Author: madhulekha

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୋଲିସର ଲୋକସେବା ଓ ପାରଦର୍ଶିତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂଆ ୱେବସାଇଟ୍‌କୁ ଲୋକାର୍ପଣ କରିଛନ୍ତି।ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟକୁ ଡିଜିପି ଉନ୍ମୋଚନ କରିଥିଲେ । ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି ।ନୂତନ ୱେବସାଇଟ୍‌ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ ବ୍ୟବସ୍ଥା, ବାର୍ତ୍ତା…

Read More

ବଲିଉଡର ଅଭିନେତା ଅର୍ଜୁନ ରାମପାଲ ଧୁରନ୍ଧରର ବ୍ଲକବଷ୍ଟର ସଫଳତାକୁ ସେଲିବ୍ରେସନ କରୁଛନ୍ତି । ଅର୍ଜୁନ ରାମପାଲ ତାଙ୍କର ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ସହ ନିର୍ବନ୍ଧ କରିଛନ୍ତି । ଦୁହେଁ ଏକ ପୋଡକାଷ୍ଟରେ ଏକାଠି ନଜର ଆସିଥିଲେ । ୬ ବର୍ଷ ଧରି ପ୍ରେମିକା ଗାବ୍ରିଏଲାଙ୍କୁ ଡେଟ୍ କରିବା ପରେ ନିର୍ବନ୍ଧ କରିଛନ୍ତି ।ଅର୍ଜୁନ ରାମପାଲ ବ୍ୟକ୍ତିଗତ ଭାବରେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ, ଅର୍ଜୁନ ରାମପାଲ ତାଙ୍କ ପ୍ରଥମ ପତ୍ନୀ ମେହର ଜେସିଆଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ଗାବ୍ରିଏଲା ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଏବଂ ସେବେଠାରୁ ଦୁହେଁ ଏକାଠି ରହୁଛନ୍ତି । ସେମାନେ ବିବାହ ପୂର୍ବରୁ ଦୁଇଟି ସନ୍ତାନର ପିତାମାତା ମଧ୍ୟ ଅଟନ୍ତି । ପାର୍ଟି ହେଉ କି କୌଣସି ଇଭେଣ୍ଟ, ଦୁହିଁଙ୍କୁ ସବୁବେଳେ ଏକାଠି ଦେଖାଯାଆନ୍ତି ।

Read More

ରାଜଧାନୀରେ ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଧଉଳି ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ସୂଚନାମୁତାବକ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ । ଦୁର୍ବୁତ୍ତମାନେ ଉଭୟଙ୍କୁ ଏକାକୀ ସୁଯୋଗ ଦେଖି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ନାବାଳିକା ବେହୋସ୍ ହେବା ପରେ ଅଭିଯୁକ୍ତମାନେ ଛାଡ଼ି ପଳାଇଥିଲେ। ତେବେ ଜୁଡିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ବୟାନ ହୋଇଛି ରେକର୍ଡ । ଗିରଫ ପରେ ତିନି ଜଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଭିଯୁକ୍ତ ଜଣେ କଟକର, ଜଣେ ଶିଶୁପାଳଗଡର ଓ ଆଉ ଜଣେ ଧଉଳି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ପୋକ୍ସ ମାମାଲା ରୁଜୁ କରି ତନାଘନା କରୁଛି…

Read More

କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତ୍ତି ଯୋଜନା ଅଟେ। ଓଡ଼ିଶା ସରକାରଙ୍କ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍-କିସାନ୍ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ଏବଂ ଏହା ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ବରଦାନ ସାଜିଛି। ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍ ଆବେଦନ ସମୟସୀମା ଅକ୍ଟୋବର ୧୫ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଥିଲା। କିନ୍ତୁ, ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁରୋଧକ୍ରମେ, ବିଭାଗ ତରଫରୁ ଅନଲାଇନ୍ ଆବେଦନ ଏବଂ ଯାଞ୍ଚ ପ୍ରକ୍ରିୟର ଅବଧିକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍ ଆବେଦନ ଶେଷ ତାରିଖ ୨୦ /୧୨/୨୦୨୫ ରହିଛି। ସେହିଭଳି, ଶିକ୍ଷାନୁଷ୍ଠାନସ୍ତରରେ ଆବେଦନ ପତ୍ରର…

Read More

ଓଡ଼ିଆ ପୁଅ ସୁମିତ ଦୀର୍ଘ ୪୮ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଚାଲି ଚାଲି ସୃଷ୍ଟି କରିଛନ୍ତି ଏକ ବିରଳ ବିଶ୍ଵ ରେକର୍ଡ। ସେ ଏହି ସମୟ ମଧ୍ୟରେ ୨୦୧ କିଲୋମିଟର ପଥ ଚାଲିଛନ୍ତି। ତାହା ପୁଣି ଟ୍ରେଡ ମିଲ୍‌ରେ।ସୁମିତଙ୍କ ଘର ସୁନ୍ଦରଗଡ଼ ଜିଲାର ରାଉରକେଲାରେ। ସେ ଏକ ଟ୍ରେଡ୍‌ ମିଲ୍‌ରେ ୪୮ ଘଣ୍ଟା ଧରି ଚାଲିଥିଲେ। ଏହି ଦୃଶ୍ୟ ଦେଖିବାକୁ ପରିବାରବର୍ଗଙ୍କ ସମେତ ଜନସାଧାରଣ ବି ଉପସ୍ଥିତ ଥି​‌ଲେ। ସ୍ଥାନୀୟ ସିଭିକ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସଫଳତା ପରେ ସୁମିତଙ୍କ ନାମକୁ ଗିନିଜ ବୁକ ଅଫ ଦ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଯାଇପାରେ। ପୂର୍ବରୁ ୧୨ ଘଣ୍ଟାରେ ୬୯ କିଲୋମିଟର ଦୌଡ଼ି ସୁମିତ କୁମାର ରେକର୍ଡ କରିଥିଲେ । ଏବେ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ଗିନିସ ଓ୍ବାର୍ଲଡ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Read More

