Author: madhulekha

ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ମଧୁମେହ ଔଷଧ ଓଜେମ୍ପିକ୍ ଲଞ୍ଚ କରିଛି। ଯାହା ଟାଇପ୍ ୨ ମଧୁମେହ ଚିକିତ୍ସାରେ ଏକ ପ୍ରମୁଖ ପଦକ୍ଷେପ। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି ।Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ ।କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ…

Read More

ଦିନକୁ ଦିନ ବଢୁଥିଲା ପ୍ରେମିକର ଯନ୍ତ୍ରଣା। ଅଶ୍ଳୀଳ ମେସେଜ୍, ତା ସାଙ୍ଗକୁ ଧମକ। ଆଉ ସହିହେଲାନି। ଏହି ମେସେଜ୍ ସବୁ ଏତେ ଅଶ୍ଳୀଳ ଯେ ଏହାକୁ ଦେଖାଇବା ମଧ୍ୟ ଅସମ୍ଭବ। ଯୁବକଙ୍କ ନିର୍ଯାତନା ଏତେ ବଢିଗଲା ଯେ ବଞ୍ଚିବା ତୁଚ୍ଛ ହୋଇଗଲା। ଶେଷରେ ପଲଙ୍କ ବାଡାରେ ଓଢଣୀ ଲଗାଇ ପ୍ରେମିକା ଶେଷ କରିଦେଲା ଜୀବନ। ଏଭଳି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବୋଡକ ପଞ୍ଚାୟତର ମୁଆଜିବ ଗାଁରୁ ଆସିଛି। ଏକମାତ୍ର ଝିଅ ଚାଲିଯିବା ପରେ ଦିନରାତି ଫଟୋକୁ ଧରି ଝୁରୁଛନ୍ତି ବାପା-ମାଆ । ଆଉ ନ୍ୟାୟ ପାଇଁ ଦାବି କରିଛନ୍ତି। ମୃତକଙ୍କ ପରିବାର ଲୋକେ ଆତ୍ମହତ୍ୟା ବେଳର ଭିଡିଓ ସହ ଚାଟର ଫଟୋ ସହ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ରୁ ନ୍ୟାୟ ପାଇଁ ସାମ୍ନା କୁ ଆସିଛନ୍ତି । ଏବେ କିନ୍ତୁ ପ୍ରଶାନ୍ତ ଫେରାର ଅଛି

Read More

କେନ୍ଦ୍ର ସରକାର ମନରେଗା ଯୋଜନାର ନାମ ପରିବର୍ତ୍ତନ କରିବେ। ଶୁକ୍ରବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ସରକାର ମନରେଗାର ନାମ ପରିବର୍ତ୍ତନ କରି ପୂଜ୍ୟ ବାପୁ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା କରିବେ, ଯାହା ଗ୍ରାମୀଣ ଗରିବ ଲୋକଙ୍କ ପାଇଁ ପ୍ରତିବର୍ଷ 125 ଦିନର କାମ ସୁନିଶ୍ଚିତ କରିବ। ଏହି ଯୋଜନା ପାଇଁ ସରକାର ₹1.51 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବେ।ଏପରିକି ସରକାର ଯୋଜନାରେ ସର୍ବନିମ୍ନ ନିଯୁକ୍ତି ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ପୂର୍ବରୁ ସର୍ବନିମ୍ନ ୧୨୫ ଦିନ ନିଯୁକ୍ତି ଦିବସ ଥିବାବେଳେ ଏହାକୁ ୨୪୦ ଦିନ ଯାଏ ବୃଦ୍ଧି କରାଯାଇଛି। ୨୦୦୫ ମସିହାରେ ତତ୍କାଳୀନ ମନମୋହନ ସିଂହ ସରକାର ଦ୍ୱାରା ମନରେଗା ଯୋଜନା ଆରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ଏହାକୁ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ କୁହାଯାଉଥିଲା, ପରେ ଏହାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ନାମ ଦିଆଯାଇଥିଲା।ପ୍ରଥମେ ଏହାର…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ” ୨୦୨୭ ଜନଗଣନା ସମ୍ପର୍କରେ ଏକ ନିଷ୍ପତ୍ତି ନିଆଯାଇଛି । ଏହି ଉଦ୍ଦେଶ୍ୟରେ ୧୧,୭୧୮ କୋଟି ଟଙ୍କାର ବଜେଟ୍ ପାରିତ ହୋଇଛି ।ପ୍ରଥମ ଥର ପାଇଁ ସାରା ଦେଶରେ ଡିଜିଟାଲ ଜନଗଣନା ହେବ। ଏଥିପାଇଁ ୩୦ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୨୭ରୁ ସାରା ଦେଶରେ ଜନଗଣନା ହେବ। ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ହାଉସ୍ ଲିଷ୍ଟିଂ ଏବଂ ଗୃହ ଜନଗଣନା ହେବ, ଯାହା ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ; ଯେବେକି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ, ଯାହା ଫେବୃଆରୀ ୨୦୨୭ରୁ ଆରମ୍ଭ ହେବ ।ପ୍ରଥମ ଥର ପାଇଁ ଏକ ଡିଜିଟାଲ ଜନଗଣନା ହେବ ଯେଉଁଥିରେ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ…

