Author: madhulekha

ରାଜଧାନୀ ଭୁବନେଶ୍ୱରରେ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍‌ ଚଢାଉ କରୁଛନ୍ତି । ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅବକାରୀ ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ଚନ୍ଦ୍ରଶେଖରପୁରରେ ଏକ ବାର ରେ ରେଡ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ ହୋଇଛି। ମଦ ବୋତଲ ଫିଙ୍ଗି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ବାର ସାମ୍ନାରେ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ ହୋଇଛି ।

Read More

ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ତନାଘନା କରୁଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା।ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ ଦେକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ବନ୍ତ ଥାନା ତରାଗୋ ଅଞ୍ଚଳର ତାଙ୍କ ସହଯୋଗୀ ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା । ପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ଯାଇଥିବା ସୂଚନା ମିଳିଛି । ଏମାନଙ୍କ ଦୋକାନକୁ ନୂଆ ସିମ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ ଆକ୍ଟିଭ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ । ଅନ୍ୟ ଆକ୍ଟିଭ ସିମକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ…

Read More

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ବଳାତ୍କାର ଘଟଣାରେ ଅଭିଯୁକ୍ତକୁ ଗିରଫ ହୋଇଛି । ଗତ ୬ ତାରିଖରେ ଛାତ୍ରୀଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱରରେ ରହି ଦିନ ମଜୁରିଆ କାମ କରୁଥିବା ଛାତ୍ରୀଙ୍କ ମା’ ଘରେ ପହଞ୍ଚି ଝିଅର ଖୋଜ ଖବର ନେଇଥିଲେ। ଘର ଆଲାମିରାରେ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୩ ଭରି ଓଜନର ସୁନାହାର,କାନଫୁଲ ନଥିବା ଜଣାପଡ଼ିଥିଲା। ଝିଅର ସନ୍ଧାନ ନ ମିଳିବାରୁ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁ ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ତଦନ୍ତକାରୀ ଅଧିକାରୀ…

Read More

ଭୁବନେଶ୍ଵରରେ ପହଞ୍ଚିଲେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନ କାର୍ଯ୍ୟକ୍ରମରେ ଯୋଗ ଦେବେ।ଶହୀଦ ଭବନ ପରିସରରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରର ଆଲୋଚନାଚକ୍ରରେ ସାମିଲ ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ।ସୂଚନା ଅନୁସାରେ, ଆଜି ଭୁବନେଶ୍ବରରେ ଥିବା ମେଫେୟର ହୋଟେଲରେ ରାତ୍ରିଯାପନ କରିବେ। ରବିବାର ସକାଳେ କଟକ ଅଭିମୁଖେ ସେ ବାହାରିବେ । ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ସ୍ଵାଗତ କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ ।

Read More

ଓଡ଼ିଶାରେ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର । ଶନିବାର ସନ୍ଧ୍ୟାରେ ଅକ୍ଷୟ କୁମାର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦର ବାହାରେ ପ୍ରଶଂସକଙ୍କୁ ହାତ ହଲାଇ ସମ୍ବୋଧିତ କରିବା ସହ ସମସ୍ତଙ୍କୁ ନମସ୍କାର କରିଛନ୍ତି ‘ଖିଲାଡ଼ି’ କୁମାର’ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବଳୟ ଭିତରେ ସ୍ୱତନ୍ତ୍ର କାର୍କେଟ ମାଧ୍ୟମରେ ଭୁବନେଶ୍ୱରରୁ କଟକ ଯିବେ ଖିଲାଡୀ କୁମାର ।ଚଳିତ ଡିସେମ୍ବର ମାସରେ ଅକ୍ଷୟ କୁମାର ଦୁଇଥର ଓଡ଼ିଶା ଆସିଲେଣି । ୯ ଦିନ ଭିତରେ ଅକ୍ଷର କୁମାର ଦୁଇଥର ଓଡ଼ିଶା ଆସିବା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଗତ ୫ ତାରିଖରେ ଅକ୍ଷୟଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପୁଣି ଆଜି ସେ ବିମାନବନ୍ଦରରୁ ବାହାରୁଥିବା ଦେଖିବାକୁ ମିଳିଛି…

Read More

ଗତ ୧୨ ତାରିଖ ଦିନ ଭୁବନେଶ୍ଵରର ସତ୍ୟ ବିହାର ଅଞ୍ଚଳର ପଳାସୁଣିରେ ‘ନୋ ଲିମିଟ୍ ଏୟାର’ ନାମକ ଏକ ରେଷ୍ଟୁରାଣ୍ଟରେ ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ରେଷ୍ଟୁରାଣ୍ଟର କୌଣସି ମଦ ଅନ୍ ସପ୍ (ବାର) ଲାଇସେନ୍ସ ନ ଥିଲା, କିମ୍ବା ଏହା ପାଇଁ ଅବକାରୀ ବିଭାଗକୁ ଆବେଦନ କରିନଥିଲା । ଏକ ମାସ ପୂର୍ବେ ଅବକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଦଳ ରେଷ୍ଟୁରାଣ୍ଟ ଏକ ବେଆଇନ ମଦ ବାର୍ ଚଳାଉଥିବା ଅଭିଯୋଗ ଉପରେ ଚଢାଉ କରିଥିଲା। ଖୋଜାଖୋଜି ସମୟରେ କୌଣସି ମଦ ମିଳିନଥିଲା ଏବଂ ବେଆଇନ ମଦ ବାର୍ ର କୌଣସି ପ୍ରମାଣ ପ୍ରତିଷ୍ଠା ହୋଇପାରିନଥିଲା। ଉକ୍ତ ରେଷ୍ଟୁରାଣ୍ଟ NH ୧୬ ରେ ଅବସ୍ଥିତ ହୋଇଥିବାରୁ ସକାଳ ୪ଟା ପର୍ଯ୍ୟନ୍ତ ଚାଲିବା ପାଇଁ BMC ଦ୍ୱାରା ଜାରି ଅନୁମତି ଦେଖାଇଥିଲା। କାଫେ ମାଲିକଙ୍କୁ ବୈଧ ଅବକାରୀ ଲାଇସେନ୍ସ ବିନା ମଦ ବିକ୍ରୟ ନକରିବାକୁ କିମ୍ବା ତାଙ୍କ ପରିସରରେ…

Read More

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ପୁଆଣିଆଁ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିକୋଣୀୟ ପ୍ରେମ ଏବଂ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି |ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗାଁର ଆଲୋକ ମହାପାତ୍ର।ଶୋଇଥିବା ବେଳେ ସ୍ଵାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ସ୍ଥାନୀୟ ଲୋକଙ୍କ ଅନୁସାରେ, ଦମ୍ପତିଙ୍କ ମଧ୍ୟରେ ପ୍ରାୟ ସମୟ କଳହ ହୋଇଥାଏ । ଶୁକ୍ରବାର ବିଳମ୍ବିତ ରାତିରେ ମଧ୍ୟ ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ରାତି ସାଢ଼େ ୧୨ଟା ବେଳକୁ ଘର ଭିତରୁ ଶୋଇଥିବା ଅବସ୍ଥାରେ ଆଲୋକ ମହାପାତ୍ରଙ୍କ ମୃତଦେହ ମିଳିଥିଲା । ପୁଆଣିଆଁର ଆଲୋକ ମହାପାତ୍ର ପ୍ରାୟ ୬ ମାସ ତଳେ ଜଟଣୀ ଥାନା ଅଞ୍ଚଳର ଲକିଙ୍କୁ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ, ଆଲୋକଙ୍କ ସ୍ତ୍ରୀ ଗତ…

Read More

ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ । ସେ ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ । ତାଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଓ ଜ୍ୟୋତିଷ ଥିଲେ ଓ ସେ ବାପାଙ୍କଠାରୁ ଶାସ୍ତ୍ର ଆଲୋଚନା ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ଅଧ୍ୟୟନ କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା…

Read More

ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି ।ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଶିବରାଜଙ୍କ ପ୍ରତି ଆଇଏସଆଇ ଆଗ୍ରହ ଦେଖାଇବା ସମ୍ପର୍କରେ ସୂଚନା ମିଳିଛି। ତାଙ୍କର ପୂର୍ବରୁ Z+ ସୁରକ୍ଷା ଥିଲା, କିନ୍ତୁ ଏହି ସୁରକ୍ଷାକୁ ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସି ଏବଂ ମଧ୍ୟପ୍ରଦେଶ ଡିଜିପିଙ୍କୁ ଶିବରାଜ ସିଂଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଯେମିତି କିଛି ନରୁହେ ତାହା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରଦେଶର ମୁଖ୍ୟ…

Read More

ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଶ୍ରେଣୀ ଗୃହରେ ପ୍ରବେଶ କରିଛି ସଂସ୍କୃତ । Lahore University of Management Sciences ପକ୍ଷରୁ ଶାସ୍ତ୍ରୀୟ ଭାଷାରେ ଏକ ଚାରି-କ୍ରେଡିଟ୍ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ ଓ କଥା ସଂଗ୍ରାମର ଉର୍ଦ୍ଦୁ ସଂସ୍କରଣ ବି ପଢ଼ା ଯାଉଛି ।ତେବେ ପାକିସ୍ତାନର ପଞ୍ଜାବ ବିଶ୍ୱବିଦ୍ୟାଳୟ ପାଠାଗାରରେ ସବୁଠାରୁ ଅବହେଳିତ ସଂସ୍କୃତ ଅଭିଲେଖାଗାର ମଧ୍ୟରୁ ଗୋଟିଏ ଅଛି। ୧୯୩୦ରେ ସଂସ୍କୃତ ତାଳପତ୍ର ପାଣ୍ଡୁଲିପିର ଏକ ଗୁରୁତ୍ବପୂର୍ଣ୍ଣ ସଂଗ୍ରହ ପାକିସ୍ତାନୀ ବିଦ୍ବାନ JCR ଉଲନରଙ୍କ ଦ୍ୱାରା କରାଯାଇଥିଲା। ହେଲେ ଦେଶ ବିଭାଜନ ହେବା ପରେ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଶିକ୍ଷାବିତ୍ ଏହି ସଂଗ୍ରହ…

Read More