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦେଇଛି । ଯେଉଁମାନେ କିଛି କାରଣ ବଶତଃ ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରି ନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର 18 ତାରିଖ ସୁଦ୍ଧା ଫର୍ମ ପୂରଣ କରିପାରିବେ । ଡିସେମ୍ବର 19 ତାରିଖରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ମିଳିବ । ବିନା ଆଡମିଟ କାର୍ଡରେ ମଧ୍ୟ ପିଲା ଇଣ୍ଟରନାଲ ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା । ରେଜିଷ୍ଟ୍ରେସନ ନମ୍ବର ଆଧାରରେ ପିଲାମାନେ ଇଣ୍ଟରନାଲ ଦେଇପାରିବେ । ମାତ୍ର ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆବଶ୍ୟକ ହେବ । ପରବର୍ତ୍ତୀ ସମୟରେ ଆଡମିଟ କାର୍ଡ ଆସିଲେ ପ୍ରାକ୍ଟିକାଲ ପରୀକ୍ଷା ସହିତ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏହାଦ୍ୱାରା ଡ୍ରପ ଆଉଟ କମିବାର ଲକ୍ଷ୍ୟ ରଖାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ବଦଳରେ…

Read More

ପୃଥିବୀରେ ବହୁତ କମ୍ ଲୋକ ଫେବୃଆରୀ ୨୦୨୬ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟପରାଗ କୁ ଦେଖିପାରିବେ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ । ମାତ୍ର ୨ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, କିନ୍ତୁ ସୂର୍ଯ୍ୟଙ୍କ ଧାରକୁ ଘେରି ଉଜ୍ଜ୍ୱଳ ଆଲୋକର ଏକ ବଳୟ ଦେଖାଯିବ ।ଆଣ୍ଟାର୍କଟିକାରେ ଅବସ୍ଥାପିତ କିମ୍ବା ବିରଳ ସମୁଦ୍ର ଯାତ୍ରାରେ ଥିବା କିଛି ଗବେଷକ ଏହାକୁ ସିଧାସଳଖ ଦେଖିପାରିବେ। ବଳୟକାର ପରାଗ ୧୧;୪୬ UTC ରେ ଆରମ୍ଭ ହେବ ଏବଂ ୨ ମିନିଟ୍ ୧ ସେକେଣ୍ଡ ପାଇଁ ରହିବ। ଦ୍ୱିତୀୟ ସ୍ଥାନ, ରୁଷର ମିର୍ନି ଷ୍ଟେସନ, ଏହି ଘଟଣା ୧୨.୦୭ UTC ରେ…

Read More

ନାବାଳିକାକୁ ଜବରଦସ୍ତ ବିଷ ପିଆଇ ମାରିବା ପରେ ନିଜେ ବିଷ ପିଇଲା ଅଭିଯୁକ୍ତ ଯୁବକ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ମଗରବନ୍ଧରେ ଏହି ଘଟଣା ଘଟିଛି । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲା । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକା ଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେଇଥିଲା। ଏହାପରେ ତାଙ୍କୁ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲା । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇ ଦେଇଥିଲେ । ଉଭୟଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର…

Read More

ଧାନ ଉଠା ପ୍ରସଙ୍ଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ଏଯାବତ ୧,୨.୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଟୋକନ୍ ସମସ୍ୟା ଦୂର କରିବାକୁ ସରକାର ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡିବେନି । ସରକାର ଚାଷୀଙ୍କଠାରୁ ନିର୍ଦ୍ଧାରିତ ଧନ ଉଠାଇବେ । ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ । ଟୋକେନ ବାଦ ଧାନ ବଳିଲେ ଖୋଲା ବଜାରରେ ବିକି ଦିଅନ୍ତୁ ଚାଷୀ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ବରଗଡ଼ରେ ସର୍ବାଧିକ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ସେହିଭଳି ବଲାଙ୍ଗୀର ୯୬ ହଜାର, କଳାହାଣ୍ଡି ୭…

Read More

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ଦ୍ଧିତ ଦରମାକୁ ଗରିବଙ୍କୁ ଦାନ କରିବେ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି ଯେ ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ମୋ ଟଙ୍କା।ମୁଁ ଓଡ଼ିଶାବାସୀଙ୍କ ପ୍ରତି, ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଅତ୍ୟନ୍ତ ଋଣୀ। ୨୦୧୫ ମସିହାରେ ଆମ ପରିବାର କଟକରେ ଥିବା ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କ ବ୍ୟବହାର ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି।

Read More