Read More

ମାଲକାନଗିରି ଏମଭି-୨୬ ହିଂସା ଘଟଣା , ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ । କେଭି ସିଂହଦେଓଙ୍କ ସହିତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଇଛନ୍ତି । ଗତକାଲି ମାଲକାନଗିରି ଗସ୍ତରେ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏବେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ ମହାପାତ୍ର । ପ୍ରଭାବିତ ଗାଁକୁ ଯାଇ ସ୍ଥିତି ଦେଖିବା ସହିତ ପିଡ଼ୀତ ପରିବାରକୁ ମଧ୍ୟ ସେ ଭେଟିଛନ୍ତି । ଏବେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । କ୍ଷୟକ୍ଷତିର ଆକଳନ ପରେ ସରକାରୀ ସୁବିଧା ମିଳିବ । ଏନେଇ ଆରଡିସି ସୂଚନା ଦେଇଛନ୍ତି ।

Read More

ରବିବାର ଓଡିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । କଟକ ସହିଦ ଭବନରେ ହେବାକୁ ଥିବା ଆଲୋଚନା ଚକ୍ରରେ ଯୋଗଦେବେ । ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜନ ହେବ ଆଲୋଚନା ଚକ୍ର ।କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତି ପେଶାରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯିବ

Read More

ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍‌ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।ଅଭିଯୁକ୍ତ ଗଣେଶର ଟ୍ରୁ କଲର୍‌ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା। ଏହି ମାମଲାରେ ପୁଲିସ୍‌ ଅଧିକ ତଦନ୍ତ…

Read More

ସୈତାନ ସାଜିଲା ସ୍ଵାମୀ। ସ୍ତ୍ରୀକୁ କଲବଲ କରି ଜାଳିଦେଲା ନୃଶଂସ ! ଘର ଆଗରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି । ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ବେଲପଡ଼ା ଥାନା କଟାପାଲିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ପଚାରି ଉଚରା କରୁଛି। ସୂଚନାନୁଯାୟୀ, ବେଲପଡା ଥାନା କଟାପାଲିର ପିଣ୍ଟୁ ପରୁଆ ତାଙ୍କ ସ୍ତ୍ରୀ କୁଲବତୀ ପରୁଆ (୨୫ ବର୍ଷ)ଙ୍କୁ ନିର୍ଯାତନା ଦେଉଥିଲେ। ଗତକାଲି ରାତିରେ କୁଲବତୀ ତାଙ୍କ ମାଆଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ। ଆଜି ସକାଳେ ଘର ଆଗରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି।

Read More

ଦିଲ୍ଲୀର ଅନେକ ଲୋକଙ୍କ ଠିକଣା ଏବେ ବଦଳିବାକୁ ଯାଉଛି । କାହିଁକି ନା ଦିଲ୍ଲୀରେ ଏବେ ଆଉ ୧୧ ଜିଲ୍ଲା ନୁହେଁ ବରଂ ରହିବ ୧୩ ଜିଲ୍ଲା । ଏହା ବ୍ୟତୀତ, ରାଜସ୍ୱ ଜିଲ୍ଲା ଏବଂ ନଗର ନିଗମର ସୀମା ଏବେ ସ୍ଥିର ରହିବ । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଏହା ଶାସନକୁ ଆହୁରି ସୁଗମ କରିବ। ଦିଲ୍ଲୀରେ ଯୋଡ଼ା ଯାଇଥିବା ତିନୋଟି ନୂଆ ଜିଲ୍ଲା ହେଉଛି ପୁରୁଣା ଦିଲ୍ଲୀ, ସେଣ୍ଟ୍ରାଲ ନର୍ଥ ଏବଂ ଆଉଟର୍ ଦିଲ୍ଲୀ । ନୂଆ ବ୍ୟବସ୍ଥା ଅନୁଯାୟୀ ଗୋଟିଏ ଜିଲ୍ଲା, ଶାହଦରାକୁ ଦିଲ୍ଲୀର ଜିଲ୍ଲା ଲିଷ୍ଟରୁ ହଟାଇ ଦିଆଯାଇଛି । ଦିଲ୍ଲୀରେ ଜିଲ୍ଲା ସଂଖ୍ୟା ସମସ୍ୟା ଏକ ଦୀର୍ଘକାଳୀନ ସମସ୍ୟା ଥିଲା, ଯାହାକୁ ରେଖା ସରକାର ମାତ୍ର କିଛି ମାସ ମଧ୍ୟରେ ସମାଧାନ କରିଛନ୍ତି ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ…

Read More

ରାଜ୍ୟରେ ଆଉ ସପ୍ତାହେ ଯାଏଁ ଶୀତରୁ ନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତଳ ମୁହାଁ ରହିପାରେ ପାରଦ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ । ଏହାପରେ ଗୋଟିଏ କିମ୍ବା ଦୁଇ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ବର୍ତ୍ତମାନ କୌଣସି ନିୟାମକ ପାଣିପାଗ ସକ୍ରିୟ ନଥିବା ବେଳ ଆସନ୍ତା 7 ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।”ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା ଅର୍ଥାତ ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା,…

Read More