ରାଜଧାନୀ ଭୁବନେଶ୍ୱରରେ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍ ଚଢାଉ କରୁଛନ୍ତି । ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅବକାରୀ ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।ଚନ୍ଦ୍ରଶେଖରପୁରରେ ଏକ ବାର ରେ ରେଡ ବେଳେ ଅବକାରୀ ଟିମ ଉପରେ ଆକ୍ରମଣ ହୋଇଛି। ମଦ ବୋତଲ ଫିଙ୍ଗି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ବାର ସାମ୍ନାରେ ଆକ୍ରମଣ କରି ଚମ୍ପଟ ମାରିଛନ୍ତି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ ହୋଇଛି ।
ରାଜଧାନୀରେ ୩୦ଟି ବାରରେ ରେଡ୍, ଅବକାରୀ ଟିମ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ
By madhulekha1 Min Read
