନ ପଡିରହିଛି ।ଏସବୁ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା । ହେଲେ ସେଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ପଡ଼ିଥିବା ଦେଖିବାକୁ ମିଳିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହେଁ ବୋଲି ଲେଖା ରହିଛି । ସେହି ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ହୋଇଥିବା ବେଳେ ଅବଧି ରହିଛି ୨୦୨୬ ପର୍ଯ୍ୟନ୍ତ । ଅର୍ଥାତ୍ ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା…